Ranji Trophy Begins / ଆରମ୍ଭ ହୋଇଯାଇଛି ଚଳିତ ବର୍ଷର ରଣଜୀ ସିଜନ: ଓଡ଼ିଶା ଦଳ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର

Key Points
ନୂଆ ସିଜନରେ ନୂଆ ଚ୍ୟାଲେଞ୍ଜ
ସଫଳ ହେବକି ଓଶାର କ୍ୟାମ୍ପେନ
ଦୀର୍ଘ ଦିନ ପରେ ସେମିଫାଇନାଲ ଖେଳିବ କି ଓଡିଶା ଟିମ
ରଣଜୀ ସିଜିନ ଆରମ୍ଭ ପୂର୍ବରୁ ଟିମ ସାମ୍ନାରେ ଅନେକ ପ୍ରଶ୍ନ। କଷ୍ଟକର ଗ୍ରୁପରେ ସ୍ଥାନ ପାଇଥିବା ଓଡିଶା ସାମ୍ନା କରିପାରେ ଅନେକ ଚ୍ୟାଲେଞ୍ଜ। ବିଦର୍ଭ, ତାମିଲନାଡୁ, ଉତ୍ତର ପ୍ରଦେଶ ଆଦି ଦଳ ବିପକ୍ଷ ମୁକାବିଲା ଟିମ ପାଇଁ ହୋଇପାରେ ବଡ଼ ଟାସ୍କ। ଦଳର ଚାରୋଟି ମ୍ୟାଚ ହୋମ ଗ୍ରାଉଣ୍ଡରେ ଥିବା ବେଳେ ସେ ସବୁକୁ ଗୁରୁତ୍ୱ ଦେଇପାରେ ଦଳ।
ଅଧିକ ପଢ଼ନ୍ତୁ: ଗମ୍ଭୀରଙ୍କ ଜନ୍ମଦିନରେ ଭାରତ ଫେରିଲେ କୋହଲି: ଅଷ୍ଟ୍ରେଲିଆ ଯିବାକୁ ତତ୍ପରତା ଦେଖାଇଲେ
ଝାଡ଼ଖଣ୍ଡ,ଆନ୍ଧ୍ର ପ୍ରଦେଶ ଏବଂ ନାଗାଲାଣ୍ଡ ବିପକ୍ଷ ବିଜୟ ହେଲେ ଦଳ ପାଇଁ ପକ୍କା ହୋଇପାରେ କ୍ଵାଟରର ରାସ୍ତା। ଶେଷ ଥର ପାଇଁ 2000-01 ରଣଜି ସିଜନରେ ସେମିଫାଇନାଲ ଖେଳିଥିଲା ଓଡିଶା। ତାହା ପରଠାରୁ କିଛି ସିଜନ କ୍ଵାଟର ଏବଂ କିଛି ସିଜନ ଲିଗରୁ ବିଦା ହୋଇଛି ଦଳ।
📱 Get Argus News App
✨
ଏହାସହ ପଢ଼ନ୍ତୁ: ଅଷ୍ଟ୍ରେଲିଆ ସିରିଜ୍ ପରେ ଅବସର ନେବେ ରୋହିତ-ବିରାଟ ? ଉତ୍ତର ରଖିଲା BCCI
ଚଳିତ ବର୍ଷ ଯୁବ ଖେଳାଳିଙ୍କ ଉପରେ ମ୍ୟାନେଜମେଣ୍ଟ ଭରଷା କରି ଦଳରେ ସାମିଲ କରିଥିବା ବେଳେ ଆଶା ରଖିଛନ୍ତି ଶ୍ରେଷ୍ଠ ପ୍ରଦର୍ଶନ। ବିଶେଷ କରି ଡିଫେଣ୍ଡିଙ୍ଗ ରଣଜୀ ଟ୍ରଫି ଏବଂ ଇରାନୀ ଟ୍ରଫି ବିଜେତା ବିଦର୍ଭ ବିପକ୍ଷ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। ସେହିପରି ରଣଜୀ ଇତିହାସରେ କେବେବି ବରୋଦା ବିପକ୍ଷରେ ଜିତି ନଥିବା ଓଡିଶା ଏବେ ଇତିହାସ ରଚିବା ଲକ୍ଷ୍ୟରେ। ୟଙ୍ଗ ଟିମ ସାମ୍ନାରେ ଟପ ଚ୍ୟାଲେଞ୍ଜ। ଗ୍ରୁପରେ ଥିବା ଶକ୍ତିଶାଳୀ ଦଳ ଗୁଡିକ ବିପକ୍ଷରେ ଭଲ ପ୍ରଦର୍ଶନ କଲେ ଆଗକୁ ବଢ଼ି ପାରିବ ଦଳ।
Related Topics
Explore more stories