Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବାଚସ୍ପତି ଆସନରେ ବସିବେ ରଣପୁର ବିଧାୟିକା ସୁରମା ପାଢ଼ୀ

Swayangprajna Mishra
Browse all articles by Swayangprajna Mishra
·2 years ago·2 min read
ବାଚସ୍ପତି ଆସନରେ ବସିବେ ରଣପୁର ବିଧାୟିକା ସୁରମା ପାଢ଼ୀ

Key Points

  • ସୁରମା ପାଢ଼ୀ ହେବେ ବିଧାନସଭାର ନୂଆ ବାଚସ୍ପତି
  •  ରଣପୁର ବିଧାୟିକାଙ୍କ ନାଁ ଘୋଷଣା କଲା ବିଜେପି 
  •  ବାଚସ୍ପତି ଆସନରେ ବସିବେ କ୍ରମାନ୍ବୟରେ ଦ୍ବିତୀୟ ମହିଳା
  • ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଭରିଲେ ନାମାଙ୍କନ
     

ଅର୍ଗସ ବ୍ୟୁରୋ : ବିଜେପିର ଫାୟାର ବ୍ରାଣ୍ଡ ନେତ୍ରୀ, ପୂର୍ବତନ ମନ୍ତ୍ରୀ, ଏଥର ରଣପୁରର ବିଧାୟିକା। ରାଜ୍ୟ ବିଧାନସଭାର ନୂଆ ବାଚସ୍ପତି ପଦ ପାଇଁ ସୁରମା ପାଢ଼ୀଙ୍କ ନାମ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି। ନାଁ ଘୋଷଣା ପରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ସୁରମା । ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉପମୁଖ୍ୟମନ୍ତ୍ରୀ କେ.ଭି ସିଂ ଦେଓ ଓ ପ୍ରଭାତୀ ପରିଡ଼ାଙ୍କ ଉପସ୍ଥିତିରେ ସେ  ଭରିଛନ୍ତି ପ୍ରାର୍ଥିପତ୍ର । ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଛନ୍ତି, କେବଳ ସୁରମା ହିଁ ବାଚସ୍ପତି ପଦ ପାଇଁ ନାମାଙ୍କନ ଭରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହୋଇଛନ୍ତି । ସୁରମା ପାଢ଼ୀ ନାମାଙ୍କନ ଭରିବା ନେଇ ନବୀନ ସହମତି ଦେଇଥିବା କହିଛନ୍ତି ମୁକେଶ ମହାଲିଙ୍ଗ । 

ଅଧିକ ପଢନ୍ତୁ : ବାଚସ୍ପତି ପଦ ପାଇଁ ନାମାଙ୍କନ ଭରିଲେ ସୁରମା ପାଢ଼ୀ

ରାଜ୍ୟ ବିଜେପିର ଆଗଧାଡ଼ିର ବିଜେପି ନେତ୍ରୀ ସୁରମା ପାଢ଼ୀ। ଜାତୀୟ ସ୍ତରରେ ବି ରହିଛି ତାଙ୍କର ସୁନାମ । ୧୯୮୮ରେ ବିଜେପିରେ ଯୋଗ ଦେଇଥିବା ସୁରମା ୧୯୯୮ରୁ ୨୦୦୦ ଯାଏଁ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ସଭାନେତ୍ରୀ ଥିଲେ । ୨୦୦୦ରୁ ୨୦୦୨ ପର୍ଯ୍ୟନ୍ତ ଜାତୀୟ ବିଜେପି ମହିଳା ମୋର୍ଚ୍ଚାର ସଭାନେତ୍ରୀ ଭାବେ ତୁଲାଇଥିଲେ ଗୁରୁ ଦାୟିତ୍ବ।  ଜାତୀୟ କାର୍ଯ୍ୟକାରୀ କମିଟିରେ ସ୍ଥାନ ପାଇବା ସହ ୨୦୦୪ରେ ପ୍ରଥମ ଥର ବିଧାନସଭାକୁ ହୋଇଥିଲେ ନିର୍ବାଚିତ। ୨୦୦୪ରୁ ୨୦୦୮ ପର୍ଯ୍ୟନ୍ତ ସେ ସମବାୟ ବିଭାଗର ମନ୍ତ୍ରୀ ବି ଥିଲେ । ୨୦୦୯, ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନରେ ସେ ରଣପୁରରୁ ନିର୍ବାଚନ ଲଢ଼ିଥିଲେ ବି ପରାସ୍ତ ହୋଇଥିଲେ । କିନ୍ତୁ 2024ରେ ସେ ପୁଣି ପିନ୍ଧିଲେ ବିଜୟ ମୁକୁଟ। ପ୍ରମିଳା ମଲ୍ଲିକଙ୍କ ପରେ ସୁରମା ପାଢ଼ୀ ହେବେ ଓଡ଼ିଶା ବିଧାନସଭାର ଦ୍ବିତୀୟ ମହିଳା ବାଚସ୍ପତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

Sponsored
Ranpur MLA Surma Padhi will sit as new speaker of assembly | Argus News