Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା: ୨୪ ଘଣ୍ଟିଆ ଧର୍ମଘଟ ଆହ୍ୱାନ ଦେଲେ ଭାରତୀୟ ମେଡିକାଲ ସଂଘ

Ritu Das
Browse all articles by Ritu Das
·1 year ago·1 min read
ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା: ୨୪ ଘଣ୍ଟିଆ ଧର୍ମଘଟ ଆହ୍ୱାନ ଦେଲେ ଭାରତୀୟ ମେଡିକାଲ ସଂଘ

ଅର୍ଗସ ବ୍ୟୁରୋ: କୋଲକାତାର ଆରଜି କର ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ଘଟଣାକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହାରି ଭିତରେ ଭାରତୀୟ ମେଡିକାଲ ସଂଘ ଧର୍ମଘଟ ଡାକରା ଦେଇଛି। ଫଳରେ କୋଲକାତା ସମେତ ଦେଶର ବିଭିନ୍ନ ହସ୍ପିଟାଲରେ ଡାକ୍ତରୀ ସେବା ବନ୍ଦ ରହିବାର ଆଶଙ୍କା ଉପୁଜିଛି। ଆଇଏମଏ ତରଫରୁ ଅଗଷ୍ଟ ୧୭ରୁ ୧୮ ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଛି। ଏହି ସମୟ ମଧ୍ୟରେ ଓପିଡି ଓ ଇଲେକ୍ଟିଭ ସର୍ଜରୀ ସେବା ବନ୍ଦ ରହିବ। 

ଏହା ପୂର୍ବରୁ ଫେଡେରେସନ୍ ଅଫ୍ ରେସିଡେଣ୍ଟ ଡକ୍ଟର୍ସ ଆସୋସିଏସନ୍ ପକ୍ଷରୁ ମଧ୍ୟ ଧର୍ମଘଟର ଡାକ୍ତର ଦିଆଯାଇଛି। ସେପଟେ ବୁଧବାର ରାତିରେ ହୋଇଥିବା ହିଂସାତ୍ମକ ବିକ୍ଷୋଭ ଓ ଭଙ୍ଗାରୁଜା ପରେ ମାମଲା ଆହୁରି ଜଟିଳ ହୋଇଛି। ଘଟଣାର ତଦନ୍ତ ପାଇଁ ସିବିଆଇର ଏକ ଟିମ୍ କୋଲକାତା ଯାଇଛି। ଆଉ ଗୁରୁବାର ସିବିଆଇ ମୃତ ଟ୍ରେନି ଡାକ୍ତରଙ୍କ ତିନିଜଣ ବ୍ୟାଚମେଟଙ୍କୁ ପଚରାଉଚରା କରିଥିବା ବେଳେ ଅଧିକ ପଚରାଉଚରା ପାଇଁ ଆରଜି କର ମେଡିକାଲ କଲେଜର ଅଧ୍ୟକ୍ଷା ସୁରିତା ପାଲଙ୍କୁ ସିଜିଓ କମ୍ପ୍ଲେକ୍ସକୁ ନେଇଥିଲା। 

ଅନ୍ୟପଟେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ସାରା ଦେଶରେ ଆକ୍ରୋଶ ଦେଖିବାକୁ ମିଳିଛି। ନ୍ୟାୟ ଦାବିରେ ଆରଜି କର ମେଡିକାଲ ପରିସରରେ ନର୍ସିଂ ଷ୍ଟାଫ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Sponsored
Rape and murder | Argus News