Videos
|
Odisha

ରାମ ମନ୍ଦିରରୁ ଦର୍ଶନ ସାରି ଫେରୁଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ

Ritu Das
Browse all articles by Ritu Das
·1 year ago·1 min read
ରାମ ମନ୍ଦିରରୁ ଦର୍ଶନ ସାରି ଫେରୁଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ

ଅର୍ଗସ ବ୍ୟୁରୋ: ଫତେଗଡ ରାମ ମନ୍ଦିରରୁ ଦର୍ଶନ ସାରି ଫେରୁଥିବା ବେଳେ ଫତେଗଡ ଭାପୁର ରାସ୍ତାର ପିଠାଖାଇ ଜଙ୍ଗଲ ନିକଟରେ ପ୍ରେମୀ ଯୁଗଳଙ୍କୁ ଅସଦାଚରଣ କରିବା ସହ ଯୁବତୀଙ୍କୁ ଗଣଦୁଷ୍କର୍ମ କରିଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନୟାଗଡ ଜିଲ୍ଲା ଫତେଗଡ ଥାନା ଅଞ୍ଚଳରେ। ରାମ ମନ୍ଦିରରୁ ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ରବିବାର ସନ୍ଧ୍ୟା ସମୟରେ ନିଶାସକ୍ତ ଅବସ୍ଥାରେ କିଛି ମଦ୍ୟପ ବୁଲେଟରେ ଆସି ଯୁବକ ଯୁବତୀଙ୍କୁ ଛୁରୀ ଦେଖାଇ ଅଟକାଇ ଥିଲେ। 

ପରେ ଉଭୟଙ୍କୁ ଜଙ୍ଗଲ ଭିତରକୁ ଟେକି ନେଇଥିଲେ। ପୁରୁଷ ବନ୍ଧୁ ବାଧା ଦେବାରୁ ତାଙ୍କୁ ମାଡ଼ ମାରିଥବା ସହ ବାନ୍ଧି ଦେଇଥିଲେ। ପରେ ଯୁବତୀଙ୍କ ସହିତ ଜଣଙ୍କ ପରେ ଜଣେ ଦୁଷ୍କର୍ମ କରିବା ସହ ଭିଡ଼ିଓ ଉତ୍ତୋଳନ କରିଥିଲେ। ତାଙ୍କ ପାଖରେ ଥିବା ୪୮୦୦ ଟଙ୍କା ନେଇ ତାଙ୍କୁ ଛାଡି ଦେଇଥିଲା। ପରବର୍ତ୍ତୀ ସମୟରେ ଯୁବତୀଙ୍କୁ ଫୋନ କରି ଡାକିବା ସହ ଭିଡିଓ ଭାଇରାଲ କରିବାକୁ ଧମକ ଦେଇଥିଲେ। ଯୁବତୀ ଜଣକ ନ ଆସିବାରୁ ରାଗି ଯାଇ ଭିଡିଓ ଭାଇରାଲ କରି ଦେଇଥିଲେ। 

ଏନେଇ ପୀଡ଼ିତା ଯୁବତୀ ଜଣକ ପତେଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଯୁବତୀଙ୍କ ଅଭିଯୋଗ ଓ ଭିଡିଓକୁ ଆଧାର କରି ଫତେଗଡ ପୋଲିସ ୩ ଜଣଙ୍କୁ ଅଟକ ରଖିଛି।ଏହି ପରିପ୍ରେକ୍ଷୀରେ ନୟାଗଡ଼ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଏସ ସୁଶ୍ରୀ ଫତେଗଡ ଥାନା ପରିସରରେ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: