Videos
|
Odisha

ବାପା ଭାରତୀୟ, ମା ଜାପାନୀ, ପୁରୀରେ ହୋଇଥିଲା ପ୍ରେମ

Arpita Mohanty
Browse all articles by Arpita Mohanty
·2 years ago·2 min read
ବାପା ଭାରତୀୟ, ମା ଜାପାନୀ, ପୁରୀରେ ହୋଇଥିଲା ପ୍ରେମ

Key Points

  • ବାପା ଭାରତୀୟ, ମାଆ ଜାପାନୀ
  • ରାପର କହିଲେ, ବାପା-ମାଆଙ୍କ ଲଭଷ୍ଟୋରୀ

ଅର୍ଗସ ବ୍ୟୁରୋ: ବାପା-ମାଆଙ୍କ ବିଷୟରେ ପିଲା ଯେବେ କିଛି କୁହେ, ତାହା ଶୁଣିବାକୁ ଯେତିକି ଭଲ ଲାଗେ, ସେତିକି ଆନନ୍ଦ ମଧ୍ୟ ଦିଏ । ଆଉ ଯଦି ବାହାଘର କଥା କୁହେ, ତାହା ଅଧିକ ଇଣ୍ଟରେଷ୍ଟ ବଢାଏ । ଇନଷ୍ଟାଗ୍ରାମ୍‌ରେ ଏବେ ଏମିତି କିଛି ଭିଡିଓ ଭାଇରାଲ ହେଉଛି ଯାହାକୁ ନେଇ ଚର୍ଚ୍ଚା।

 

ଇନଷ୍ଟାଗ୍ରାମରେ ଏକ ଭିଡିଓରେ ଜଣେ ରାପର ନିଜ ଭାରତୀୟ ପିତା ଏବଂ ଜାପାନୀ ମାଙ୍କର ଲଭ୍ ଷ୍ଟୋରି ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ଯାହା ଏବେ ଖୁବ୍ ଭାଇରାଲ ହେଉଛି। କିପରି ତାଙ୍କ ମା ପୁରୀ ପହଁଞ୍ଚିଥିଲେ ଏବଂ କେମିତି ସେମାନଙ୍କ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା ତାହାର ଏକ ଭିଡ଼ିଓ ବନାଇ ନିଜ ଇଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ଯାହାକୁ ଖୁବ୍ ପସନ୍ଦ କରିଛନ୍ତି ତାଙ୍କ ପ୍ରଶଂସକ। 

ଓଡିଶାର ସମୀର ରିଷୁ ମହାନ୍ତି ଯିଏ ଇଷ୍ଟାଗ୍ରାମରେ ରାପର ବିଗ୍ ଡିଲ୍ ନାମରେ ବହୁତ ଲୋକପ୍ରୀୟ। ଜଣେ ରାପର। ଇଂଲିସ ହିନ୍ଦି ଏବଂ ଓଡ଼ିଆ ମିଶାଇ ସିଏ ରାପିଂ କରନ୍ତି। ସିଏ କୁହନ୍ତି ମତେ ଦେଖି କେହି ବିଶ୍ବାସ କରନ୍ତିନି କି ମୁଁ ଓଡ଼ିଆ । ମୋ ଫ୍ୟାନ୍ସଙ୍କ ପ୍ରଶ୍ନ ଆସେ ମୁଁ ଓଡ଼ିଆ ଭଳି ଦେଖାଯାଏନି କିନ୍ତୁ ଏତେ ପ୍ରାଞ୍ଜଳ ଭାବରେ ଓଡ଼ିଆ ଭାଷା କେମିତି କହିପାରୁଛି। ଏହିସବୁ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସିଏ ନିଜ ବାପା ମା ଙ୍କ ବିଷୟରେ ଜଣାଇବା ପାଇଁ ଏକ ଭିଡ଼ିଓ କରିଥିଲେ। ସେଥିରେ ସେ କହିଛନ୍ତି ତାଙ୍କ ମା ଜଣେ ଲେଖକ ଥିଲେ। କଲେଜରେ ପଢୁଥିବା ସମୟରେ ୱାଲ୍ଡ ଟୁର କରିବା ସମୟରେ ସିଏ  ପୁରୀ ଆସିଥିଲେ। ଏବଂ ତାଙ୍କୁ ପୁରୀ ବହୁତ ଭଲ ଲାଗିଥିଲା। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେ ପୁରୀକୁ ଏତେ ପସନ୍ଦ କଲେ ଯେ ନିଜ ଗ୍ରାଜୁଏସନ ପରେ ପୁରୀରେ ସେଟେଲ ହେବାକୁ ଚାହିଁଲେ । ତାପରେ ସିଏ ପୁରୀରେ ଜାପାନିଜ ଟୁରିଷ୍ଟଙ୍କ ପାଇଁ ଏକ ହୋଟେଲ କରିବାକୁ ଚାହିଁଲେ। କାରଣ ସେତେବେଳେ ଅଧିକରୁ ଅଧିକ ଜାପାନିଜ ପୁରୀ ବୁଲିବାକୁ ଆସୁଥିଲେ। କିନ୍ତୁ ଭାରତୀୟ ହୋଇନଥିବାରୁ ଜମି କିଣି ପାରିନଥିଲେ ତାପରେ ସିଏ ମୋ ବାପାଙ୍କ ସହିତ ଦେଖାହୋଇଥିଲେ ଯିଏ ତାଙ୍କ ବିଜନେସ ପାର୍ଟନର ହେଲେ। ବାପା ତାଙ୍କୁ ଜମି କିଣିବାରେ ସାହାଯ୍ୟ କଲେ। ତାପରେ ଉଭୟ ମିଶି ହୋଟେଲ ତିଆରି କଲେ। ଲଭ୍ ଆଣ୍ଡ ଲାଇଫ ନାମରେ ସେହି ହୋଟେଲ ଆଜି ବି ପୁରୀରେ ଠିଆ ହୋଇଛି। ସେହି ହୋଟେଲ ମୋ ମା ବାପାଙ୍କ ପ୍ରେମର ଏକ ପ୍ରତୀକ। ଏହା ସତ୍ୟ ଯେ କିଛି ପ୍ରେମ କାହାଣୀ ଆଜୀବନ ଜୀବନ୍ତ ରହିଥାଏ।

ସେ ତାଙ୍କର ସବୁ ଭିଡ଼ିଓରେ ମୁଁ ଓଡ଼ିଆ ହୋଇଥିବାରୁ ବହୁତ ଗର୍ବୀତ। ମୁଁ ଓଡ଼ିଶା ଏବଂ ଓଡ଼ିଆ ଭାଷାକୁ ବିଶ୍ବରେ ଉପସ୍ଥିତ କରୁଛି। ଓଡ଼ିଆ ଭଳି ଦେଖାଯାଏନି କିନ୍ତୁ ହୃଦୟରୁ ମୁଁ ପୂରା ଓଡ଼ିଆ।

ଅଧିକ ପଢନ୍ତୁ ଓଡ଼ିଶା ଖବର

Rapper reveals how his Japanese mother and Odia father fell in love | Argus News