Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଯାଜପୁର ଦର୍ପଣଗଡ଼ରେ ଖୁସିର ପରିବେଶ, ଫେରିଲେ ମା' କୋଟ୍ରାକ୍ଷୀ

Jitendra Dash
Browse all articles by Jitendra Dash
·2 years ago·2 min read
ଯାଜପୁର ଦର୍ପଣଗଡ଼ରେ ଖୁସିର ପରିବେଶ, ଫେରିଲେ ମା' କୋଟ୍ରାକ୍ଷୀ

ଅର୍ଗସ ବ୍ୟୁରୋ : ନିଜ ଆସ୍ଥାନକୁ ଫେରିଆସିଛନ୍ତି ଦର୍ପଣଗଡ଼ବାସୀଙ୍କ ଆସ୍ଥା, ବିଶ୍ବାସ ଓ  ସ୍ବାଭିମାନର ପ୍ରତୀକ ମା' କୋଟ୍ରାକ୍ଷୀ । ଘର ଆଗରେ ଝୋଟି ପକାଇ ମା'ଙ୍କୁ ପାଛୋଟି ନେବାକୁ ଶୁକ୍ରବାର ସକାଳୁ ଅପଲକ ନେତ୍ରରେ ଅପେକ୍ଷା କରିଥିଲେ ଦର୍ପଣଗଡ ବାସୀ । ସବୁ ଘର ଆଗରେ ଧୂପ ଦୀପ ଦେଇ ମାଆଙ୍କ ସ୍ବାଗତ ପାଇଁ ଜଗି ବସିଥିଲେ ଗାଁଲୋକେ । ଆଉ ଯେତେବେଳେ ପ୍ରାୟ ୪ ବର୍ଷ ପରେ ପୁଣି ନିଜ ଇଷ୍ଟଦେବୀଙ୍କୁ ଦର୍ଶନ କରିଥିଲେ ସମସ୍ତଙ୍କ ଆଖିରୁ ଝରି ଆସିଥିଲା ଆନନ୍ଦର ଲୁହ ।

ଅଧିକ ପଢନ୍ତୁ : ଦର୍ପଣଗଡ଼ ଗାଁରେ ମା' କୋଟ୍ରାକ୍ଷୀଙ୍କ ଚାଲିଛି ପ୍ରତିଷ୍ଠା

ଦିଲ୍ଲୀରୁ ଆସି ଭୁବନେଶ୍ବର ବିମାନ ବନ୍ଦରରେ ପହଁଞ୍ଚିବା ପରେ ମା'ଙ୍କ ମୂର୍ତ୍ତିକୁ ପ୍ରଥମେ ବଡଚଣା ଥାନାକୁ ନିଆଯାଇଥିଲା । ଥାନାରେ ମା'ଙ୍କ ସ୍ବାଗତ ପାଇଁ ହୋଇଥିଲା ବ୍ୟାପକ ବ୍ୟବସ୍ଥା । ପୂଜାର୍ଚ୍ଚନା ପରେ ମାଆ କୋଟ୍ରାକ୍ଷୀଙ୍କ ମୂର୍ତ୍ତିକୁ ଗ୍ରାମବାସୀଙ୍କୁ ହସ୍ତାନ୍ତର କରାଯାଇଥିଲା । ବିରାଟ ପଟୁଆରରେ ଦର୍ପଣଗଡ ଅଭିମୁଖେ ମା'ଙ୍କୁ ପାଛୋଟି ନେଇଥିଲେ ହଜାର ହଜାର ଭକ୍ତ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

୨୦୨୧ ଜାନୁଆରୀରେ ଯାଜପୁର ଦର୍ପଣଗଡ ଗାଁରୁ ଚୋରୀ ହୋଇଥିଲା ମା' କଟ୍ରାକ୍ଷୀ ଦେବୀଙ୍କ ମୂର୍ତ୍ତି । ଟେର ପାଉନଥିଲା ପୋଲିସ । ହଂକଂକୁ ଚୋରା ଚାଲାଣ ହେଉଥିବା ବେଳେ ୨୦୨୨ରେ ନୂଆ ଦିଲ୍ଲୀ ବିମାନବନ୍ଦରରେ କଷ୍ଟମ ବିଭାଗ ଏହି ମୂର୍ତ୍ତିକୁ ଉଦ୍ଧାର କରିଥିଲା । ଉଦ୍ଧାର ମୂର୍ତ୍ତି ମା' କୋଟ୍ରାକ୍ଷୀଙ୍କର ବୋଲି ଜଣାପଡ଼ିବା ପରେ ଏଥିରେ ହସ୍ତକ୍ଷେପ କରିବାକୁ  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅନୁରୋଧ କରିଥିଲେ ବିଜେପି ନେତା ଅମର ନାୟକ । ଏବେ ମୂର୍ତ୍ତି ଫେରିଆସିବା ପରେ ସବୁଠୁ ବେଶୀ ସେ ଆନନ୍ଦିତ । 

ଅମର ନାୟକଙ୍କ ଅନୁରୋଧ କ୍ରମେ ମା'ଙ୍କ ମୂର୍ତ୍ତି ଓଡ଼ିଶା ଫେରାଇ ଆଣିବାରେ ହସ୍ତକ୍ଷେପ କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତ ଜୁଲାଇ ମାସରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ପ୍ରୋଟୋକଲ ଅନୁସାରେ ଓଡ଼ିଶା ପୋଲିସକୁ ମୂର୍ତ୍ତି ଫେରାଇବା ଲାଗି କଷ୍ଟମ ବିଭାଗକୁ ସୁପାରିଶ କରିଥିଲେ ଅର୍ଥମନ୍ତ୍ରୀ । ଦର୍ପଣୀଗଡ଼ ବାସୀଙ୍କ ଭାବାବେଗକୁ ସମ୍ମାନ ଦେଇ ସେମାନଙ୍କର ଦୀର୍ଘ ଦିନର ଆକାଂକ୍ଷା ଓ ଅପେକ୍ଷାକୁ ପୂରଣ କରିଥିବାରୁ ପ୍ରଧାନମନ୍ତ୍ରୀ, କେନ୍ଦ୍ର ଅର୍ଥମନ୍ତ୍ରୀ, କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ, କଷ୍ଟମ ବିଭାଗ, ଏଏସଆଇ ଏବଂ ଓଡ଼ିଶା ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି ଧର୍ମେନ୍ଦ୍ର ।

ଗାଁରେ ବିଗ୍ରହ ପହଞ୍ଚିବା ପାରେ ଶଙ୍ଖ ହୁଳହୁଳିରେ ଧ୍ବନି ମଧ୍ୟରେ ମନ୍ଦିର ପ୍ରାଙ୍ଗଣରେ ମା'ଙ୍କୁ ପରିକ୍ରମା କରାଯାଇଥିଲା । ପରେ ମନ୍ଦିରରେ ପ୍ରବେଶ କରିଥିଲେ ଯାଜପୁର ବାସୀଙ୍କ ଆସ୍ଥାର ପ୍ରତୀକ ମା କୋଟ୍ରାକ୍ଷୀ । ମା'ଙ୍କ ପ୍ରତିମା ଫେରାଇ ଆଣିବାରେ ମୁଖ୍ୟ ଭୂମିକା ନେଇଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମନ୍ଦିର ଆସିବାକୁ ନିମନ୍ତ୍ରଣ କରିଛନ୍ତି ପୂଜକ । ଶନିବାର ସମସ୍ତ ରିତିନୀତି ସହ ହେବ ମା' କୋଟ୍ରାକ୍ଷୀଙ୍କର ପୁନଃପ୍ରାଣ ପ୍ରତିଷ୍ଠା। 
 

Sponsored
Rare ‘Ashtadhatu’ Idol Of Goddess Kotrakshi Stolen From Odisha Temple Brought Back | Argus News