Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ମହାଭାରତରେ ବର୍ଣ୍ଣିତ ଶ୍ରୀକୃଷ୍ଣଙ୍କ ରଥର ଚକ ଉଦ୍ଧାର !

Odisha

ମହାଭାରତରେ ବର୍ଣ୍ଣିତ ଶ୍ରୀକୃଷ୍ଣଙ୍କ ରଥର ଚକ ଉଦ୍ଧାର !

Smruti Parija
Browse all articles by Smruti Parija
·2 years ago·2 min read
ମହାଭାରତରେ ବର୍ଣ୍ଣିତ ଶ୍ରୀକୃଷ୍ଣଙ୍କ ରଥର ଚକ ଉଦ୍ଧାର !

କନ୍ଧମାଳ:  ଖଡ଼ଗ ନଦୀ ଗର୍ଭରୁ ବିରଳ ପଥର ଚକ ଉଦ୍ଧାର । ଏହା ମହାଭାରତରେ ବର୍ଣ୍ଣିତ ଶ୍ରୀକୃଷ୍ଣଙ୍କ ରଥର ଚକ ବୋଲି ସ୍ଥାନୀୟ ଲୋକମାନେ କହୁଛନ୍ତି । ଗାଁ ରେ ପୂଜାର୍ଚ୍ଚନା ଚାଲିବା ସହ ଏକ ପୂର୍ଣ୍ଣ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ଏଭଳି ଅଲୌକିକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ ଅନ୍ତର୍ଗତ ମହାସିଙ୍ଗି ଗାଁ ର ପୁରୁଣା ସାହିରେ । 

ଏ ପଥର ଚକ ପ୍ରାଚୀନ କାଳରୁ ଥିବା ଅନୁମାନ କରାଯାଉଛି । ସ୍ଥାନୀୟ ଲୋକଙ୍କ କହିବା କଥା ପୁରୁଣା ସାହିର ସୁମନ୍ତ ନାୟକ ନିକଟସ୍ଥ ଖଡ଼ଗ ନଦୀକୁ ନିତିଦିନ ପରି ଆଜି ବି ଗାଧୋଇବା ପାଇଁ ଯାଇଥିଲେ , ତାଙ୍କ ପାଦରେ ଏହି ପଥର ଚକ ବାଜି ଥିଲା। ଏହା ପରେ ନଦୀ ବାଲି ରୁ ସେ ନିଜେ କାଢ଼ିବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ସଫଳ ହୋଇ ନ ଥିଲେ । ସେ ନିଜେ ଯାଇ ଗ୍ରାମବାସୀ ମାନଙ୍କୁ ଏ ଚକ ବିଷୟ ରେ ଜଣାଇ ଥିଲେ ତାପରେ ମହାସୀଙ୍ଗି ଗ୍ରାମର ପୁରୁଣା ସାହିର ଲୋକମାନେ ମିଳିତ ଭାବେ ଏକତ୍ରିତ ହୋଇ ଖଡ଼ଗ ନଦୀ ର ଅର୍ଜ୍ଜୁନ ଘାଟ ରୁ ପଥର ଚକ ଟିକୁ ପାଣି ରୁ ଉଦ୍ଧାର କରି ଗାଁ ମୁଣ୍ଡ ରେ ଥିବା ହରିହର ଠାକୁର ଙ୍କ ପୀଠ ନିକାଟ ରେ ରଖି ପୂଜାର୍ଚ୍ଚନା କରୁଛନ୍ତି। 

ସ୍ଵପ୍ନାଦେଶରୁ ସନ୍ଧାନ ମିଳିଲା ବିରଳ ପଥର ଚକର ସନ୍ଧାନ। ଗତ କିଛି ବର୍ଷ ପୂର୍ବେ ଖଡ଼ଗ ନଦୀ ଗର୍ଭରୁ ଏକ ଶିବ ଲିଙ୍ଗ ର ସନ୍ଧାନ ମିଳିଥିଲା ଯାହାକୁ ଆଜି ବାଲିଗୁଡ଼ା ଅଞ୍ଚଳର ଲୋକମାନେ ଖଡଗେଶ୍ୱର ଙ୍କ ନାମ ରେ ସୁରୁବାଲି ଠାରେ ପୂଜାର୍ଚ୍ଚନା କରୁଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ମହାସୀଙ୍ଗୀ ମାଟି ଏକ ପୌରାଣିକ ମାଟି। ବିଭିନ୍ନ ଜାଗାରୁ ଲୋକ ଆସି ଦେଖିବା ପରେ ପଥର ଚକ କୁ ନେଇ ଗବେଷଣା କରିବା ପାଇଁ ମାଗୁଛନ୍ତି କିନ୍ତୁ ସ୍ଥାନୀୟ ଲୋକମାନେ ଦେବାକୁ ନାରାଜ। ପବିତ୍ର କାର୍ତ୍ତିକ ମାସରେ ଚକ ଟିକୁ ଉଦ୍ଧାର କରିଥିବାରୁ ଗାଁ ପରିସର ମଧ୍ୟରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଭିନ୍ନ ଭିନ୍ନ ସାମାଜିକ ଅନୁଷ୍ଠାନ ଓ ପୁରୁଣା ତଥ୍ୟ ଉପରେ ରୁଚି ରଖୁଥିବା କିଛି ଐତିହାସିକ ମାନେ ଆସି ପଥର ଚକଟିକୁ ଗବେଷଣା ନିମନ୍ତେ ନେବା ପାଇଁ ଅନୁରୋଧ କରିଥିଲେ । କିନ୍ତୁ ଗ୍ରାମବାସୀ ଦେବା ପାଇଁ ରୋକ୍ ଠୋକ୍ ମନା କରିଦେଇଥିଲେ ।
 

ଆହୁରି ପଢନ୍ତୁ ଓଡିଶା ଖବର...

Sponsored
rare-stone-recovered-from-khadag-river | Argus News