Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମହାପ୍ରଭୁଙ୍କ ନବଯୌବନ ଦର୍ଶନ କରିବାରୁ ବଞ୍ଚିତ ହେବେ ଶ୍ରଦ୍ଧାଳୁ

Smruti Parija
Browse all articles by Smruti Parija
·2 years ago·1 min read
ମହାପ୍ରଭୁଙ୍କ ନବଯୌବନ ଦର୍ଶନ କରିବାରୁ ବଞ୍ଚିତ ହେବେ ଶ୍ରଦ୍ଧାଳୁ

ପୁରୀ: ଏ ବର୍ଷ ରଥଯାତ୍ରାରେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ କରିବାରୁ ବଞ୍ଚିତ ହେବେ ଶ୍ରଦ୍ଧାଳୁ । ଗୋଟିଏ ଦିନରେ ନବଯୌବନ , ନେତ୍ରୋତ୍ସବ ଓ ଶ୍ରୀଗୁଣ୍ଡିଚା ଥିବାରୁ ନୀତି ଶୃଙ୍ଖଳିତ କରିବା ପାଇଁ ପରିଚାଳନା କମିଟିରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । କେବଳ ସେବାୟତ ପରିବାର ନବଯୌବନ ଦର୍ଶନ କରିବାର ସୁଯୋଗ ପାଇପାରିବେ ବୋଲି ସର୍ବସମ୍ମତି ନିଷ୍ପତ୍ତି ନିଆଯାଇଛି । ଏହାସହ ପହଣ୍ଡି ଟିକେଟ ଦର୍ଶନ ବନ୍ଦ ରହିବ । 

ରଥଯାତ୍ରା ଦିନ ଶ୍ରୀମନ୍ଦିର ପ୍ରବେଶ ବନ୍ଦ ରହିବ । ୬ ତାରିଖ ଦିନ ପଟି ଦିଅଁଙ୍କ ଠାରୁ ଆସିବ ଆଜ୍ଞାମାଳ  । ୭ ତାରିଖ ରାତି ୨ଟାରୁ ଦ୍ବାର ଫିଟା ନୀତି ହେବ । ୭ ତାରିଖ ଅପରାହ୍ନ ୫ଟାରେ ହେବ ରଥଟଣା । ସେପଟେ ନୀତି ନିର୍ଘଣ୍ଟ ନେଇ ଛତିଶା ନିଯୋଗ ବୈଠକ ନିଷ୍ପତ୍ତିକୁ କାୟମ ରଖିବାକୁ ନିଷ୍ପତ୍ତି ନେଇଛି ପରିଚାଳନା କମିଟି । ନୀତିର ଯଥେଷ୍ଟ ପୂର୍ବରୁ ସଂପୃକ୍ତ ସେବାୟତ ମାନଙ୍କୁ ଉପସ୍ଥିତ ରହିବାକୁ ପରାମର୍ଶ ଦିଆଯାଇଛି ।

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Rath Yatra: No Nabajouban Darshan of Lord Jagannath this year | Argus News