Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରତିକାନ୍ତ ସ୍ମାରକୀ ରାଜ୍ୟ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

Ritu Das
Browse all articles by Ritu Das
·2 years ago·1 min read
ରତିକାନ୍ତ ସ୍ମାରକୀ ରାଜ୍ୟ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଅର୍ଗସ ବ୍ୟୁରୋ: ଉଦଳା ହାଇସ୍କୁଲ ପଡ଼ିଆରେ ରତିକାନ୍ତ ସ୍ମାରକୀ ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ପ୍ରଥମ ଦିବସରେ ବାରିପଦା ଡିଆରକେ କ୍ଲବ ଓ ୟୁ ଆଣ୍ଡ ମି ବାଲେଶ୍ଵର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟସ ଜିଣି ୟୁ ଆଣ୍ଡ ମି ଦଳ ବୋଲିଂ ନିଷ୍ପତ୍ତି ନେଇଥିଲେ । ବ୍ୟାଟିଂ କରି ଡିଆରକେ ଦଳ ସମସ୍ତ ଉଇକେଟ ହରାଇ ୧୬୨ ରନ  ସଂଗ୍ରହ କରିଥିଲେ । ଜବାବରେ ୟୁ ଆଣ୍ଡ ମି ଦଳ ୧୬୩ ରନ ଲକ୍ଷ୍ୟ ନେଇ ବ୍ୟାଟିଂ କରି ସମସ୍ତ ଉଇକେଟ ହରାଇ ୧୫୯ରନ କରିବାରେ ସକ୍ଷମ ହୋଇ ୩ରନରେ ପରାଜିତ ହୋଇଥିଲା । ଡି ଆର କେ ପକ୍ଷରୁ ସତ୍ୟ ନାରାୟଣ ଜୀଉ ୨୮ ରନ , ପ୍ରୀତିପଲ ସିଂ ୨୪ ରନ କରିଥିବା ବେଳେ ଏସକେ ୩ଟି ଓ ନୌତମ ଭଞ୍ଜ ୨ଟି ଉଇକେଟ ଅକ୍ତିଆର କରିଥିଲେ। 

ସେହିପରି ୟୁ ଆଣ୍ଡ ମି ଦଳ ପକ୍ଷରୁ ରାଜୀବ ଲୋଚନ ୪୩ ଏବଂ ନୌତମ ଭଞ୍ଜ ୩୨ ରନ ସଂଗ୍ରହ କରିଥିବା ବେଳେ ଡି ଆର କେ ଦଳ ର ୩୩ ରନ ଦେଇ ୩ଉଇକେଟ ନେଇ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Ratikanta Memorial | Argus News