Videos
|
Odisha

ବିଜେଡି ସରକାରରେ ଧନୀ ହାତେଇଥିଲେ ରାସନକାର୍ଡ

Manini Pattanayak
Browse all articles by Manini Pattanayak
·2 years ago·2 min read
ବିଜେଡି ସରକାରରେ ଧନୀ ହାତେଇଥିଲେ ରାସନକାର୍ଡ

ଭୁବନେଶ୍ୱର:  ବିଜେଡି ସରକାରରେ ଧନୀ ହାତେଇଥିଲେ ରାସନକାର୍ଡ। କେନ୍ଦ୍ରରୁ ଆସୁଥିବା ମାଗଣା ଚାଉଳକୁ ଦଳୀୟ ଆଧାରରେ ଧନୀ ଲୋକଙ୍କୁ ବାଣ୍ଟୁଥିଲେ। ନବୀନଙ୍କ ଜାଣତରେ ସବୁ ଘଟୁଥିଲା। ବିଧାନସଭାରେ ବିଭାଗୀୟ ମନ୍ତ୍ରୀ ଉତ୍ତର ରଖିବା ପରେ ଖୋଲିଲା ବିଜେଡି ସରକାରର ପୋଲ। ଚାଷୀଙ୍କ ଚାଉଳ ବିଜେଡି ନେତାଙ୍କ ପକେଟ କରୁଥିଲା ଗରମ । ଏବେ ଯୋଗ୍ୟ ହିତାଧିକାରୀଙ୍କ ଚାଉଳ ମିଳିବ ବୋଲି କହିଲେ ଯୋଗାଣ ମନ୍ତ୍ରୀ।  ଚାଉଳ ପ୍ରସଙ୍ଗକୁ ନେଇ ସରଗରମ ବିଧାନସଭା । ଗୃହରେ ଉତ୍ତର ରଖି ସଙ୍ଗିନ ଅଭିଯୋଗ ଆଣିଛନ୍ତି ଯୋଗାଣ ମନ୍ତ୍ରୀ ।ଚାଉଳ ଦୁର୍ନୀତିର ସମ୍ରାଟ ସାଜିଥିଲେ କିଛି ବିଜେଡି ସମର୍ଥିତ ଡିଲର  ।

ଲୋକଙ୍କ ଚାଉଳକୁ ବାଟମାରଣା କରି ବିଜେଡିକୁ ଦେଉଥିଲେ ଟଙ୍କା । ନିର୍ବାଚନ ସମୟରେ ତତ୍କାଳୀନ ସରକାରଙ୍କ ପାଇଁ ଟଙ୍କା ବାଣ୍ଟୁଥିବାର ସଙ୍ଗିନ ଅଭିଯୋଗ ବିଧାନସଭାରେ ଆସିଛି । ଖୋଦ ଯୋଗାଣ ମନ୍ତ୍ରୀ ଏଭଳି  ଅଭିଯୋଗ ଆଣି କହିଛନ୍ତି ଦୁର୍ନୀତି ଖୋର ଡିଲରଙ୍କ ବିରୁଦ୍ଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ। ସେହିପରି ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ମନ୍ତ୍ରୀ ଆହୁରି କହିଛନ୍ତି ଧନୀ ଲୋକ ବିଜେଡି ନେତାଙ୍କ ଜରିଆରେ ହାତେଇଛନ୍ତି ରାସନ କାର୍ଡ । ଆମ ବିଭାଗ ଭୂତ ହିତାଧିକାରୀ ଏବଂ ଧନୀ ଲୋକଙ୍କୁ ରାସନ କାର୍ଡରୁ ବାଦ ଦେଉଛନ୍ତି । ଗରିବ ଲୋକଙ୍କୁ ବାଦ ଦିଆଯାଉନି କି ଯିବନାହିିଁ । ବର୍ତ୍ତମାନ ରାଜ୍ୟରେ 16 ଲକ୍ଷ 27 ହଜାର 932 ଜଣ ଭୂତ ରାସନ କାର୍ଡ ଧାରୀଙ୍କୁ ଚିହ୍ନଟ କରାଯାଇଛି । ସରକାର e-kyc ଲାଗୁ କରି ଅନ୍ୟ ଅଯୋଗ୍ୟ ହିତାଧିକାରୀ ନାଁ କାଟିବାକୁ ଯୋଜନା କରିଛନ୍ତି ।  

ସେପଟେ ଉପାନ୍ତ ଓ ପାହାଡିଆ ଅଞ୍ଚଳର ଲୋକଙ୍କ ଗାଁ ରେ ପହଁଚିବ ଚାଉଳ । ଏ ନେଇ ବିଧାନସଭାରେ ଘୋଷଣା କରି ମନ୍ତ୍ରୀ କହିଛନ୍ତି ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଯାଇଛି ଯେଉଁଠି ଲୋକେ  ଦୂର ସ୍ଥାନକୁ ଯାଉଛନ୍ତି ଚାଉଳ ସେଠି ତାଙ୍କ ଗାଁ ରେ ଚାଉଳ ଯୋଗାଇ ଦିଆଯିବ । ସେହିପରି ଯେଉଁମାନେ ପଞ୍ଚାୟତ ଅଫିସ ଆସିପାରୁନାହାନ୍ତି ସେମାନଙ୍କୁ ଘରେ ଚାଉଳ ପଂହଁଚାଇବା ପାଇଁ ବ୍ୟବସ୍ଥା କରାଯାଉଛି। ବୟସାଧିକ କାରଣ ଯୋଗୁଁ ଟିପ ଚି଼ହ୍ନ କାମ କରୁନଥିବା ହିତାଧିକାରୀଙ୍କ ପାଇଁ ସ୍ବତନ୍ତ୍ର ଆପ ଆସିବ।  ରାସନ କାର୍ଡ ରେ ଭୂତ ହିତାଧିକାରୀଙ୍କୁ ନେଇ ବାଚସ୍ପତି ମନ୍ତ୍ରୀଙ୍କୁ କହିଥିଲେ ଏହି ସମସ୍ୟା ସମସ୍ତ ନିର୍ବାଚନ ମଣ୍ଡଳୀ ରେ ରହିଥିବାରୁ ତୁରନ୍ତ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉ।  
ଅଧିକ ପଢନ୍ତୁ ଓଡିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Ration card was used by the rich in the BJD government | Argus News