Ratna Bhandar Inventory / ଆଜିଠୁ ରତ୍ନଭଣ୍ଡାର ଗଣତି ମଣତି, ଦୁଇ ଦିନ ଧରି ଚାଲିବ ପ୍ରକ୍ରିୟା
·1 hour ago·1 min read

Key Points
ଆଜିଠାରୁ ପୁଣି ଆରମ୍ଭ ହେବ ରତ୍ନ ଅଳଙ୍କାର ଗଣତି ମଣତି
ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ରତ୍ନଭଣ୍ଡାର ତାଲା ଖୋଲାଯିବ
ଦୁଇଦିନ ଧରି ଚାଲିବ ଏହି ପ୍ରକ୍ରିୟା

ପୁରୀ: କାର୍ତ୍ତିକ ମାସ ସରିବା ପରେ ଆଜିଠାରୁ ପୁଣିଥରେ ଆରମ୍ଭ ହେବ ରତ୍ନ ଅଳଙ୍କାର ଗଣତି ମଣତି। ଆଜି ଏବଂ ଆସନ୍ତାକାଲି ଦୁଇଦିନ ଧରି ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରର ଗଣତି ମଣତି କାର୍ଯ୍ୟ କରାଯିବ। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ରତ୍ନଭଣ୍ଡାର ତାଲା ଖୋଲାଯାଇ ଗଣତି ମଣତି କରାଯିବ।
ରତ୍ନଭଣ୍ଡାର ଉଚ୍ଚସ୍ତରୀୟ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ, ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଛତିଶା ନିଯୋଗ ମହାନାୟକ, ଦେଉଳକରଣ, ତଢ଼ଉକରଣ, ଭଣ୍ଡାର ମେକାପଙ୍କ ଉପସ୍ଥିତିରେ ଗଣତି ମଣତି କାର୍ଯ୍ୟ କରାଯିବ। ପୂର୍ବରୁ ଚଳନ୍ତି ଭଣ୍ଡାର ଓ ବାହାର ଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ସରିଛି। ଏହାପରେ ଭିତର ଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ଆରମ୍ଭ ହୋଇଥିଲା।
ପଢନ୍ତୁ ଏହି ଖବର: ଆସନ୍ତାକାଲି ଠାରୁ ପୁଣି ଆରମ୍ଭ ହେବ ରତ୍ନଭଣ୍ଡାର ଗଣତି ମଣତି, ଏସଓପି ଆଧାରରେ ହେବ ଗଣତିମଣତି
ରାଜ୍ୟ ସରକାରଙ୍କ ଅନୁମୋଦିତ ଏସ ଓ ପି ଆଧାରରେ ଏହି ଗଣତି କାର୍ଯ୍ୟ କରାଯିବ ଏବଂ ଅନୁମୋଦିତ ବ୍ୟକ୍ତିମାନଙ୍କ ଜରିଆରେ ଏହା ସମ୍ପାଦନ ହେବ।ପାଳିଆ ସେବାରେ ଥିବା ସମସ୍ତ ସେବକ ବନ୍ଧୁ ଓ ସେବକ ନିଯୋଗମାନଙ୍କୁ ସହଯୋଗ ଜାରି ରଖିବା ପାଇଁ ଅନୁରୋଧ କରାଯାଇଛି।ପୂର୍ବ ଭଳି ଗଣତି ସମୟରେ ଭକ୍ତମାନଙ୍କ ପାଇଁ ବାହାର କାଠରୁ ଦର୍ଶନ ବ୍ୟବସ୍ଥା ରହିବ।ମହାପ୍ରଭୁଙ୍କ ନୀତିକାନ୍ତିରେ ଯେପରି କୌଣସି ପ୍ରତିକୂଳ ପ୍ରଭାବ ନ ପଡ଼େ, ସେଥିପ୍ରତି ସ୍ୱତନ୍ତ୍ର ଯତ୍ନବାନ ହେବାକୁ ଗୁରୁତ୍ୱ ଦିଆଯାଇଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories