Ratna Bhandar Inventory / ଆସନ୍ତାକାଲି ଠାରୁ ପୁଣି ଆରମ୍ଭ ହେବ ରତ୍ନଭଣ୍ଡାର ଗଣତି ମଣତି, ଏସଓପି ଆଧାରରେ ହେବ ଗଣତିମଣତି
·25 mins ago·1 min read

Key Points
କାଲି ଠାରୁ
ରତ୍ନଭଣ୍ଡାର ଗଣତି ମଣତି
ଏସଓପି ଆଧାରରେ ହେବ ଗଣତିମଣତି
ଶ୍ରୀମନ୍ଦିର ଉପ ମୁଖ୍ୟ ପ୍ରଶାସକଙ୍କ ସୂଚନା
ଶ୍ରୀମନ୍ଦିର ଉପ ମୁଖ୍ୟ ପ୍ରଶାସକ ତଥା ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା

ପୁରୀ: କାର୍ତ୍ତିକ ମାସ ସରିବା ପରେ ଆସନ୍ତାକାଲି ଠାରୁ ପୁଣି ଆରମ୍ଭ ହେବ ରତ୍ନଭଣ୍ଡାର ଗଣତି ମଣତି। ଆଉ ଏସଓପି ଆଧାରରେ ହେବ ଗଣତିମଣତି ପ୍ରକ୍ରିୟା। ତେବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ନିଁର୍ଧେଶ କ୍ରମେ କାର୍ତ୍ତିକ ପୂର୍ଣ୍ଣିମା ପରେ ରତ୍ନ ଭଣ୍ଡାର ଗଣତି କାର୍ଯ୍ୟ ହେବ ଵୋଲି ନିଷ୍ପତ୍ତି ହୋଇଥିଲା ।ତେଣୁ ନଭେମ୍ବର ୨୬ ଓ ୨୭ରେ ପୁନର୍ବାର ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଗଣତି କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ଉପ ମୁଖ୍ୟ ପ୍ରଶାସକ ତଥା ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ।
ଶ୍ରୀଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାର ଗଣତି ମଣତି ପ୍ରକ୍ରିୟା ମାର୍ଚ୍ଚ ମାସରୁ ଆରମ୍ଭ ହୋଇ ବିଭିନ୍ନ ପର୍ଯ୍ୟାୟରେ ସରିଛି। କାର୍ତ୍ତିକ ମାସରେ ନୀତି ବହୁଳତା ଥିବାରୁ ସେବକ ଏବଂ କମାଣ୍ଡରଙ୍କ ପରାମର୍ଶ ନେଇ ଏହି ପ୍ରକ୍ରିୟାକୁ ସ୍ଥଗିତ,ରଖାଯାଇଥିଲା।ଗତକାଲି କାର୍ତ୍ତିକ ପୂର୍ଣ୍ଣିମା ଏବଂ ଆଜି ଗୋଟିଏ ଦିନ ଛାଡ଼ି ନଭେମ୍ବର ୨୬ ଓ ୨୭ ତାରିଖ ଦିନ ରତ୍ନ ଭଣ୍ଡାର ଗଣତି ପ୍ରକ୍ରିୟା ପୁନର୍ବାର ଆରମ୍ଭ ହେବ।
ପଢନ୍ତୁ ଏହି ଖବର: ଶ୍ରୀମନ୍ଦିର ନାଟ ମଣ୍ଡପ ଧାଡ଼ି ଦର୍ଶନ ପାଇଁ ବଦଳିବ ରାମ୍ପ ଡିଜାଇନ୍, ପ୍ରସ୍ତାବିତ ଡିଜାଇନ ନାକଚ
ରାଜ୍ୟ ସରକାରଙ୍କ ଅନୁମୋଦିତ ଏସ ଓ ପି ଆଧାରରେ ଏହି ଗଣତି କାର୍ଯ୍ୟ କରାଯିବ ଏବଂ ଅନୁମୋଦିତ ବ୍ୟକ୍ତିମାନଙ୍କ ଜରିଆରେ ଏହା ସମ୍ପାଦନ ହେବ।ପାଳିଆ ସେବାରେ ଥିବା ସମସ୍ତ ସେବକ ବନ୍ଧୁ ଓ ସେବକ ନିଯୋଗମାନଙ୍କୁ ସହଯୋଗ ଜାରି ରଖିବା ପାଇଁ ଅନୁରୋଧ କରାଯାଇଛି।ପୂର୍ବ ଭଳି ଗଣତି ସମୟରେ ଭକ୍ତମାନଙ୍କ ପାଇଁ ବାହାର କାଠରୁ ଦର୍ଶନ ବ୍ୟବସ୍ଥା ରହିବ।ମହାପ୍ରଭୁଙ୍କ ନୀତିକାନ୍ତିରେ ଯେପରି କୌଣସି ପ୍ରତିକୂଳ ପ୍ରଭାବ ନ ପଡ଼େ, ସେଥିପ୍ରତି ସ୍ୱତନ୍ତ୍ର ଯତ୍ନବାନ ହେବାକୁ ଗୁରୁତ୍ୱ ଦିଆଯାଇଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories