Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ରତ୍ନଭଣ୍ଡାର ଗଣତିର ଅଷ୍ଟମ ଦିନ : ଗତ କାଲି ପ୍ରାୟ ୭ ଘଣ୍ଟା ଧରି ହୋଇଥିଲା ରତ୍ନ ଗଣନା

Odisha

Ratna Bhandar Counting / ରତ୍ନଭଣ୍ଡାର ଗଣତିର ଅଷ୍ଟମ ଦିନ : ଗତ କାଲି ପ୍ରାୟ ୭ ଘଣ୍ଟା ଧରି ହୋଇଥିଲା ରତ୍ନ ଗଣନା

Bikash Mohanty
Browse all articles by Bikash Mohanty
·3 weeks ago·2 min read
ରତ୍ନଭଣ୍ଡାର ଗଣତିର ଅଷ୍ଟମ ଦିନ : ଗତ କାଲି ପ୍ରାୟ ୭ ଘଣ୍ଟା ଧରି ହୋଇଥିଲା ରତ୍ନ ଗଣନା
Ratna Bhandar

Key Points

ଆଜି ଥିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିର ଅଷ୍ଟମ ଦିନ
ଭିତର ଭଣ୍ଡାର ଗଣତିର ତୃତୀୟ ଦିନ
ଆଜି ପୂର୍ବାହ୍ନ ପ୍ରାୟ ୧୦ ଟା ୩୫ରେ ଭିତରକୁ ପ୍ରବେଶ କରିଛନ୍ତି ଟିମ୍
ଗତ କାଲି ପ୍ରାୟ ୭ ଘଣ୍ଟା ଧରି ହୋଇଥିଲା ରତ୍ନ ଗଣନା
ପୁରୀ,୧୭/୦୪: ଗତକାଲି ସପ୍ତମ ଦିନର ରତ୍ନଭଣ୍ଡାର ଗଣତି କାର୍ଯ୍ୟ ଶେଷ ହୋଇଥିବାବେଳେ ଆଜି ଥିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିର ଅଷ୍ଟମ ଦିନ ତଥା ଭିତର ଭଣ୍ଡାର ଗଣତିର ତୃତୀୟ ଦିନ। ତେବେ ଆଜି ପୂର୍ବାହ୍ନ ପ୍ରାୟ ୧୦ ଟା ୩୫ରେ ସିଂହଦ୍ୱାର ଦେଇ ଭିତରକୁ ପ୍ରବେଶ କରିଛନ୍ତି ଟିମ୍

ଦ୍ୱିତୀୟ ଦିନ ସୁଦ୍ଧା ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରର ପ୍ରାୟ ୮୦ଟି ଅଳଙ୍କାର ଗଣତିମଣତି ହୋଇଛି। ନୀତି ବିଳମ୍ବ ଯୋଗୁ ଗଣତିମଣତି ପ୍ରକ୍ରିୟା କରିବାକୁ ଟିମ୍‌କୁ ବହୁ ସମୟ ଭିତରେ ଅପେକ୍ଷା କରିବାକୁ ପଡ଼ିଥିଲା । ଗୁରୁବାର ପ୍ରାୟ ୭ ଘଣ୍ଟା ହୋଇଥିଲା ଗଣତିମଣତି । ସେପଟେ ଦ୍ୱିତୀୟ ଦିନରେ ମଧ୍ୟ ଅଲୌକିକ ଘଟଣା ଦେଖିବାକୁ ମିଳିଥିଲା । ଶ୍ରୀଜିଉଙ୍କଠାରୁ ଆଜ୍ଞା ନେଇ ଟିମ ଭିତରକୁ ଯିବା ସମୟରେ ବଳଭଦ୍ର ଶ୍ରୀଅଙ୍ଗରୁ ମାଳ ଛିଡ଼ିଥିଲା ବୋଲି ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପାଟଯୋଶୀ ମହାପାତ୍ର ସୂଚନା ଦେଇଥିଲେ । ଭିତରେ ଭଣ୍ଡାରରେ ରହିଛି ପ୍ରାୟ ୫୯୮ ପ୍ରକାର ଅଳଙ୍କାର । ୧୯୭୮ ମସିହାରେ ପ୍ରସ୍ତୁତ ହୋଇଥିବା ରତ୍ନ ଅଳଙ୍କାର ସହ ମେଳକ ପ୍ରକ୍ରିୟା ହୋଇଛି । ଏପର୍ଯ୍ୟନ୍ତ ସମସ୍ତ ମେଳକ ପ୍ରକ୍ରିୟା ଶତ ପ୍ରତିଶତ ସ୍ୱଚ୍ଛ ଭାବେ ହୋଇଛି ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ।

ପଢନ୍ତୁ ଏହି ଖବର: ଶ୍ରୀମନ୍ଦିର ଦର୍ଶନ ପାଇଁ ହେବ ସ୍ଲଟ ବୁକିଂ,ଏକା ସମୟରେ ସାଢେ ଚାରି ହଜାରରୁ ପାଞ୍ଚ ହଜାର ଶ୍ରଦ୍ଧାଳୁ ଦର୍ଶନ କରିପାରିବେ

ଗତକାଲି ମାର୍ଗଦର୍ଶିକା ମୁତାବକ ପୂର୍ବାହ୍ଣ ପ୍ରାୟ ୧୦ଟା ୩୫ ରେ ସିଂହଦ୍ୱାର ଦେଇ ଭିତରକୁ ପ୍ରବେଶ କରିଥିଲା ଟିମ୍। ପ୍ରାୟ ୧୨ ଟା ୩୫ରେ ଭିତର ଭଣ୍ଡାରକୁ ପ୍ରବେଶ କରିଥିଲେ ଟିମ୍ ସଦସ୍ୟ। ଗଣତିମଣତି ପରେ ହଳଦିଆ ମୁଣିରେ ସୁନା, ଧଳା ମୁଣିରେ ରୁପା ଓ ନାଲି ମୁଣିରେ ଅନ୍ୟ ରତ୍ନ ରଖାଯାଇ ତାକୁ ପ୍ରଥମେ ଷ୍ଟିଲ୍ ବାକ୍ସ ଓ ପରେ ନବନିର୍ମିତ ସିନ୍ଦୁକରେ ରଖାଯାଉଛି । ତେବେ ଗତ ୧୩ ତାରିଖରେ ଭିତର ଭଣ୍ଡାରର ପ୍ରଥମ ଦିନ ଗଣତି ଦିନ ସୁଭଦ୍ରାଙ୍କ ମାଳ ଛିଣ୍ଡିଥିବା ବେଳେ ଗୁରୁବାର ବଡ଼ଠାକୁରଙ୍କ ଶ୍ରୀଅଙ୍ଗରୁ ମାଳ ଛିଣ୍ଡିବା ଚର୍ଚ୍ଚାର ବିଷୟ ହୋଇଛି।

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବଡ଼ ମହାସ୍ନାନ ଅନୁଷ୍ଠିତ ହୋଇଛି । ଯେଉଁଥିଲାଗି କିଛି ସମୟ ପାଇଁ ବନ୍ଦ ରହିଥିଲା ଶ୍ରୀମନ୍ଦିରେ ସାଧାରଣ ଦର୍ଶନ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଖବର ଅନୁଯାୟୀ, ଶୁକ୍ରବାର ଦିନ ଭୋର ସମୟରେ ମଙ୍ଗଳ ଆଳତୀ ପରେ ଭିତରକାଠ ନିକଟରେ ରକ୍ତର ଛିଟା ପଡ଼ିଥିବାର କିଛି ସେବାୟତ ଦେଖିଥିଲେ । ଏହାପରେ ତୁରନ୍ତ ପ୍ରଶାସନ ଓ ବରିଷ୍ଠ ସେବାୟତଙ୍କୁ ଜଣାଇଥିଲେ । ଶ୍ରୀମନ୍ଦିରରେ ରୀତିନୀତି ଅନୁସାରେ ବଡ଼ ମହାସ୍ନାନ ହେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଯାହାଫଳରେ କିଛି ସମୟ ପାଇଁ ବଡ଼ଦେଉଳରେ ସାଧାରଣ ଦର୍ଶନକୁ ବନ୍ଦ କରାଯାଇଥିଲା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Ratna Bhandar Counting | Ratna Bhandar Counting Day 8: 7-Hour Inventory Process Continues | Argus News