Ratna Bhandar Counting / ଆଜି ମହାପ୍ରଭୁଙ୍କ ରତ୍ନ ଗଣତି ମଣତି,୪୮ ବର୍ଷ ପରେ ହେବ ଗଣତିମଣତି
·5 months ago·2 min read

Key Points
ବହୁ ପ୍ରତୀକ୍ଷାର ଅନ୍ତ ହେବ
ଆଜି ଆରମ୍ଭ ହେବ ରତ୍ନ ଭଣ୍ଡାରର ଗଣତିମଣତି
ଦିନ ଦିନ ୧୨ଟା ୯ରୁ ଶୁଭ ବେଳା
କେବଳ ବାହାର କାଠଠାରୁ ମିଳିବ ଶ୍ରୀଜିଉଙ୍କ ଦର୍ଶନ
ଚଳନ୍ତି ରତ୍ନଭଣ୍ଡାରରୁ ମେଳକ ଆରମ୍ଭ ହେବ

ପୁରୀ,୨୫/୩ : ବହୁ ପ୍ରତୀକ୍ଷାର ଅନ୍ତ ହେବ। ଆଜି ଆରମ୍ଭ ହେବ ରତ୍ନ ଭଣ୍ଡାରରେ ଥିବା ଦୁର୍ମୂଲ୍ୟ ରତ୍ନ ଅଳଙ୍କାରର ଗଣତିମଣତି। ଶୁଭବେଳା ଦିନ ୧୨ଟା ୯ରୁ ୧ଟା ୪୦ ମଧ୍ୟରେ ଅଳଙ୍କାର ଗଣତିମଣତି ଆରମ୍ଭ ହେବ । ଏଥି ଏଥିନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ପ୍ର ସ୍ତୁ ତି କରିଛି । ଗଣତିମଣତି ଚାଲିବାକୁ ଥିବାରୁ ଶ୍ରଦ୍ଧାଳୁ କେବଳ ବାହାର କାଠ ଠାରୁ ମହାପ୍ରଭୁଙ୍କ ଦର୍ଶନ ସୁଯୋଗ ପାଇବେ ଶ୍ରଦ୍ଧାଳୁ। ଏନେଇ ସୂଚନା ଦେଇଛି ଶ୍ରୀମନ୍ଦିର ପ୍ରଶାସନ। ଭିତରେ ଭିଡ଼ କମ୍ ରଖିବା ନିମନ୍ତେ ବରାଦି ଅନ୍ନ ମହାପ୍ରସାଦ ମଧ୍ୟ ଶୀଘ୍ର ବାହାରିବ।
ଗଣତିମଣତି ନିମନ୍ତେ ଆନୁସଙ୍ଗିକ ଜିନିଷ ପତ୍ର କଡ଼ା ସୁରକ୍ଷା ଭିତରେ ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ନିଆଯିବ। ସେହିପରି ଆବଶ୍ୟକ ସହାୟତା ନିମନ୍ତେ ଶ୍ରୀମନ୍ଦିର ବାହାରେ ଅଗ୍ନିଶମ ବାହିନୀ,ଅକ୍ସିଜେନ୍ ସହ ଆମ୍ବୁଲାନ୍ସ ଟିମ୍, ସ୍ନେକ ହେଲ୍ପଲାଇନ୍ କୁଇକ୍ - ରେସପନ୍ସ ଟିମ୍ ପ୍ରମୁଖ ମୁତୟନ ହେବେ। ଟ୍ରେଜେରିରୁ ଜିଲ୍ଲାପାଳଙ୍କ ତତ୍ତ୍ଵାବଧାନରେ ଚାବି ଆଣି ରତ୍ନଭଣ୍ଡାର ଖୋଲାଯିବ। ପରେ ରତ୍ନଭଣ୍ଡାର ଗଣତିମଣତି ହେବ।
ଗଣତିମଣତି ଶେଷ ପରେ ଜିଲ୍ଲାପାଳଙ୍କ ଉପସ୍ଥିତିରେ ରତ୍ନଭଣ୍ଡାର ପୁନଶ୍ଚ ତାଲା ପଡ଼ିବ ଓ ଚାବି ଜିଲ୍ଲା ଟ୍ରେଜେରିକୁ ଯିବ। ମାର୍ଗ ଦର୍ଶି କା ଅନୁଯାୟୀ ପ୍ରଥମେ ଚଳନ୍ତି ରତ୍ନଭଣ୍ଡାର ଗଣତିମଣତି ହେବ। ପରେ ବାହାର ରତ୍ନଭଣ୍ଡାରର ଅନ୍ୟ ରତ୍ନ ଓ ଜିନିଷ ଗଣତିମଣତି ହେବ। ଶେଷରେ ଭିତର ରତ୍ନଭଣ୍ଡାରରେ ଥିବା ରତ୍ନ ଗଣତିମଣତି ହେବ। ୧୯୭୮ ମସିହାର ଗଣତିମଣତି ପୂର୍ଣାଙ୍ଗ ତାଲିକା ରହିଛି। ଏହି ତାଲିକା କ୍ରମାନ୍ବୟ ଅନୁଯାୟୀ ସମସ୍ତ ଅଳଙ୍କାର ଓ ଜିନିଷର ମେଳକ ହେବ। ଅଳଙ୍କାର ଓ ଜିନିଷର କେବଳ ଓଜନ, ମେଳକ, ଗଣତି କରାଯିବ। ମୂଲ୍ୟାୟନ ହେବ ନାହିଁ ।
ପାରମ୍ପରିକ ବସ୍ତ୍ର ପିନ୍ଧି ନିର୍ଦ୍ଧାରିତ ବ୍ୟକ୍ତିବିଶେଷ ଓ ଦଳ ଗଣତି ମଣତି ପ୍ରକ୍ରିୟାରେ ସାମିଲ ହେବେ। ଭଣ୍ଡାର ରକ୍ଷକ ଶ୍ରୀଲୋକନାଥଙ୍କୁ ମୁଣ୍ଡିଆ ମାରି ଭଣ୍ଡାର ଘରେ ପ୍ରବେଶ କରିବେ। ଗଣତିମଣତି ପାଇଁ ସୁପରଭାଇଜିଂ ଟିମ୍ ଓ ହ୍ୟାଣ୍ଡଲିଂ ଟିମ୍ ପ୍ରମୁଖ ଦୁଇଟି ଟିମ୍ ଗଠନ ହୋଇଛି। ଗଣତିମଣତିର ଭିଡିଓଗ୍ରାଫି, ଫଟୋଗ୍ରାଫି, ୩ଡି ମ୍ୟାଫି ହେବ। ଭଣ୍ଡାର ମେକାପ, ତଢ଼ଉକରଣ, ଦେଉଳକରଣ, ଶ୍ରୀମନ୍ଦିର ବଣିଆ ସେବକ, ଦୁଇ ଜଣ ସ୍ବର୍ଣ୍ଣକାର, ଦୁଇ ଜଣ ଜେମୋଲୋଜିଷ୍ଟ, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଜଣେ ଅଧିକାରୀ ଗଣତିମଣତିରେ ସାମିଲ ରହିବେ । ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ଓ ହାଇଲେଭଲ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ଵନାଥ ରଥଙ୍କ ନେତୃତ୍ୱରେ ସମସ୍ତ କାର୍ଯ୍ୟ ପରିଚାଳନା ହେବ। ଏହି ଗୁରୁତ୍ଵପୂର୍ଣ୍ଣ ପ୍ରକ୍ରିୟା ସମ୍ପାଦନରେ ସମସ୍ତ ସେବକ, ନିୟୋଜିତ ଅଧିକାରୀ, ବ୍ୟକ୍ତିବିଶେଷ ତଥା ଭକ୍ତଗଣଙ୍କ ସହଯୋଗ କାମନା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସୂଚନାଯୋଗ୍ୟ ଯେ ୪୫ ବର୍ଷ ତଳେ ୧୯୭୮ ମସିହାରେ ଶେଷ ଥର ପାଇଁ ଭିତର ରତ୍ନଭଣ୍ଡାର ଖୋଲାଯାଇ ଠାକୁରଙ୍କ ଅଳଙ୍କାରର ହିସାବ ନିଆଯାଇଥିଲା।
ଏଥିସହ ପଢ଼ନ୍ତୁ: ୨୫ରୁ ରତ୍ନଭଣ୍ଡାର ଅଳଙ୍କାର ଗଣତିମଣତି,ଗଣତିର ଭିଡିଓଗ୍ରାଫି, ଫଟୋଗ୍ରାଫି, ଓ ୩ଡି ମ୍ୟାପିଂ ହେବ

Related Topics
Explore more stories