Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ୨୫ରୁ ରତ୍ନଭଣ୍ଡାର ଅଳଙ୍କାର ଗଣତିମଣତି,ଗଣତିର ଭିଡିଓଗ୍ରାଫି, ଫଟୋଗ୍ରାଫି, ଓ ୩ଡି ମ୍ୟାପିଂ ହେବ

Odisha

JagannathTemple / ୨୫ରୁ ରତ୍ନଭଣ୍ଡାର ଅଳଙ୍କାର ଗଣତିମଣତି,ଗଣତିର ଭିଡିଓଗ୍ରାଫି, ଫଟୋଗ୍ରାଫି, ଓ ୩ଡି ମ୍ୟାପିଂ ହେବ

Bikash Mohanty
Browse all articles by Bikash Mohanty
·1 month ago·2 min read
୨୫ରୁ ରତ୍ନଭଣ୍ଡାର ଅଳଙ୍କାର ଗଣତିମଣତି,ଗଣତିର ଭିଡିଓଗ୍ରାଫି, ଫଟୋଗ୍ରାଫି, ଓ ୩ଡି ମ୍ୟାପିଂ ହେବ
Ratna bhandar

Key Points

ଆସନ୍ତା ୨୫ରୁ ରତ୍ନଭଣ୍ଡାର ଅଳଙ୍କାର ଗଣତିମଣତି
ଧାର୍ଯ୍ୟ ହୋଇଛି ମାହେନ୍ଦ୍ର ବେଳା
ଭିଡିଓଗ୍ରାଫି,ଫଟୋଗ୍ରାଫି, ଓ ୩ଡି ମ୍ୟାପିଂ ହେବ

ଆସନ୍ତା ୨୫ ତାରିଖ ବୁଧବାରଠାରୁ ଆରମ୍ଭ ହେବ ରତ୍ନଭଣ୍ଡାରରୁ ଅଳଙ୍କାର ଗଣତିମଣତି। ଏଥିପାଇଁ ମାହେନ୍ଦ୍ର ବେଳା ଧାର୍ଯ୍ୟ ହୋଇଛି ମଧ୍ୟାହ୍ନ ୧୨ଟା ୯ ରୁ ୧ଟା ୪୫। ଏହି ଗଣତିମଣତି ପାଇଁ ଗଠିତ ଦୁଇଟି କମିଟି ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ଓ ରତ୍ନ ଭଣ୍ଡାର କମିଟି ଅଧ୍ୟକ୍ଷ ଜଷ୍ଟିସ୍‌ ବିଶ୍ବନାଥ ରଥ।
ରତ୍ନଭଣ୍ଡାର ଅଳଙ୍କାର ଗଣତିର ଭିଡିଓଗ୍ରାଫି, ଫଟୋଗ୍ରାଫି, ଓ ୩ଡି ମ୍ୟାପିଂ ହେବ। ପ୍ରଥମେ ଚଳନ୍ତି ରତ୍ନଭଣ୍ଡାର ଗଣତିମଣତି ହେବ। ୧୯୭୮ ମସିହାର ଗଣତିମଣତି ପୂର୍ଣ୍ଣାଙ୍ଗ ତାଲିକା ରହିଛି। ଏହି ତାଲିକା ସହ ମେଳକ ହେବ। ସ୍ୱର୍ଣ୍ଣ ଅଳଙ୍କାର ହଳଦିଆ ରଙ୍ଗର ଭେଲଭେଟ୍‌ କପଡ଼ାରେ ଗୁଡ଼ାଯାଇ ଟିଣ ବାକ୍ସରେ ରଖାଯିବ। ପରେ ତାକୁ ସିନ୍ଦୁକରେ ରଖାଯିବ। ରୌପ୍ୟ ଅଳଙ୍କାର ଧଳା ବା ସିଲଭର ରଙ୍ଗ କପଡ଼ାରେ ଗୁଡ଼ା ଯାଇ ରଖାଯିବ। ଅନ୍ୟାନ୍ୟ ଅଳଙ୍କାର ଲାଲ ରଙ୍ଗ ଭେଲଭେଟ କନାରେ ଗୁଡ଼ାଯାଇ ରଖାଯିବ। ତେବେ ବିଶେଷ ଦିନ, ପର୍ବପର୍ବାଣି, ଶନିବାର ଓ ରବିବାର ଗଣତିମଣତି ହେବନାହିଁ। ଗଣତିମଣତି ଦିନ ଭକ୍ତମାନେ ବାହାରକାଠରୁ ଦର୍ଶନ କରିବେ। ପର୍ବପର୍ବାଣି, ଶନିବାର ଓ ରବିବାର ବନ୍ଦ ରହିବ ଗଣତିମଣତି।

ମେଳକ ଓ ଗଣତି ସହ ଓଜନ ମଧ୍ୟ ହେବ। ହେଲେ ଅଳଙ୍କାରର ମୂଲ୍ୟାୟନ ହେବନାହିଁ। ୧୯୭୮ ମସିହାରେ ୭୨ ଦିନ ଗଣତିମଣତି ହୋଇଥିଲା। କିନ୍ତୁ ଏଥର ସମ୍ପୂର୍ଣ୍ଣ ଗଣତିମଣତି କେବେ ସରିବ, କହିହେବ ନାହିଁ। ସୁପରଭାଇଜିଂ ଟିମ୍‌ ଓ ହାଣ୍ଡେଲିଂ ଟିମ୍‌, ଉଭୟ ଟିମ୍‌ର ସମସ୍ତ ସଦସ୍ୟ ଓ ଗଣତିରେ ଉପସ୍ଥିତ ରହିବାକୁ ଥିବା ସମସ୍ତ ବ୍ୟକ୍ତି ପାରମ୍ପରିକ ବସ୍ତ୍ର ପରିଧାନ କରିବେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁପରଭାଇଜିଂ ଟିମ୍‌ର ଅଧ୍ୟକ୍ଷ ରହିଥିବା ବେଳେ ରତ୍ନଭଣ୍ଡାର ତଦାରଖ କମିଟିର ଦୁଇ ଜଣ ଏଥିରେ ସଦସ୍ୟ ଓ ଜଣେ ସେବାୟତ ସଦସ୍ୟ ରହିଛନ୍ତି। ହ୍ୟାଣ୍ଡଲିଂ ଟିମ୍‌ରେ ଶ୍ରୀମନ୍ଦିର ପରିଚାଳନା କମିଟିର ଜଣେ ସଦସ୍ୟ, ପାଟ୍ଟଯୋଶୀ ମହାପାତ୍ର, ଭଣ୍ଡାର ମେକାପ, ତଢ଼ଉକରଣ, ଦେଉଳକରଣ, ଶ୍ରୀମନ୍ଦିର ବଣିଆ ସେବକ, ଦୁଇ ଜଣ ସ୍ୱର୍ଣ୍ଣକାର, ଦୁଇ ଜଣ ରତ୍ନବିଜ୍ଞାନୀ ଓ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଜଣେ ଅଧିକାରୀ ଉପସ୍ଥିତ ରହିବେ ବୋଲି ନିଷ୍ପତ୍ତି ହୋଇଛି।
ଗଣତିମଣତି ସାରିବା ପାଇଁ ହାଇକୋର୍ଟ ୩ ମାସ ସମୟ ଦେବା ପରେ ଏହି କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି। ୨୫ ତାରିଖ ଦିନ ଟ୍ରେଜେରିରୁ ଚାବି ଆସିବା ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଖୋଲାଯିବ ଏବଂ ବନ୍ଦ କରାଯିବ। ସମସ୍ତ ପ୍ରକ୍ରିୟାକୁ ସ୍ୱଚ୍ଛତାର ସହ କରାଯିବ ବୋଲି କହିଛନ୍ତି ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ୍‌ ବିଶ୍ୱନାଥ ରଥ।

ଏଥିସହ ପଢ଼ନ୍ତୁ: ରତ୍ନଭଣ୍ଡାର ନେଇ ବଡ଼ ନିଷ୍ପତ୍ତି; ନୀଳାଦ୍ରିବିଜେ ପୂର୍ବରୁ ସରିବ ଗଣତି ମଣତି, ତାଲିକା ପ୍ରସ୍ତୁତ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Ratna bhandar ornament | Ratna Bhandar Ornament Counting Starts March 25 | Latest Update | Argus News