Ratna Bhandar Counting / ରତ୍ନ ଭଣ୍ଡାର ଗଣତି ମଣତିର ହେଉଛି ଭିଡିଓଗ୍ରାଫି, ପ୍ରତି ଅଳଙ୍କାରର ହେଉଛି ଯାଞ୍ଚ ଓ ଗଣନା
·2 days ago·2 min read

Key Points
ଆଜିଠୁ ପୁଣି ରତ୍ନଭଣ୍ଡାର ଗଣତି ମଣତି
SOP ଅନୁସାରେ ଭିତର ରତ୍ନ ଭଣ୍ଡାରରେ ପ୍ରବେଶ କଲେ ଗଣଣି ମଣତି ଟିମ
1978 ତାଲିକା ସହ କରାଯିବ ମେଳକ
ପ୍ରଥମ ଦିନର ଗଣତିରେ ପ୍ରାୟ 20ଟି ଅଳଙ୍କାରର ସରିଛି ଗଣନା

ପୁରୀ,୧୬.୦୪: ଆଜିଠୁ ପୁଣି ରତ୍ନଭଣ୍ଡାର ଗଣତି, ଭିତର କାଠ ନିକଟରୁ ଦର୍ଶନ ବନ୍ଦ । ଏସଓପି ଅନୁସାରେ ସକାଳ ଧୂପ ପରେ ଭିତର ରତ୍ନ ଭଣ୍ଡାରରେ ପ୍ରବେଶ କଲେ ଗଣଣି ମଣତି ଟିମ। ଆଜି ଭିତର ରତ୍ନଭଣ୍ଡାର ଗଣତି ମଣତିର ଦ୍ବିତୀୟ ଦିବସ। ସକାଳ ଧୂପ ନୀତି ପରେ ଗଣତି ମଣତି କାର୍ଯ୍ୟ ଚାଲିଛି । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବୈଠକ ପରେ ଶ୍ରୀମନ୍ଦିରକୁ ଗଲେ ଟିମ୍ । 1978 ତାଲିକା ସହ କରାଯିବ ମେଳକ। ଗତ 13 ତାରିଖରେ ପ୍ରଥମ ଦିନର ଗଣତିରେ ପ୍ରାୟ 20ଟି ଅଳଙ୍କାରର ସରିଛି ଗଣନା।
ପୂର୍ବରୁ ଚଳନ୍ତି ଓ ବାହାର ରତ୍ନଭଣ୍ଡାରର ଗଣତି ମଣତି କାର୍ଯ୍ୟ ଶେଷ ହୋଇଛି। ଗତ ୧୪ ତାରିଖ ପଣା ସଂକ୍ରାନ୍ତି ଏବଂ ୧୫ ତାରିଖରେ ମହାପ୍ରଭୁଙ୍କ ବନକଲାଗି ନୀତି ଯୋଗୁ ଗଣତି ମଣତି କାର୍ଯ୍ୟ ବନ୍ଦ ରହିଥିଲା। ତେବେ ଆଜିଠାରୁ ୧୮ ତାରିଖ ଯାଏଁ ଭିତର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ କରାଯାଉଛି ।
ଏହି ଗଣତି ମଣତି କାର୍ଯ୍ୟରେ ରତ୍ନଭଣ୍ଡାର ଉଚ୍ଚସ୍ତରୀୟ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ସହିତ ଗଣତି ମଣତି ଟିମ୍ ର ସଦସ୍ୟ ମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ କରିବେ। ଜିଲ୍ଲା ଟ୍ରେଜେରୀରୁ ରତ୍ନଭଣ୍ଡାରର ଚାବି ଆସିବା ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତାଲା ଖୋଲିବା ପରେ ଗଣତି କାର୍ଯ୍ୟ ଆରମ୍ଭ ହେବ। ଏସଓପି ଅନୁଯାୟୀ ଭିତର ରତ୍ନଭଣ୍ଡାରର ରତ୍ନ ଅଳଙ୍କାର ଭିତର ରତ୍ନଭଣ୍ଡାରରେ ହିଁ ଗଣତି କରାଯାଉଛି।
ପଢନ୍ତୁ ଏହି ଖବର: ଅମରନାଥ ଯାତ୍ରା ପାଇଁ ପଞ୍ଜୀକରଣ ଆରମ୍ଭ, ଜୁଲାଇ ୩ରୁ ଆରମ୍ଭ ହେବ ଯାତ୍ରା
ସମସ୍ତ ଗଣତି ମଣତି କାର୍ଯ୍ୟକୁ ଭିଡିଓଗ୍ରାଫି, ଫଟୋଗ୍ରାଫି ଏବଂ ଥ୍ରୀଡି ସ୍କାନିଙ୍ଗ କରାଯାଉଛି। ତେବେ ଗତ ୧୩ ତାରିଖରେ ଭିତର ରତ୍ନଭଣ୍ଡାରର ଆଲମିରାରେ ଥିବା ଅଳଙ୍କାର ଗୁଡ଼ିକୁ ପ୍ରଥମେ କଢାଯାଇ ହ୍ୟାଣ୍ଡ ଲିଙ୍ଗ ଟିମ୍ ବା କାର୍ଯ୍ୟବାହୀ ଦଳ ଗଣତି କାର୍ଯ୍ୟ କରିଥିଲେ। ଶୁଭ ବେଳା ଅନୁଯାୟୀ ଭିତର ରତ୍ନଭଣ୍ଡାରର ଗଣତି ମଣତି କାର୍ଯ୍ୟ ଆରମ୍ଭ କରାଯାଇଥିଲା।
୧୯୭୮ ମସିହା ତାଲିକା ଅନୁଯାୟୀ ଭିତର ରତ୍ନଭଣ୍ଡାରର ରତ୍ନ ଅଳଙ୍କାରକୁ ମେଳକ କରାଯାଉଛି। ପ୍ରତ୍ୟେକ ରତ୍ନ ଅଳଙ୍କାରକୁ ଚିହ୍ନଟ କରାଯାଇ ତା'ର ଫଟୋଗ୍ରାଫି, ଭିଡିଓଗ୍ରାଫି ସହିତ ଥ୍ରୀଡି ସ୍କାନିଙ୍ଗ କରାଯାଉଛି। ରୂପା ଅଳଙ୍କାରକୁ ଧଳା କପଡ଼ାରେ, ସୁନା ଅଳଙ୍କାରକୁ ହଳଦିଆ କପଡ଼ାରେ ସୁରକ୍ଷିତ ଭାବେ ରଖାଯାଉଛି। ପ୍ରତ୍ୟେକ ରତ୍ନ ଅଳଙ୍କାରକୁ ୨୦୨୬ ଟ୍ୟାଗିଙ୍ଗ କରାଯାଉଥିବା ବେଳେ ୧୯୭୮ ମସିହାର କ୍ରମିକ ନଂ ମଧ୍ୟ ଉଲ୍ଲେଖ କରାଯାଇ ଅତି ଯତ୍ନର ସହିତ ସିନ୍ଦୁକରେ ରଖାଯାଉଛି। ଏହି ଟ୍ୟାଗିଙ୍ଗ ଦ୍ବାରା ଆଗାମୀ ଦିନରେ ଖୁବ୍ ସହଜରେ ଏବଂ କମ୍ ସମୟରେ ଗଣତି ମଣତି କାର୍ଯ୍ୟ ହୋଇପାରିବ।
ପ୍ରତ୍ୟେକ ଅଳଙ୍କାର କୁ ଏକ ଷ୍ଟିଲ ବାକ୍ସରେ ପ୍ରଥମେ ରଖାଯିବା ପରେ ଷ୍ଟିଲ ବାକ୍ସ ଗୁଡ଼ିକୁ ସିନ୍ଦୁକ ଭିତରେ ଅତି ଯତ୍ନର ସହିତ ରଖାଯାଉଛି। ବର୍ତ୍ତମାନ ଦୁଇଟି ସିନ୍ଦୁକରେ ଅଳଙ୍କାର ରଖାଯାଉଥିବା ବେଳେ ଆଗାମୀ ଦିନରେ ଯଦି ଆବଶ୍ୟକ ପଡେ ଅଳଙ୍କାର ରଖିବା ପାଇଁଁ ଅଧିକ ଚାରଟି ସିନ୍ଦୁକର ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ରତ୍ନ ଅଳଙ୍କାରକୁ ବୈଜ୍ଞାନିକ ପଦ୍ଧତିରେ ଚିହ୍ନଟ କରାଯିବା ସହ ଓଜନ ମାପ କରାଯାଇ ଡିଜିଟାଲ କ୍ୟାଟଲକ କରାଯାଉଛି। ସମ୍ପୂର୍ଣ୍ଣ ସ୍ବଚ୍ଛତାର ସହିତ ଗଣତି ମଣତି କାର୍ଯ୍ୟ କରାଯାଉଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories