Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରତ୍ନଭଣ୍ଡାର ପ୍ରସଙ୍ଗ, ବିଧାନସଭାରେ ବିଭ୍ରାନ୍ତକର ଉତ୍ତର ରଖିଲେ ଆଇନମନ୍ତ୍ରୀ ଜଗନ୍ନାଥ ସାରକା

Banajyotshna Ray
Browse all articles by Banajyotshna Ray
·2 years ago·1 min read
ରତ୍ନଭଣ୍ଡାର ପ୍ରସଙ୍ଗ, ବିଧାନସଭାରେ ବିଭ୍ରାନ୍ତକର ଉତ୍ତର ରଖିଲେ ଆଇନମନ୍ତ୍ରୀ ଜଗନ୍ନାଥ ସାରକା

ଅର୍ଗସ ବ୍ୟୁରୋ: ପୁଣି ରତ୍ନଭଣ୍ଡାର ପ୍ରସଙ୍ଗରେ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ ଲଲିପପ୍ ଧରାଇଲେ ରାଜ୍ୟ ସରକାର । ବିଧାନସଭା ଭଳି ପବିତ୍ର ଗୃହରେ ପ୍ରକୃତ ଉତ୍ତର ନରଖି ବିଭ୍ରାନ୍ତକର ଉତ୍ତର ରଖିଲେ ଆଇନମନ୍ତ୍ରୀ ଜଗନ୍ନାଥ ସାରକା । ବିଧାୟକ ଦାସରଥୀ ଗମାଙ୍ଗଙ୍କ ରତ୍ନଗଣତି ପ୍ରଶ୍ନରେ ସିଧା ଉତ୍ତର ନରଖି ପୁଣି ରତ୍ନଚୋରି ସନ୍ଦେହକୁ ଦୃଢୀଭୂତ କରିଛନ୍ତି ଆଇନମନ୍ତ୍ରୀ । ରତ୍ନଭଣ୍ଡାର ମରାମତି ପ୍ରସଙ୍ଗରେ ଆଇନମନ୍ତ୍ରୀ କହିଛନ୍ତି, ଏବେ ASI ରତ୍ନଭଣ୍ଡାର ମରାମତି କଲେ ଶ୍ରୀଜୀଉଙ୍କ ନୀତି ଓ ଭକ୍ତଙ୍କ ଦର୍ଶନ ବାଧାପ୍ରାପ୍ତ ହେବ ।

ସେହିପରି ରତ୍ନଗଣତି ପ୍ରଶ୍ନରେ ଅଜବ ଉତ୍ତର ରଖି ମନ୍ତ୍ରୀ କହିଛନ୍ତି, ଲେଜର ସ୍କାନିଂ ଶେଷ ହୋଇଛି ଓ ରିପୋର୍ଟ ଆସିବା ପରେ ସ୍ଥିତି ଅନୁଧ୍ୟାନ କରାଯାଇ ଚଳିତ ବର୍ଷ ରଥଯାତ୍ରା ସମୟରେ ଭିତର ଭଣ୍ଡାର ଖୋଲାଯାଇ ମରାମତି କରାଯିବ । ସେପଟେ ଗତବର୍ଷ ଅଗଷ୍ଟ 4 ତାରିଖରେ ଅନୁଷ୍ଠିତ ହୋଇଥିବା ପରିଚାଳନା କମିଟିର ନିଷ୍ପତ୍ତି କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି ଜଗନ୍ନାଥ ସେନାର ଆଵାହକ । ଆଇନମନ୍ତ୍ରୀଙ୍କ ଉତ୍ତରରେ କ୍ଷୋଭ ପ୍ରକାଶ କରିଛନ୍ତି ପୁରୀ ବିଧାୟକ । ଅନ୍ୟପଟେ ରତ୍ନଭଣ୍ଡାର ପ୍ରସଙ୍ଗରେ ପରେ ଆଲୋଚନା କରିବା କହି ନିଜର ଅସହାୟତା ପ୍ରକାଶ କରିଛନ୍ତି ଖୋଦ୍ ପରିଚାଳନା କମିଟିର ସଦସ୍ୟ ଦୁର୍ଗାଦାସ ମହାପାତ୍ର ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Ratna Bhandar Issue | Argus News