|
logo
Live

Argus News - ରତ୍ନ ଭଣ୍ଡାର ଚାବିକୁ ନେଇ ଥାନାରେ ହେଲା ଏତଲା

Odisha

ରତ୍ନ ଭଣ୍ଡାର ଚାବିକୁ ନେଇ ଥାନାରେ ହେଲା ଏତଲା

Banajyotshna Ray
Browse all articles by Banajyotshna Ray
·1 year ago·1 min read
ରତ୍ନ ଭଣ୍ଡାର ଚାବିକୁ ନେଇ ଥାନାରେ ହେଲା ଏତଲା

ଅର୍ଗସ ବ୍ୟୁରୋ:  2018 ଏପ୍ରିଲ 4। ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଭିତର ରତ୍ନଭଣ୍ତାର ଖୋଲିବାକୁ ଯାଇଥିବା ଟିମ ନିରାଶ ହୋଇ ଫେରିଲେ । ଜିଲ୍ଲାପାଳ କହିଥିଲେ ଚାବି ହଜିଯାଇଛି। ପରେ ଜିଲ୍ଲାପାଳ କହିଥିଲେ ଡ୍ୟୁପ୍ଲିକେଟ ଚାବି ମିଳିଛି। ଟ୍ରେଜରୀରେ ଥିବା ଏହି  ଡ୍ୟୁପ୍ଲିକେଟ ଚାବିରେ ବି  ରତ୍ନଭଣ୍ଡାର ତାଲା ନ ଖୋଲିବା ପରେ ପୁଣିଥରେ ତେଜିଛି ଚାବି ହଜିବା ବିବାଦ। ସେତେବେଳର ଜିଲ୍ଲାପାଳ ଜଗନ୍ନାଥ ପ୍ରେମୀଙ୍କୁ ମିଛ କହିଥିବା  ଓ ଏଥିରେ ବଡ ଷଡଯନ୍ତ୍ରର ଅଭିଯୋଗରେ ସିଂହଦ୍ବାରା ଥାନାରେ ଏତଲା ଦେଇଛି ଜଗନ୍ନାଥ ସେନା। ରତ୍ନଭଣ୍ଡାରର ଗୋଟିଏ ତାଲାର ସିଲ୍ ଥିବା ବେଳେ ଅନ୍ୟ ଦୁଇଟିର ସିଲ କୁଆଜେ ଗଲା ବୋଲି ପ୍ରଶ୍ନ କରିଛି ଜଗନ୍ନାଥ ସେନା। ଏହା ସହ ନବକଳେବର ବେଳେ 2000 କୋଟିର ଦୁର୍ନୀତିରେ ପୂର୍ବତନ ଜିଲ୍ଲାପାଳଙ୍କୁ ଯୋଡି ସବିଆଇ ତଦନ୍ତ ଦାବି କରିଛି ସେନା।

ଡୁପ୍ଲିକେଟ୍ ଚାବି ବିବାଦ ନିଆଁରେ ଘିଅ ଢାଳି ଚାବି ଚୋରିର ଗନ୍ଧ ବାରିବା ସହ ତୁରନ୍ତ ତଦନ୍ତ ଦାବି କରିଛନ୍ତି ଜଗନ୍ନାଥଙ୍କ ମୁଖ୍ୟ ବାଡଗ୍ରାହୀ। ଏପଟେ ଚାବି ହଜିବା ଡ୍ୟୁପ୍ଲିକେଟରେ ନ ଖୋଲିବା ପରେ ପୂର୍ବ ସରକାର ମିଛ ଧରାପଡିଥିବା ବେଳେ  ଡୁପ୍ଲିକେଟର ସତ କଣ ତାହା ତଦନ୍ତ ସାପେକ୍ଷ ବୋଲି  ଆଇନ ମନ୍ତ୍ରୀ କହିବା ପରେ ରାଜନୀତି ବି ତେଜିଛି। 1978ର ଗଣତି ଅନୁସାରେ ଭିତର ରତ୍ନଭଣ୍ଡାରରେ 367 ପ୍ରକାରର ସୁନା ଅଳଙ୍କାର ଥିଲା। ଯାହାର ଓଜନ 4364 ଭରି । 231 ପ୍ରକାରର ରୁପା ଅଳଙ୍କାର ଓ ବାସନ କୁସନ ଥିଲା, ଯାହାର ଓଜନ 14, 878 ଭରି। ଏ ହେଉଛି ପୁରା ତାଲିକା। ଭିତର ରତ୍ନ ଭଣ୍ଡାରରୁ ରତ୍ନ ଚୋରି ହୋଇଥିବାର ଅଭିଯୋଗ ଭିତରେ ଏବେ ନଜର ଗଣତି ମଣତି ଉପରେ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ରତ୍ନ ଭଣ୍ଡାର ଚାବିକୁ ନେଇ ଥାନାରେ ହେଲା ଏତଲା | Argus News