Ratna Bhandar Mystery / ରତ୍ନଭଣ୍ଡାରରେ ଥିବା ୩ କୋଣିଆ ବାକ୍ସରେ ଅଛି କ'ଣ ? ପୂର୍ଣ୍ଣାଙ୍ଗ ଗଣତି ପରେ ଖୋଲିବ ବାକ୍ସ
·20 mins ago·2 min read

Key Points
ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରରେ ଥିବା କାସ୍କେଟ ରେ ଅଛି କଣ?
କେଉଁ ରହସ୍ୟ ଖୋଲିବ ରତ୍ନଭଣ୍ଡାର କାସ୍କେଟ୍ ?
ରହସ୍ୟମୟ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଚର୍ଚ୍ଚା ଏବେ ବି ରହିଛି
କେଉଁ ରହସ୍ୟ ଖୋଲିବ ରତ୍ନଭଣ୍ଡାର କାସ୍କେଟ୍ ?
ରହସ୍ୟମୟ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଚର୍ଚ୍ଚା ଏବେ ବି ରହିଛି
ପୁରୀ: ୧୯ ଦିନରେ ଚାଲିଛି ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଗଣତି । ରତ୍ନଭଣ୍ଡାରରେ ଥିବା ୩ କାସ୍କେଟ୍କୁ ନେଇ ଚର୍ଚ୍ଚା । ଭିତର ଭଣ୍ଡାରରେ ରହିଛି ୩ କୋଣିଆ ତିନି ବାକ୍ସ । ଏଯାଏଁ ବି ଖୋଲିନି ବାକ୍ସ ରହସ୍ୟ । ଏଯାବତ୍ ୧୯୭୮ ତାଲିକାରେ କାସ୍କେଟ ବିଷୟରେ ବି ନାହିଁ ଉଲ୍ଲେଖ । ରହସ୍ୟ ଖୋଲିବ ରତ୍ନ ଭଣ୍ଡାର କାସ୍କେଟ୍ । ଭିତର ଭଣ୍ଡାରରେ ପୂର୍ଣ୍ଣାଙ୍ଗ ଗଣତି ପରେ ଖୋଲିବ କାସ୍କେଟ୍ । ସେବାୟତ କହିଲେ ଦୁର୍ମୂଲ୍ୟ ଅଳଙ୍କାରର ଗୋଟିଏ ଗୋଟିଏ ରତ୍ନ ଅମୂଲ୍ୟ ମୂଲ୍ୟ ।
୪୩ ବର୍ଷ ପରେ ଖୋଲିଥିବା ଭିତର ରତ୍ନଭଣ୍ଡାରରେ ରହିଛି ତିନିଟି ୩ କୋଣିଆ କାସ୍କେଟ ବା ବାକ୍ସ । ଯାହା ଏବେ ବି ରହିଛି ରହସ୍ୟମୟ । କାରଣ ୧୯୭୮ ମସିହାର ଯେଉଁ ତାଲିକା ମେଳକ ହେଉଛି ସେଥିରେ ଏ ବାବଦରେ ତଥ୍ୟ ନାହିଁ । ଏଣୁ ଏଥିରେ କ'ଣ ଅଛି, ସେନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି । ଏହି କାସ୍କେଟରେ କ'ଣ ଅଛି ଏବେ ତାହା ଜାଣିବାକୁ ସମସ୍ତେ ବ୍ୟଗ୍ର ।
କାସ୍କେଟ ଭିତରେ ଅଛି କ'ଣ ଏଯାବତ୍ ଏ ବାବଦରେ ରତ୍ନଭଣ୍ଡାର କମିଟି ମଧ୍ୟ ଜାଣି ନାହାନ୍ତି । ରତ୍ନ ଭଣ୍ଡାର ପୂର୍ଣ୍ଣାଙ୍ଗ ଗଣତି ପରେ ଏହି ବାକ୍ସ ଖୋଲାଯିବ । ଏହି ମାପରେ ତିଆରି ହୋଇଥିବା ଆଉ ୩ଟି ବାକ୍ସରେ ତାହା ରଖାଯିବ । ତେବେ ତାପରେ ହିଁ ଜଣା ପଡ଼ିବ କ'ଣ ରହିଛି ।
ଭିତର ଭଣ୍ଡାରରେ ରହିଛି ତିନିଟି ତିନି କୋଣିଆ ବାକ୍ସ ଯାହା ୧୫୦୦ ଶତାବ୍ଦୀରେ ବ୍ୟବହାର ହେଉଥିବା ଅନୁମାନ କରାଯାଉଛି । ତିନିଟିଯାକ ଭିନ୍ନ ଭିନ୍ନ ଆକାରର । ଗୋଟିଏ ୩ ଫୁଟ ୫ ଇଞ୍ଚ, ଆଉ ଗୋଟିଏ ୪ ଫୁଟ ଓ ଶେଷଟି ୫ ଫୁଟ ପାଞ୍ଚ ଇଞ୍ଚ ଉଚ୍ଚା ହେବ । ମହାପ୍ରଭୁଙ୍କ ରତ୍ନ ରଖିବା ପାଇଁ ଏହି କାସ୍କେଟ୍ ବ୍ୟବହାର ହେଉଥିବା ଅନୁମାନ କରାଯାଉଛି । ବାକ୍ସ ଗୁଡିକ ବହୁତ ଓଜନ ରହିଛି । ତିନିପଟେ କଡ଼ା ବନ୍ଧା ହୋଇଥିବା ବେଳେ ଉପର ପଟୁ ଖୋଲିବା ବ୍ୟବସ୍ଥା ରହିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତେବେ ଜଗନ୍ନାଥ ସଂସ୍କୃତି ଗବେଷକ ତଥା ଚୁନରା ସେବାୟତ ଡଃ. ଶରତ ମହାନ୍ତି କହିଛନ୍ତି ମହାପ୍ରଭୁ ଅଚଳାଚଳ ସମ୍ପତ୍ତିର ମାଲିକ । ତାଙ୍କ ଭଣ୍ଡାରରେ ଥିବା ଗୋଟିଏ ଗୋଟିଏ ରତ୍ନ ସାରା ବିଶ୍ୱରେ ଅମୂଲ୍ୟ । ସେପଟେ ଆଜିର ଦିନରେ ୧୯ ଦିନରେ ଗଣତି ଜାରି ରହିଥିବା ବେଳେ ପୂର୍ବରୁ ସମୁଦାୟ ୯୭ ଘଣ୍ଟାର ଗଣତି ଶେଷ ହୋଇ ସାରିଛି ।
୪୮ ବର୍ଷ ପରେ ରତ୍ନ ଭଣ୍ଡାର ଖୋଲୁଥିବା ବେଳେ ଧୀରେ ଧୀରେ ଲୋକଙ୍କ ମନରୁ ସଂଶୟ ହଟିଛି । ତେବେ କାସ୍କେଟରେ ରହିଛି କ'ଣ ତାହା ଏବେ ବି ରହସ୍ୟମୟ ।
୪୮ ବର୍ଷ ପରେ ରତ୍ନ ଭଣ୍ଡାର ଖୋଲୁଥିବା ବେଳେ ଧୀରେ ଧୀରେ ଲୋକଙ୍କ ମନରୁ ସଂଶୟ ହଟିଛି । ତେବେ କାସ୍କେଟରେ ରହିଛି କ'ଣ ତାହା ଏବେ ବି ରହସ୍ୟମୟ ।
Related Topics
Explore more stories