Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପ୍ରଭୁଙ୍କ ଇଚ୍ଛାରେ ଖୋଲାଗଲା ରତ୍ନଭଣ୍ଡାର: ମୁଖ୍ୟମନ୍ତ୍ରୀ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ପ୍ରଭୁଙ୍କ ଇଚ୍ଛାରେ ଖୋଲାଗଲା ରତ୍ନଭଣ୍ଡାର: ମୁଖ୍ୟମନ୍ତ୍ରୀ

ଅର୍ଗସ ବ୍ୟୁରୋ: ପ୍ରଭୁଙ୍କ ଇଚ୍ଛାରେ ଖୋଲାଗଲା ରତ୍ନଭଣ୍ଡାର ବୋଲି କହିଛନ୍ତି ସିଏମଓ। ଆଜି କେବଳ ରତ୍ନଭଣ୍ଡାର ଯାଞ୍ଚ ହେବ। ୪୬ ବର୍ଷ ପରେ ଖୋଲିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର। ମହତ ଉଦ୍ଦେଶ୍ୟ ନେଇ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଗଲା ବୋଲି କହିଛନ୍ତି ସିଏମଓ। ମହାପ୍ରଭୁ ତୁମେ ଓଡିଆ ଜାତିର ହୃଦସ୍ପନ୍ଦନ କହିଲେ ମୁଖ୍ୟମନ୍ତ୍ରୀ। ରତ୍ନଭଣ୍ଡାର ଖୋଲାଯିବା ନେଇ ସିଏମଓଙ୍କ ପକ୍ଷରୁ ଟ୍ୱିଟ। ଦୀର୍ଘ ଦଶନ୍ଧି ପ୍ରତିକ୍ଷାର ଅନ୍ତ ହେଲା। ଶେଷଥର ପାଇଁ ୧୯୭୮ ମସିହାରେ ଖୋଲାଯାଇଥିଲା ରତ୍ନଭଣ୍ଡାର। ଆଜି ପ୍ରଥମେ ବାହାର ରତ୍ନଭଣ୍ଡାର ଖୋଲାଯାଇଥିବା ସୂଚନା ରହିଛି।

ଗମ୍ଭୀରା ଭିତରେ ପ୍ରବଳ ଅଳନ୍ଧୁ ଥିବା ସୂଚନା ରହିଛି। ସଫା କରିବାକୁ ଭିତରକୁ ଗଲା ଝାଡୁ। ଧାର୍ଯ୍ୟ ସମୟରେ ଖୋଲିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର। ବାହାର ରତ୍ନଭଣ୍ଡାର ପରେ ଭିତର ରତ୍ନଭଣ୍ଡାର ଖୋଲାଯିବ। ଆଜି ରତ୍ନଅଳଙ୍କାର ଗଣତି ହେବ ନାହିଁ ବୋଲି ସୂଚନା ରହିଛି। ଏହାସହ ପୁରୀ ଏସପି ପିନାକ ମିଶ୍ର ଅଚେତ ହୋଇପଡିଛନ୍ତି। ଏସପିଙ୍କୁ ଚିକିତ୍ସା କରୁଛନ୍ତି ଡାକ୍ତର।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Ratna Bhandar opened by Lord's will | Argus News