Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Ratna Bhandar Counting / ଦୁଇ ଦିନରେ ରତ୍ନଭଣ୍ଡାରର ପ୍ରାୟ ୪୦% ଅଳଙ୍କାରର ଗଣତି ଶେଷ

Bikash Mohanty
Browse all articles by Bikash Mohanty
·3 months ago·2 min read
ଦୁଇ ଦିନରେ ରତ୍ନଭଣ୍ଡାରର ପ୍ରାୟ ୪୦% ଅଳଙ୍କାରର ଗଣତି ଶେଷ
Ratna Bhandar

Key Points

ଆଜି ପୁଣି ଖୋଲିବ ଶ୍ରୀଜିଉଙ୍କ ରତ୍ନଭଣ୍ଡାର
ଆଜି ଦ୍ୱିତୀୟ ପର୍ଯ୍ୟାୟ ଗଣତିର ତୃତୀୟ ଦିନ
ଗତ ଦୁଇ ଦିନରେ ପ୍ରାୟ ୪୦% ଗଣତି କାର୍ଯ୍ୟ ଶେଷ 


ପୁରୀ,୧୦/୦୪:ଆଜି ପୁଣି ଖୋଲିବ ଶ୍ରୀଜିଉଙ୍କ ରତ୍ନଭଣ୍ଡାର । ଦ୍ୱିତୀୟ ପର୍ଯ୍ୟାୟ ଗଣତିର ତୃତୀୟ ଦିନରେ ହେବ ବାହାର ରତ୍ନଭଣ୍ଡାରର ରତ୍ନ ଅଳଙ୍କାର ଗଣତି । ସକାଳ ଧୂପ ପରେ ହେବ ଗଣତି । ପ୍ରଥମ ପର୍ଯ୍ୟାୟରେ ଚଳନ୍ତି ରତ୍ନ ଭଣ୍ଡାର ଗଣତି କାର୍ଯ୍ୟ ଶେଷ ହେବାପରେ ଦ୍ବିତିୟ ପର୍ଯ୍ୟାୟରେ ରତ୍ନ ଅଳଙ୍କାର ଗଣତି କାର୍ଯ୍ୟ ଜାରି ରହିଛି । ଦୁଇ ଦିନ ଧରି କଡ଼ା ସୁରକ୍ଷା ମଧ୍ୟରେ ପ୍ରାୟ ୪୦% ଗଣତି କାର୍ଯ୍ୟ ଶେଷ ହୋଇଛି ।

ଆଜି ସକାଳ ଧୂପ ପରେ ଖୋଲିବ ଭଣ୍ଡାର ଘର । ପୂର୍ବ ନିର୍ଦ୍ଧାରିତ ଏସ ଓ ପି ଅନୁଯାୟୀ ଗଣତି ସମୟରେ ବାହାର କାଠ ରୁ ଦର୍ଶନ କରିବେ ଶ୍ରଦ୍ଧାଳୁ ।
ଗତକାଲି କଡ଼ା ସୁରକ୍ଷା ମଧ୍ୟରେ ଦ୍ବିତୀୟ ପର୍ଯ୍ୟାୟର ଦ୍ବିତୀୟ ଦିନରେ ରତ୍ନଭଣ୍ଡାର ଗଣତିମଣତି ହୋଇଥିଲା। ୬ ଘଣ୍ଟା କାଳ ଏହି ପ୍ରକ୍ରିୟା ହୋଇଥିଲା। ରାଜ୍ୟ ସରକାରଙ୍କର ଅନୁମୋଦିତ ମାର୍ଗଦର୍ଶିକା ଆଧାରରେ ମଧ୍ୟାହ୍ନ ୧୨ଟା୧୦ରେ ବାହାର ରତ୍ନଭଣ୍ଡାର ଗଣତିମଣତି ଆରମ୍ଭ ହୋଇଥିଲା। ସନ୍ଧ୍ୟା ୬ଟା ୧୦ ମିନିଟ୍ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରହିଥିଲା। ଦୁଇଦିନରେ ପ୍ରାୟ ୪୦ପ୍ରକାର ଅଳଙ୍କାରର ଗଣତିମଣତି ହୋଇଥିଲା । ବାହାର ଚନ୍ଦନ ଓ ଭଉଁରୀ ସରିବା ପରେ ଭିତର ଚନ୍ଦନ ସମୟରେ ତୃତୀୟ ପର୍ଯ୍ୟାୟ ଆରମ୍ଭ ହୋଇପାରେ। ତେବେ ଏହା ଉପରେ ବିଚାରବିମର୍ଶ କରାଯାଇ ନିଷ୍ପତ୍ତି ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ କହିଛନ୍ତି। 

ବୈଜ୍ଞାନିକ ପଦ୍ଧତିରେ ସୂକ୍ଷ୍ମାତିସୂକ୍ଷ୍ମ ଭାବରେ ଏହି ପ୍ରକ୍ରିୟା ହେଉଛି| ଯେତେ ଦିନ ଚାଲିବ ଚାଲୁ, କିନ୍ତୁ ନିର୍ଭୁଲ ଭାବରେ ହେଉ ବୋଲି ଆମେ ଚାହୁଁଛୁ। ଏହି ଦ୍ବିତୀୟ ପର୍ଯ୍ୟାୟ ଗଣତି ୧୮ ତାରିଖ ପର୍ଯ୍ୟନ୍ତ ଚାଲିବା ରବିବାର, ସଂକ୍ରାନ୍ତି ଓ ୧୫ ତାରିଖରେ ପ୍ରକ୍ରିୟା ବନ୍ଦ ରହିବ।

ପଢନ୍ତୁ ଏହି ଖବର: ଆଜି ଦ୍ବିତୀୟ ପର୍ଯ୍ୟାୟର ଦ୍ବିତୀୟ ଦିନର ଗଣତି ମଣତି

ମୁଖ୍ୟ ପ୍ରଶାସକ ଡ. ପାଢ଼ୀ, ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ବନାଥ ରଥଙ୍କ ସମେତ ଶ୍ରୀମନ୍ଦିର ବଣିଆ ସେବକ, ତଢ଼ାଉ କରଣ, ଦେଉଳ କରଣ, ଛତିଶା ନିଯୋଗ ନାୟକ, ଜିଲ୍ଲାପାଳ, ଏସ୍‌ପି, ଅଧିକୃତ ବରିଷ୍ଠ ଅଧିକାରୀ, ରତ୍ନଭଣ୍ଡାର ସବ୍‌କମିଟି ସେବକ ସଦସ୍ୟ ଓ ସମସ୍ତ ସହଯୋଗୀ ପୂର୍ବାହ୍ଣ ୧୦ଟା ୩୫ରେ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ । ପ୍ରଥମେ ଆରାଧ୍ୟ ଦେବୀ ମା’ ବିମଳା, ମା’ ଭୁବନେଶ୍ବରୀ, ମା’ ବେଢ଼ା କାଳୀ ଓ ମା’ ଲକ୍ଷ୍ମୀ ଠାକୁରାଣୀଙ୍କ ଦର୍ଶନ କରି ଗଣତି ପ୍ରକ୍ରିୟାରେ ସାମିଲ ହୋଇଥିଲେ। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ୧୧ଟା ୩୫ ମିନିଟ୍‌ରେ ବାହାର ରତ୍ନଭଣ୍ଡାର ଖୋଲାଯାଇ ୧୨ଟା ୧୦ ମିନିଟ୍‌ରେ ଗଣତି ଆରମ୍ଭ ହୋଇଥିଲା। ୧୯୭୮ ମସିହାର ତାଲିକାରେ ଥିବା ଗହଣାର ନମ୍ବର ଅନୁସାରେ ରତ୍ନ ବାହାର କରାଯାଇ ଗଣତି ହୋଇଥିଲା | ଏହି ଅଳଙ୍କାରରେ ଅଧିକ ରତ୍ନ ଥିବାରୁ ରତ୍ନ ବିଶାରଦ ଏସବୁକୁ ଚିହ୍ନଟ କରିଥିଲେ ।

ପ୍ରକ୍ରିୟା ଶେଷ ହେବା ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ରତ୍ନଭଣ୍ଡାର ଦ୍ବାର ମୁଦ ଦିଆଯାଇଥିଲା। ପ୍ରକ୍ରିୟାର ରେକର୍ଡିଂ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶାଖା କାର୍ଯ୍ୟାଳୟ ଷ୍ଟ୍ରଙ୍ଗରୁମ୍‌ରେ ରଖାଯାଇଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Ratna Bhandar Counting | Ratna Bhandar Ornaments Counting Update: 40% Inventory Completed in 2 Days | Argus News