Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Ratna Bhandar Update / ସରିଲା ବାହାର ରତ୍ନଭଣ୍ଡାରର ଗଣତି ମଣତି, ଆସନ୍ତାକାଲି ଖୋଲାହେବ ଭିତର ରତ୍ନ ଭଣ୍ଡାର

Bikash Mohanty
Browse all articles by Bikash Mohanty
·3 months ago·2 min read
ସରିଲା ବାହାର ରତ୍ନଭଣ୍ଡାରର ଗଣତି ମଣତି, ଆସନ୍ତାକାଲି ଖୋଲାହେବ ଭିତର ରତ୍ନ ଭଣ୍ଡାର
Ratna Bhandar

Key Points

ଶେଷ ହେଲା ରତ୍ନ ଭଣ୍ଡାରର ଦ୍ବିତୀୟ ପର୍ଯ୍ୟାୟ ଗଣତି ମଣତି
ଚାରିଦିନ ଧରି ଚାଲିଥିଲା ଗଣତି ମଣତି 
ଆସନ୍ତା କାଲି ଭିତର ରତ୍ନଭଣ୍ଡାର ଖୋଲାହେବ
ପୁରୀ, ୧/୪:ଶେଷ ହେଲା ରତ୍ନ ଭଣ୍ଡାରର ଦ୍ବିତୀୟ ପର୍ଯ୍ୟାୟ ରତ୍ନ ଅଳଙ୍କାର ଗଣତି ମଣତି । ବାହାର ରତ୍ନଭଣ୍ଡାରର ଗଣତି ମଣତି କାର୍ଯ୍ୟ ଶେଷ ହୋଇଛି । ଚାରିଦିନ ଧରି ଚାଲିଥିଲା ଗଣତି ମଣତି । ୧୯୭୮ ମସିହା ତାଲିକା ଅନୁସାରେ ସମସ୍ତ ରତ୍ନ ଅଳଙ୍କାର ମେଳକ ହେଲା। ବାହାର ଭଣ୍ଡାର ରତ୍ନ ମେଳକ କରାଯିବା ବେଳେ କିଛି ଅଳଙ୍କାର ୧୯୭୮ ତାଲିକାଠାରୁ ଅଧିକ ବାହାରିଛି ତାହାକୁ ୨୦୨୬ ତାଲିକାରେ ସାମିଲ କରାଯାଇଛି। ସବୁ ଅଳଙ୍କାରର ଡିଜିଟାଇଜେସନ୍ କରାଯାଇଛି।

ଆସନ୍ତା କାଲି ଭିତର ରତ୍ନଭଣ୍ଡାର ଖୋଲାହେବା ଏଥିପାଇଁ ଜିଲ୍ଲା ଟ୍ରେଜେରିରୁ ଚାବି ଆସିବ| ପ୍ରତ୍ୟେକ ଦିନ ଜଉମୁଦ ହେବ, ଟ୍ରେଜେରିରେ ଚାବି ଦାଖଲ ହେବ | ତେବେ ଏହି ଗଣତିମଣତି ବେଳେ ୩ଟି ଆଇଟମ୍ ମିଳିନାହିଁ। ୧୯୭୮ ମସିହା ତାଲିକାରୁ ଅଧିକ ଅଳଙ୍କାର ମିଳିଥିଲେ ମଧ୍ୟ ତିନିଟି ଆଇଟମ୍ କୁଆଡ଼େ ଗଲା ସେନେଇ ଚିନ୍ତା ବଢ଼ିଛି| ତେବେ ଏହି ତିନିଟି ଆଇଟମ୍ ଭିତର ରତ୍ନଭଣ୍ଡାରରେ ଅଛି ବୋଲି ଭଣ୍ଡାର ମେକାପ ସେବକ କହିଛନ୍ତି। ସୋମବାର ଏହି ଭିତର ରତ୍ନଭଣ୍ଡାର ଖୋଲାହେଲେ ହଜିଥିବା ରତ୍ନ ବିଷୟରେ ଜଣାପଡ଼ିବ ବୋଲି କୁହାଯାଉଛି। ତେବେ ଏହା କି ପ୍ରକାରର ଅଳଙ୍କାର ସେ ନେଇ କମିଟିର ସଦସ୍ୟ କିମ୍ବା ମୁଖ୍ୟ ପ୍ରଶାସକ ସ୍ପଷ୍ଟ କରିନାହାନ୍ତି ।

ପଢନ୍ତୁ ଏହି ଖବର: ଜଗନ୍ନାଥପ୍ରେମୀଙ୍କ ପାଇଁ ଖୁସି ଖବର, ପୁରୀରେ ହେବ ଅନ୍ତର୍ଜାତୀୟ ବିମାନ ବନ୍ଦର

ବାହାର ରତ୍ନଭଣ୍ଡାର ଗଣତି କାର୍ଯ୍ୟ ପାଇଁ ପ୍ରାଧିକୃତ ସଦସ୍ୟମାନେ ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟ ସଭାକକ୍ଷଠାରେ ଧାର୍ଯ୍ୟ ସମୟରେ ଉପସ୍ଥିତ ହୋଇଥିଲେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ ଓ ରତ୍ନଭଣ୍ଡାର ପାଇଁ ଗଠିତ ଉଚ୍ଚସ୍ତରୀୟ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ବନାଥ ରଥଙ୍କ ନେତୃତ୍ବରେ ଉପମୁଖ୍ୟ ପ୍ରଶାସକ ଦିବ୍ୟଜ୍ୟୋତି କରିଡ଼ା, ଏସ୍‌ପି, ଅଧିକୃତ ବରିଷ୍ଠ ଅଧିକାରୀ, ଛତିଶାନିଯୋଗ ନାୟକ, ରତ୍ନଭଣ୍ଡାର ସବ୍‌କମିଟି ସେବକ ସଦସ୍ୟ ଏବଂ ସମସ୍ତ ସହଯୋଗୀ ପୂର୍ବାହ୍ଣ ୧୦ଟା ୩୫ରେ ଶ୍ରୀମନ୍ଦିର କାର୍ଯ୍ୟାଳୟରୁ ବାହାରି ୧୦ଟା ୪୧ରେ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ। ସାଢ଼େ ୧୧ଟା ବେଳେ ରତ୍ନଭଣ୍ଡାର ଦ୍ଵାର ଖୋଲାଯାଇଥିଲା, ବାହାର ରତ୍ନ ଭଣ୍ଡାରରେ ବାକି ରହିଥିବା ଗଚ୍ଛିତ ଅଳଙ୍କାରଗୁଡିକୁ ଭଣ୍ଡାର ମେକାପ ଯୋଗାଇବା ପରେ ଗଣତି ହୋଇଥିଲା। ଗଣତି ପ୍ରକ୍ରିୟା ଶେଷ ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ରତ୍ନଭଣ୍ଡାର ଦ୍ଵାର ସନ୍ଧ୍ୟା ୬ଟା ୩୫ ମିନିଟ୍‌ରେ ବନ୍ଦ କରାଯାଇ ମୁଦ ଦିଆଯାଇଛି। ପ୍ରକ୍ରିୟାରେ ସମସ୍ତ ରେକର୍ଡିଂ ଡାଟା ଚିପ୍ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଶ୍ରୀମନ୍ଦିର ଶାଖା କାର୍ଯ୍ୟାଳୟ ଷ୍ଟ୍ରଙ୍ଗ ରୁମରେ ରଖାଯାଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Ratna Bhandar Update: Outer Chamber Inventory Done, Inner Treasury Opening Tomorrow | Argus News