Puri news / ରତ୍ନଭଣ୍ଡାର ଗଣତି ମଣତି ପୂର୍ବରୁ ବଡ଼ ବୈଠକ
·3 months ago·2 min read

Key Points
ଦ୍ୱିତୀୟ ଥର ଖୋଲିବ ରତ୍ନଭଣ୍ଡାର
ଗଣା ହେବ ଚତୁର୍ଦ୍ଧାମୁରତୀଙ୍କ ଅଳଙ୍କାର
ଆସନ୍ତା ୨୫ ତାରିଖ ଦିନ ହେବ ଅଳଙ୍କାର ଗଣତି
ପୁରୀରେ ସମୀକ୍ଷା କରିବେ ଆଇନମନ୍ତ୍ରୀ
ଗଣା ହେବ ଚତୁର୍ଦ୍ଧାମୁରତୀଙ୍କ ଅଳଙ୍କାର
ଆସନ୍ତା ୨୫ ତାରିଖ ଦିନ ହେବ ଅଳଙ୍କାର ଗଣତି
ପୁରୀରେ ସମୀକ୍ଷା କରିବେ ଆଇନମନ୍ତ୍ରୀ
ପୁରୀ ୨୩/୩ ଦ୍ୱିତୀୟ ଥର ଖୋଲିବ ରତ୍ନଭଣ୍ଡାର । ଗଣା ହେବ ଚତୁର୍ଦ୍ଧାମୁରତୀଙ୍କ ଅଳଙ୍କାର । ଏଥିପାଇଁ ପୁରୀରେ ବସିବାକୁ ଯାଉଛି ଏକ ବଡ଼ ସମୀକ୍ଷା ବୈଠକ । ସର୍କିଟ୍ ହାଉସ୍ରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକର ଅଧ୍ୟକ୍ଷତା କରିବେ। ବୈଠକରେ ଜିଲ୍ଲାପାଳ, ଏସପି, ବରିଷ୍ଠ ସେବାୟତ ଏବଂ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟମାନେ ସାମିଲ ହେବେ। ଅଳଙ୍କାର ଗଣତି ମଣତି କିପରି ସୁରୁଖୁରୁରେ ହେବ ଏବଂ ସୁରକ୍ଷା ବ୍ୟବସ୍ଥା କିଭଳି ରହିବ, ସେନେଇ ରଣନୀତି ପ୍ରସ୍ତୁତ କରାଯିବ।
ଆସନ୍ତା ୨୫ ତାରିଖ ଚୈତ୍ର ଶୁକ୍ଳ ସପ୍ତମୀ ଦିନ ଅଳଙ୍କାର ଗଣତି ପାଇଁ ସ୍ଥିର ହୋଇଛି ଶୁଭ ମୁହୂର୍ତ୍ତ । ଦିନ ୧୨ଟା ୯ ମିନିଟ୍ରୁ ଅପରାହ୍ନ ୧ଟା ୪୫ ମିନିଟ୍ ମଧ୍ୟରେ ଏହି ପ୍ରକ୍ରିୟା ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି । ତେବେ ଏହା ପୂର୍ବରୁ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଚାଲିଛି ପ୍ରଶିକ୍ଷଣ ଶିବିର। ପ୍ରଶିକ୍ଷଣ ଶିବିରରେ ଅଛନ୍ତି ସୁପରଭାଇଜିଙ୍ଗ ଟିମ୍ । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଚାଲିଛି ପ୍ରଶିକ୍ଷଣ ଶିବିର। ଏହାପରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ସମୀକ୍ଷା ବୈଠକ। ବୈଠକରେ ମୁଖ୍ୟ ପ୍ରଶାସକ, ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ, ଜିଲ୍ଲାପାଳ, ଏସପି, ସେବାୟତ ରହିବେ ଉପସ୍ଥିତ।
୧୯୭୮ ମସିହାର ଗଣତିମଣତିର ପୂର୍ଣ୍ଣାଙ୍ଗ ତାଲିକା ଅନୁଯାୟୀ ମେଳକ ହେବ। ସ୍ୱର୍ଣ୍ଣ ଅଳଙ୍କାର ହଳଦିଆ ରଙ୍ଗର ଭେଲଭେଟ କନାରେ ଗୁଡ଼ାଯାଇ ଟିଣ ବାକ୍ସ ଓ ପରେ ତାକୁ ସିନ୍ଧୁକରେ ରଖାଯିବ। ରୌପ୍ୟ ଅଳଙ୍କାର ଧଳା ବା ସିଲଭର ରଙ୍ଗ ଓ ଅନ୍ୟାନ୍ୟ ଅଳଙ୍କାର ଲାଲ ରଙ୍ଗ ଭେଲଭେଟ କନାରେ ଗୁଡ଼ାଯାଇ ରଖାଯିବ।କେବଳ ମେଳକ ,ଗଣତି କରାଯିବ। କୌଣସି ମୂଲ୍ୟାୟନ ହେବ ନାହିଁ । କେବେ ସଂପୂର୍ଣ୍ଣ ଗଣତିମଣତି ସରିବ କହି ହେବ ନାହିଁ। ମନ୍ଦିର ପ୍ରଥାନୁସାରେ ପାରମ୍ପରିକ ବସ୍ତ୍ର ପିନ୍ଧି ହେବ ଗଣତିମଣତି।
ପଢନ୍ତୁ: ୨୫ରୁ ରତ୍ନଭଣ୍ଡାର ଅଳଙ୍କାର ଗଣତିମଣତି,ଗଣତିର ଭିଡିଓଗ୍ରାଫି, ଫଟୋଗ୍ରାଫି, ଓ ୩ଡି ମ୍ୟାପିଂ ହେବ
ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାର ଗଣତିମଣତି ପାଇଁ ନିରୀକ୍ଷକ ଦଳ ଓ ପରିଚାଳନା ଦଳ ଏଭଳି ଦୁଇଟି ଟିମ୍ ଗଠିତ ହୋଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିରୀକ୍ଷଣ ଦଳର ଅଧ୍ୟକ୍ଷ ଅଛନ୍ତି। ରତ୍ନଭଣ୍ଡାର ତଦାରଖ କମିଟିର ଦୁଇ ଜଣ ସଦସ୍ୟ, ଜଣେ ସେବାୟତ ସଦସ୍ୟ ରହିଛନ୍ତି । ସେହିପରି ପରିଚାଳନା ଟିମ୍ରରେ ଶ୍ରୀମନ୍ଦିର ପରିଚାଳନା କମିଟିର ଜଣେ ସଦସ୍ୟ, ପାଟଯୋଶୀ ମହାପାତ୍ର, ଭଣ୍ଡାର ମେକାପ , ତଢ଼ଉକରଣ,ଦେଉଳକରଣ, ଶ୍ରୀମନ୍ଦିର ବଣିଆ ସେବକ ,ଦୁଇ ଜଣ ସ୍ଵର୍ଣ୍ଣକାର,ଦୁଇ ଜଣ ରତ୍ନପଥର ବିଶେଷଜ୍ଞ, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଜଣେ ଅଧିକାରୀ ପ୍ରମୁଖ ସାମିଲ ରହିବେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories