Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଏ ମାସ ଭିତରେ ରତ୍ନଭଣ୍ଡାର ଖୋଲାଯିବ: ଆଇନ ମନ୍ତ୍ରୀ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଏ ମାସ ଭିତରେ ରତ୍ନଭଣ୍ଡାର ଖୋଲାଯିବ:  ଆଇନ ମନ୍ତ୍ରୀ

ଅର୍ଗସ ବ୍ୟୁରୋ:  ରତ୍ନଭଣ୍ଡାର ଖୋଲିବା ନେଇ ହୋଇପାରେ ବଡ ନିଷ୍ପତ୍ତି । ଜଷ୍ଟିସ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ରତ୍ନଭଣ୍ଡାର ତଦାରଖ କମିଟିର ଦ୍ଵିତୀୟ ବୈଠକ । ସେପଟେ ଏ ମାସ ଭିତରେ ରତ୍ନଭଣ୍ଡାର ଖୋଲାଯିବ ବୋଲି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ । ମହାପ୍ରଭୁ ଗୁଣ୍ଡିଚା ମନ୍ଦିରରୁ ଆସିବା ପୂର୍ବରୁ ମରାମତି କାମ ଶେଷ ହେବ ।  ଆଜି ଯେଉଁ ତାରିଖ ନିଷ୍ପତି ହେବ, ମ୍ୟାନେଜିଂ କମିଟି ତାରିଖ ଦେବ ସେହି ଦିନ ହିଁ ଖୋଲିବ ରତ୍ନଭଣ୍ଡାର । Standard ଅପରେଟିଂ ପ୍ରୋସିଜର ଦେଖିବା ପରେ ନିଷ୍ପତି ନେବେ ସରକାର।

ରତ୍ନଭଣ୍ଡାର ଖୋଲିବା ବେଳେ ଯେମିତି ନିତିକାନ୍ତି ଅସୁବିଧା ନହେବ ତା ପାଇଁ ଦୃଷ୍ଟି ଦିଆଯିବ। ରତ୍ନଭଣ୍ଡାର ତଥ୍ୟକୁ ଡିଜିଟାଲ ଡକୁମେଣ୍ଟେଶନ କରାଯିବ। ମହାପ୍ରଭୁ ଗୁଣ୍ଡିଚା ମନ୍ଦିରରୁ ଆସିବା ପୂର୍ବରୁ ମରାମତି କାମ ନିଶ୍ଚିତ ଭାବରେ ଶେଷ କରାଯିବ । ପ୍ରତି ରଥଯାତ୍ରରେ ଗର୍ଭଗୃହ ସହ ରତ୍ନଭଣ୍ଡାରର ମରାମତି ହେବ ବୋଲି କହିଛନ୍ତି ଆଇନମନ୍ତ୍ରୀ । 1978 ମସିହା ରତ୍ନଗଣତି ରିପୋର୍ଟ ଆଧାରରେ ହେବ ରତ୍ନଗଣତି।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Ratna Bhandar to be opened within this month: Law Minister | Argus News