|
logo
Live

Argus News - ଲେଜର ସ୍କାନିଂ ତ ହେବ ଗଣତିକୁ ଡର କାହିଁକି ?

Odisha

ଲେଜର ସ୍କାନିଂ ତ ହେବ ଗଣତିକୁ ଡର କାହିଁକି ?

Smruti Parija
Browse all articles by Smruti Parija
·2 years ago·1 min read
ଲେଜର ସ୍କାନିଂ ତ ହେବ ଗଣତିକୁ ଡର କାହିଁକି ?

ପୁରୀ:  ଆସନ୍ତାକାଲି ହେବ ରତ୍ନଭଣ୍ଡାରର ଲେଜର୍ ସ୍କାନିଂ । ରତ୍ନଭଣ୍ଡାରର ସ୍ଥିତିକୁ ଏଏସଆଇ ଦେବ ଫାଇନାଲ୍ ରିପୋର୍ଟ । ତେବେ ଲେଜର ସ୍କାନିଂ ପରେ ଏଏସଆଇ ଦେଇଥିବା ଫାଇନାଲ ରିପୋର୍ଟକୁ ବୈଷୟିକ ଟିମ୍ ସମୀକ୍ଷା କରିବେ । ରିପୋର୍ଟ ଆସିବା ପରେ ରତ୍ନଭଣ୍ଡାର ପ୍ରସଙ୍ଗରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । 

ପୁଣି ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ ଉଠାଇଲେ କେନ୍ଦ୍ରମନ୍ତ୍ରୀ

ତେବେ ସବୁଠୁ ବଡ଼ କଥା ହେଉଛି, ଲେଜର ସ୍କାନିଂ ତ ହେବ ହେଲେ ଗଣତିକୁ କାହିଁକି ଡର । କାହିଁକି ଏ ପର୍ଯ୍ୟନ୍ତ ରତ୍ନ ଗଣତି କଥା ଉଠାଉ ନାହାନ୍ତି ରାଜ୍ୟ ସରକାର । ରତ୍ନ ଭଣ୍ଡାରରୁ ଦୁର୍ନୀତି କରି ରତ୍ନ ସବୁ ଚୋରି କରି କ୍ଷମତାସୀନ ସରକାର ବିକ୍ରି କରିଦେଇଥିବାର ପୂର୍ବରୁ ଅଭିଯୋଗ ଆଣିଛନ୍ତି ବିରୋଧୀ । ଏହାର ସିଧା ଉତ୍ତର ନଦେଇ ସର୍ବଦା ପ୍ରସଙ୍ଗ ଏଡ଼ାଇବାକୁ ଚେଷ୍ଟା କରିଛି ଶାସକ ବିଜେଡି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଲେଜର ସ୍କାନିଂ ତ ହେବ ଗଣତିକୁ ଡର କାହିଁକି ? | Argus News