Videos
|
Odisha

ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ: ଶ୍ରୀମନ୍ଦିର ଭିତରକୁ ଗଲା ଓଡ୍ରାଫ ଟିମ୍

Ritu Das
Browse all articles by Ritu Das
·2 years ago·2 min read
ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ: ଶ୍ରୀମନ୍ଦିର ଭିତରକୁ ଗଲା ଓଡ୍ରାଫ ଟିମ୍

ଅର୍ଗସ ବ୍ୟୁରୋ: ବାହାର ଓ ଭିତର ରତ୍ନଭଣ୍ଡାରରୁ ସିନ୍ଦୁକ ଓ ଆଲମିରା ଖାଲି କରାଯିବା ପ୍ରସଙ୍ଗ । ଶ୍ରୀମନ୍ଦିର ଭିତରକୁ ଗଲା ଓଡ୍ରାଫ ଟିମ୍। ଅତ୍ୟାଧୁନିକ ଉପକରଣ ସହ ଲାଇଟ୍ ଲାଗିବା ମେସିନ ଓ ଉଚ୍ଚକ୍ଷମତା ସମ୍ପର୍ଣ୍ନ ଲାଇଟ୍ ଗଲା ଶ୍ରୀମନ୍ଦିର ଭିତରକୁ। ଭିତର ରତ୍ନଭଣ୍ଡାରକୁ ଆଲୋକିକରଣ ପାଇଁ ଓଡ୍ରାଫର 6 ଜଣିଆ ଟିମ୍ ଶ୍ରୀମନ୍ଦିର ଗଲେ। ଏହା ସହ ସ୍ନେକ୍ ହେଲପ ଲାଇନ ଟିମ୍ ସଦସ୍ୟ ମଧ୍ୟ ମନ୍ଦିର ଭିତରକୁ ପ୍ରବେଶ କରିଛନ୍ତି । କିଛି ସମୟ ମଧ୍ୟରେ ଆରମ୍ଭ ହେବ ସିନ୍ଧୁକ ଓ ଆଲମିରା ସ୍ଥାନାନ୍ତର ପ୍ରକ୍ରିୟା। ବନ୍ଦ ରହିଛି ସାଧାରଣ ଦର୍ଶନ । ଶ୍ରୀମନ୍ଦିର ସିଂହଦ୍ଵାର ଦେଇ ଗଲା ମେଟାଲ୍ ଡିଟେକ୍ଟର ମେସିନ୍। କମିଟିର ସଦସ୍ୟ ମାନଙ୍କୁ ଯାଞ୍ଚ କରିବ ଏହି ଫ୍ରିସକିଂ ମେସିନ୍। ଆଜି ପୁଣି ଖୋଲିବ ବାହାର ଓ ଭିତର ରତ୍ନଭଣ୍ଡାର। ନୀଳାଦ୍ରି ମ୍ୟୁଜିୟମକୁ ସ୍ଥାନାନ୍ତର ହେବ ସିନ୍ଦୁକ ଓ ଆଲମିରା। 

ଏହି ଟିମ ଶ୍ରୀମନ୍ଦିର ଇଞ୍ଜିନିୟରିଂ ଟିମ ସହ ଚୂଡାନ୍ତ ଆଲୋଚନା କରିଛନ୍ତି । ଆଜି ଅପରାହ୍ନ ଗୋଟାଏରୁ ସ୍ଥାନାନ୍ତର ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଜଷ୍ଟିସ ରଥଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ସ୍ଥାନାନ୍ତର ବେଳେ ଉପସ୍ଥିତ ରହିବେ। କିନ୍ତୁ ମହାପ୍ରସାଦ ପାଇବାରୁ ବଞ୍ଚିତ ହେବେନାହିଁ ଭକ୍ତ। ସିଂହଦ୍ଵାର ବାଇଶିପାହାଚ ଦେଇ ଆନନ୍ଦବଜାରରୁ ପ୍ରସାଦ କିଣି ଉତ୍ତରଦ୍ବାର ପଟେ ପ୍ରସ୍ଥାନ କରିବେ ଭକ୍ତ।  ଗତ ଜୁଲାଇ ୧୪ ଓ ୧୮ ତାରିଖ ଦିନ ଯଥାକ୍ରମେ ବାହାର ଓ ଭିତର ରତ୍ନଭଣ୍ଡାରରୁ ରତ୍ନ ସ୍ଥାନାନ୍ତର ହୋଇଥିଲା।

ସ୍ଥାନାନ୍ତର ପରେ କରାଯିବ ରତ୍ନଭଣ୍ଡାର ଯାଞ୍ଚ ଓ ମରାମତି। ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁସାରେ ଏହି ସ୍ଥାନାନ୍ତର ପ୍ରକ୍ରିୟା ଅନୁଷ୍ଠିତ ହେବ। ଖାଲି ଆଲମିରା ଏବଂ ସିନ୍ଦୁକ ଗୁଡିକୁ ଭିତର ଓ ବାହାର ରତ୍ନଭଣ୍ଡାରରୁ ସ୍ଥାନାନ୍ତର କରାଯାଇ ଶ୍ରୀମନ୍ଦିର ପରିସରରେ ଥିବା ନୀଳାଦ୍ରି ମ୍ୟୁଜିୟମ୍ ନିକଟସ୍ଥ ଏକ ଗୃହରେ ସୁରକ୍ଷିତ ରଖାଯିବ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Ratnabhandar | Argus News