Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଚାବିରେ ନଖୋଲିଲେ ତାଲା ଭଙ୍ଗାଯିବ 

Manini Pattanayak
Browse all articles by Manini Pattanayak
·2 years ago
ଚାବିରେ ନଖୋଲିଲେ ତାଲା ଭଙ୍ଗାଯିବ 

ପୁରୀ:  ୯ରେ ନିଆଯିବ ରତ୍ନଭଣ୍ଡାର ଖୋଲିବା ନିଷ୍ପତ୍ତି  । ଆଜି ବସିଥିବା ରତ୍ନଭଣ୍ଡାର ଯାଞ୍ଚ କମିଟିର ପ୍ରଥମ ବୈଠକ ନିଷ୍ପତ୍ତି ହୋଇଛି। ରତ୍ନଭଣ୍ଡାର କମିଟି ବୈଠକ ପରେ ଜଷ୍ଟିସ ବିଶ୍ୱନାଥ ରଥଙ୍କ ସୂଚନା।  ଡୁପ୍ଲିକେଟ  ଚାବି ଟ୍ରେଜେରୀରେ  ଥିବା ସ୍ପଷ୍ଟ ହୋଇଛି ବୋଲି  କହିଲେ ଜଷ୍ଟିସ ରଥ।  ୯ ତାରିଖ ବୈଠକରେ  ମୁଖ୍ୟ ପ୍ରଶାସନ  ଚାବି ଉପସ୍ଥାପନ କରିବେ।

ରତ୍ନଭଣ୍ଡାର ଯାଞ୍ଚ କମିଟି ଆଗରେ  ଚାବି  ଉପସ୍ଥାପନ  କରିବେ ମୁଖ୍ୟ ପ୍ରଶାସନ । ଚାବି ଉପସ୍ଥାପନ ହେଲା ପରେ କେବେ ଖୋଲାଯିବ ସେହିଦିନ ହେବ ନିଷ୍ପତ୍ତି। ଡୁପ୍ଲିକେଟ  ଚାବିରେ ରତ୍ନଭଣ୍ଡାର ନଖୋଲିଲେ ତାଲା ଭଙ୍ଗା ଯିବ । ଏହି ସୂଚନା ଦେଇଛନ୍ତି ଜଷ୍ଟିସ ବିଶ୍ୱନାଥ । ବହୁ ଦଶନ୍ଧି ହେଲାଣି ଉକ୍ତ ତାଲା ଖୋଲା ଯାଇନାହିଁ।  ଯଦି ଉକ୍ତ  ଚାବିରେ ନଖୋଲେ ତେବେ ତାଲା ଭଙ୍ଗା ଯିବ ବୋଲି କହିଛନ୍ତି ଜଷ୍ଟିସ ବିଶ୍ୱନାଥ ।  

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Ratnabhandara opens at 9th, If the key is not opened, the lock will be broken | Argus News