Ravana Podi in Bhubaneswar / ଆପଣ ରାବଣପୋଡ଼ି ଦେଖିବାକୁ ଚାହୁଁଛନ୍ତି କି ? ଜାଣନ୍ତୁ ଭୁବନେଶ୍ବରରେ କେଉଁ ରାବଣପୋଡ଼ି

Key Points
ଆଜି ବିଜୟା ଦଶମୀ । ଘଣ୍ଟ ଘଣ୍ଟା, ପାରମ୍ପରିକ ବାଦ୍ୟ, ଶଙ୍ଖ ନାଦ, ମନ୍ତ୍ରୋଚ୍ଚାରଣରେ କମ୍ପୁଛି ପରିବେଶ । ଟ୍ବିନସିଟି ସମେତ ବିଭିନ୍ନ ସ୍ଥାନରେ ରାବଣ ପୋଡ଼ି ପାଇଁ ଆୟୋଜନ।
ଶାରଦୀୟ ଦୁର୍ଗାପୂଜାର ଆଜି ଶେଷ ଦିନ । ଆଜି ହେଉଛି ପବିତ୍ର ବିଜୟା ଦଶମୀ । ଅସତ୍ୟ ଉପରେ ସତ୍ୟର ଏବଂ ଅଧର୍ମ ଉପରେ ଧର୍ମର ବିଜୟର ପର୍ବ । ମଣ୍ଡପରେ ଚାଲିଛି ମହିଷା ମର୍ଦ୍ଦିନୀଙ୍କ ସ୍ବତନ୍ତ୍ର ନୀତିକାନ୍ତି । ତନ୍ତ୍ର, ମନ୍ତ୍ର, ଚଣ୍ତିପାଠରେ ଫାଟି ପଡୁଛି ପୁରପଲ୍ଲୀ । ବିଜୟା ଦଶମୀ ଅବସରରେ ପୂଜା ମଣ୍ଡପ ଗୁଡିକରେ ଭାବ ଓ ଭକ୍ତିମୟ ପରିବେଶ ଦେଖିବାକୁ ମିଳୁଛି ।
ଏହି ଦିନ ପ୍ରଭୁ ଶ୍ରୀରାମ ରାବଣକୁ ବଧ କରି ଧରାପୃଷ୍ଠରୁ ତା'ର ପାପଭାରାରୁ ମୁକ୍ତ କରିଥିଲେ। ସେଥିପାଇଁ ପୂଜା ମଣ୍ଡପଗୁଡିକ ପ୍ରତିକାତ୍ମକ ରାବଣ କରି ଦହନ କରିଥାନ୍ତି । ଏହାକୁ ଦୃଷ୍ଟିରେ ରଖି ଦ୍ଵୈତ ନଗରୀରେ ମଧ୍ୟ ରାବଣପୋଡି ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି। ଭୁବନେଶ୍ବର, ପୁରୀ, କଟକ, ବ୍ରହ୍ମପୁର, ରାଉରକେଲା ଏବଂ ସମ୍ବଲପୁର ଆଦି ସହରରେ ଧୁମଧାମର ସହ ଦୁର୍ଗାପୂଜା ପାଳନ କରାଯାଉଛି ।
ଭୁବନେଶ୍ବରରେ କେଉଁଠି ଦେଖିବେ ରାବଣ ପୋଡ଼ି
ଯଦି ଆମେ ଭୁବନେଶ୍ବର କଥା କହିବା ତାହାଲେ, ଚଳିତ ଥର ୮ଟି ସ୍ଥାନରେ ରାବଣ ପୋଡ଼ି ଅନୁଷ୍ଠିତ ହେଉଛି । ବରମୁଣ୍ଡା, ସୁନ୍ଦରପଦା, ନହରକଣ୍ଟା, କୋରଡ଼କଣ୍ଟା, କିଟ ରୋଡ୍, କନ୍ଦରପୁର, ଗୋପାଳପୁର ଓ ବାଙ୍କୁଆଳରେ ହେବ ରାବଣ ପୋଡ଼ି ଉତ୍ସବ । ରାବଣପୋଡିଠାରୁ ୧୦୦ ମିଟର ଦୂରରେ ରହିବେ ସାଧାରଣ ଲୋକ । ୧୦୦ ମିଟର ଦୂରରେ ନିର୍ମାଣ ହେବେ ବ୍ୟାରିକେଡ୍ ।
📱 Get Argus News App
✨ଅଧିକ ପଢ଼ନ୍ତୁ: ଶ୍ରୀମନ୍ଦିରେ ମହାପ୍ରଭୁଙ୍କ ରାଜରାଜେଶ୍ଵର ବେଶ , ସୁନାବେଶରେ ସଜ୍ଜିତ ହେବେ ଚତୁର୍ଦ୍ଧା ମୂରତି
ସେହିପରି ନିର୍ଦ୍ଧିଷ୍ଟ କମ୍ପାନୀର ଲାଇସେନ୍ସ ପ୍ରାପ୍ତ ବାଣ ଆଣିବାକୁ ରହିଛି ଅନୁମତି । ଯେଉଁମାନେ ବାଣ ଫୁଟେଇବେ ସେମାନେ ମଧ୍ୟ ପ୍ରଶିକ୍ଷଣ ନେଇଥିବା ଦରକାର । ଦୁଇ ଜଣଙ୍କ ବ୍ୟତୀତ ଅଧିକ ଲୋକ ବାଣ ଫୁଟାଇ ପାରିବେ ନାହିଁ । ରାବଣପୋଡି ବେଳେ ଅଗ୍ନିଶମ ଗାଡି ଓ ଉପକରଣ ମହଜୁତ ରହିବ । ଫାୟାର ଫାଇଟିଂ ଟିମ ରାବଣପୋଡି ସ୍ଥାନ ଗୁଡିକୁ ଯାଞ୍ଚ କରିବେ ବୋଲି କୁହାଯାଇଛି ।
ସେପଟେ ଆଜି ଦଶହରା ସହ ରାବଣ ପୋଡି ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ପୂଜା ବଜାରକୁ ନେଇ ଟ୍ରାଫିକ ଉପରେ ଗୁରୁତ୍ଵ ଦିଆଯାଇଛି । ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ପୂଜା କମିଟି ମାନଙ୍କ ପକ୍ଷରୁ ବଡ଼ ପ୍ରସ୍ତୁତି କରାଯାଇଛି । ପୂଜା ସମୟରେ ଯାତାୟାତ ପାଇଁ ପୋଲିସର ରୁଟ୍ ଚାଟ୍ ସହ ଭକ୍ତଙ୍କ ଗାଡ଼ି ପାର୍କିଂକୁ ଗୁରୁତ୍ଵ ଦେଇଛି ।
ସେହିପରି ଆସନ୍ତାକାଲି ଭୁବନେଶ୍ଵର ସହରରେ ହେବାକୁ ଥିବା ଦୁର୍ଗା ପୂଜା ଭସାଣି ଉତ୍ସବକୁ ନେଇ କମିସନରେଟ ପୋଲିସର ଗାଇଡ୍ଲାଇନ ଜାରି କରିଛି । ଭୁବନେଶ୍ଵରର ୪ଟି ରାସ୍ତାରେ ୪ଟି ଭସାଣି କମିଟି ଭସାଣି ଉତ୍ସବ ପାଳନ କରାଯିବ। ଭୁବନେଶ୍ବର ଭଷାଣୀ ଉତ୍ସବ କମିଟିରେ ସହିଦ ନଗର, ରାଜଧାନୀ ମନ୍ଦିର ସୁରକ୍ଷା ଭଷାଣୀ କମିଟି -ନୟାପଲ୍ଲୀ, ଉତ୍ତର ଭୁବନେଶ୍ଵର ଭଷାଣୀ କମିଟି -ଚନ୍ଦ୍ରଶେଖରପୁର ଏବଂ ଓଲ୍ଡ ଟାଉନ୍ ଭଷାଣୀ କମିଟି । ଏହି ଭଷାଣୀ ସମୟରେ ଯାନବାହାନ ଗୁଡ଼ିକର ଚଳାଚଳକୁ କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ବାରଣ କରାଯାଇଛି । ୩ ତାରିଖ ଅପରାହ୍ନ ୨ଟାରୁ ରାତି ଗୋଟାଏ ପର୍ଯ୍ୟନ୍ତ ଏହି କଟକଣା ଲାଗୁ ରହିବ ।
Related Topics
Explore more stories