ପାରାଦୀପକୁ ଅଶାନ୍ତ କରୁଛନ୍ତି ମଣିଷ ରୂପୀ ରାବଣ-ସମ୍ପଦ ସ୍ବାଇଁ

ଜଗତସିଂହପୁର: ପାରାଦୀପକୁ ଅଶାନ୍ତ କରୁଛନ୍ତି ମଣିଷ ରୂପୀ ରାବଣ। ପାରାଦୀପରେ ଏବେ ଆଉ ହିଂସାର ସ୍ଥାନ ନାହିଁ। ଯେଉଁ ମଣିଷ ରୁପୀ ରାବଣ ମାନେ ପାରାଦୀପକୁ ଅଶାନ୍ତ କରୁଛନ୍ତି ତାଙ୍କୁ ଏ ପାରାଦୀପ ମାଟି କ୍ଷମା ଦେବନି। ବନ୍ଦର ସହର ପାରାଦ୍ବୀପରେ ଆୟୋଜିତ ରାବଣପୋଡ଼ି ଉତ୍ସବରେ ଏମିତି କହିଛନ୍ତି ରାଜ୍ୟ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ। ୩୩ ବର୍ଷ ଧରି ପାରାଦ୍ବୀପରେ ରାବଣ ପୋଡି ଉତ୍ସବ ଆୟୋଜିତ ହେଉଛି। ଉତ୍ସବରେ ଶିଳ୍ପ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ସ୍ବାଇଁ ଏବଂ ଜଗତସିଂହପୁର ସାଂସଦ ଵିଭୁପ୍ରସାଦ ତରାଇ ଅତିଥି ଭାବେ ଯୋଗ ଦେଇଥିଲେ।
ଏହି ଅବସରରେ ପରୋକ୍ଷରେ ବିଜେଡିକୁ କଟାକ୍ଷ କରିବା ସହ ଚେତାବନୀ ଦେଇଛନ୍ତି ଶିଳ୍ପମନ୍ତ୍ରୀ। କହିଛନ୍ତି ରାବଣ ଅତି ଚତୁର ଓ ଜ୍ଞାନୀ ଗୁଣି ଥିଲେ । କିନ୍ତୁ ନିଜର ଗୋଟିଏ ଭୁଲ ପାଇଁ ସ୍ବର୍ଣ୍ଣିମ ଲଙ୍କା ସୀତାଙ୍କ ଲୁହରେ ଜଳିପୋଡ଼ି ଧ୍ଵଂସ ହୋଇଯାଇଥିଲା । ଏବେ ସମାଜରେ ମଣିଷ ରୂପୀ ରାବଣ ମାନେ ଘୁରି ବୁଲୁଛନ୍ତି । ଏବେ ରାଜ୍ୟରେ ୨୪ ବର୍ଷର ସରକାର ପରିବର୍ତ୍ତନ ହୋଇଛି । ଲୋକଙ୍କ ସରକାର ଆସିଛି। ଅଞ୍ଚଳର ବିକାଶ ହେବା ମଣିଷ ରୂପୀ ରାବଣମାନଙ୍କୁ କଷ୍ଟ ଦେଉଛି ।
ପାରାଦ୍ବୀପର ଯୁବ ନେତା ମହେନ୍ଦ୍ର ସ୍ବାଇଁଙ୍କୁ ସେହି ରାବଣମାନେ ହତ୍ୟା କରିଥିଲେ। ଦୁଇଦିନ ତଳେ ଜଣେ ଶ୍ରମିକଙ୍କ ମୃତ୍ୟୁକୁ ନେଇ ବି ରାଜନୀତି କଲେ । ପୂର୍ବରୁ ବି ପାରାଦ୍ବୀପରେ ମୃତ ଶ୍ରମିକଙ୍କ ଶବକୁ ନେଇ ପଇସା ଅସୁଲ କରାଯାଉଥିଲା । ଏବେ ଏ ସବୁରେ ସଂପୂର୍ଣ୍ଣ ପୂର୍ଣ୍ଣଛେଦ ପଡିବ । ଏବେ ରାବଣ ମାନଙ୍କର ପୋଡା ଜଳା ଆରମ୍ଭ ହୋଇଛି ।
📱 Get Argus News App
✨ଆହୁରି ପଢନ୍ତୁ ଓଡିଶା ଖବର...