ରେଭେନ୍ସା ବିଶ୍ୱ ବିଦ୍ୟାଳୟର ନାମ ପରିବର୍ତ୍ତନ ବିତର୍କ, ପ୍ରକାଶ ପାଇଛି ସ୍ତମ୍ଭକାର ସୁବ୍ରତ କୁମାର ପୃଷ୍ଟିଙ୍କ ଲେଖା

ଅର୍ଗସ ବ୍ୟୁରୋ: ରେଭେନ୍ସା ବିଶ୍ବ ବିଦ୍ୟାଳୟର ନାମ ପରିବର୍ତ୍ତନ ଉପରେ ବିତର୍କର ଆବଶ୍ୟକତା ଥିବା କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିବା ପରେ ଏପ୍ରସଙ୍ଗରେ ସମ୍ବାଦପତ୍ରରେ ପ୍ରକାଶ ପାଇଛି ସ୍ତମ୍ଭକାର ସୁବ୍ରତ କୁମାର ପୃଷ୍ଟିଙ୍କ ଲେଖା । ଔପନିବେଶ ମାନସିକତା: କୋଣଠେସା ଅସ୍ତିତ୍ବ ନାଁର ପ୍ରକାଶିତ ହୋଇଥିବା ଆଲେଖ୍ୟରେ ସେ ଲେଖିଛନ୍ତି, ଶିକ୍ଷା, ଶିକ୍ଷକ, ଶିକ୍ଷାନୁଷ୍ଠାନ ହେଉଛି ଗୋଟିଏ ଜାତିର ମେରୁଦଣ୍ଡ । ଆଧୁନିକ ଶିକ୍ଷାର ଅନ୍ତୁଡିଶାଳ ଥିବା କଟକ କଲେଜ୍ ଯାହାକୁ ୨୦୦୬ରେ ରେଭେନ୍ସା ବିଶ୍ବ ବିଦ୍ୟାଳୟ ନାମକରଣ କରାଯାଇଛି । ଯେଉଁ କଲେଜର ବିଦ୍ୟାର୍ଥୀ ଦିନେ ବ୍ରିଟିଶ ଗୋଲାମିତ୍ବକୁ ଅସ୍ବୀକାର କରି ୟୁନିୟନ ଜ୍ୟାକ୍ ପତାକାକୁ ତଳକୁ ଫିଙ୍ଗି ସ୍ବାଧୀନତାର ମହାମନ୍ତ୍ର ନାଦ କରିଥିଲେ, ଏବେ ସମୟ ଆସିଛି, କେବଳ ସେହି କଲେଜ ନୁହେଁ ସମଗ୍ର ଓଡିଶାର ବିଦ୍ୟାର୍ଥୀ ବ୍ରିଟିଶ ମାନସିକତାକୁ ଓଡିଶାରୁ ବିଲୋପ କରି ଓଡିଆ ଅସ୍ମିତାର ଧ୍ବଜା ଧାରଣ କରିବା ।
ଏବେ ଆମକୁ ପୁଣି ଥରେ ସେହି ଇତିହାସ ନିକଟକୁ ଫେରିଯିବାର ଅଛି । ତୋଷାମଦିଆର କୁକୁର ପ୍ରକୃତି ଅଇଁଠା ପତରେ ଧ୍ୟାନ - ମଧୁବାବୁଙ୍କର ଏହି କଥାକୁ ସ୍ମରଣ କରି ସ୍ବାଭିମାନୀ ଓଡିଆ ଭାବରେ ପ୍ରଥମେ ଓଡିଆ ଜାତିର ହତ୍ୟାକାରୀ ରେଭେନ୍ସାର ନାମ ଓଡିଶାର ସମସ୍ତ ଶିକ୍ଷାନୁଷ୍ଠାନରୁ ବିଲୋପ କରିବାକୁସେ ଆହ୍ବାନ ଦେଇଛନ୍ତି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: