ଉଡ଼ିଲା ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ପରିଦର୍ଶନ ଧଜିଆ : ତାତିଲେ ଲୋକେ, ଅଟିକିଲା ବସ୍

ଅର୍ଗସ ବ୍ୟୁରୋ : ତାତିଲେ ଲୋକେ, ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ପରିଦର୍ଶନ ଯାତ୍ରାକୁ କଲେ ବିରୋଧ । ରାୟଗଡା ବ୍ଳକର ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ କରିଛନ୍ତି ବିରୋଧ । ଫିଟନେସ ନଥିବା ଭଙ୍ଗାଦଦରା ବସ ଗୁଡିକୁ ଯୋଗାଇଥିବା ବିଜେଡ଼ି ସରକାରକୁ କରିଛନ୍ତି ବିରୋଧ । ଭଲ କଣ୍ଡିସନ୍ ବସ ଯୋଗାଇବା ନିମନ୍ତେ ଦାବି କରି ଅଡି ବସିଲେ ଯାତ୍ରୀ । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ାରେ ।
ଏଠାକାର ୫୦ ରୁ ୬୦ କିମି ଯାତାୟତ କରୁଥିବା ଲୋକାଲ ବସ୍ ଯାହାର କଣ୍ଡିସନ ଅତି ଖରାପ । ସେ ବସ ୧୦୦୦ ରୁ ୧୫ ଶହ କିମି ଯାତ୍ରା କେମିତି କରିବେ ବୋଲି କଲେ ପ୍ରଶ୍ନ । କହିଛନ୍ତି, କଣ ପାଇଁ ଆମ ଜୀବନ ସହ ଖେଳୁଛନ୍ତି ରାଜ୍ୟ ସରକାର ? ଆମର କଣ ହେଲେ କିଛି ଫରକ ପଡ଼ିବନି ଏ ବିଜେଡ଼ି ସରକାରକୁ ? ଭଲ କଣ୍ଡିସନ୍ ଗାଡ଼ି ଦେଲେ ଆମେ ଯିବୁ ନ ହେଲେ ନାହିଁ ।
ଜଦି ଆମେ ଏହି ବସରେ ଜିବୁ ତାହେଲେ ଏହି ବସ୍ ଗୁଡ଼ିକ ଦୁର୍ଘଟଣା ହେବା ଅଧିକ ସମ୍ଭାବନା ରହିଛି । ବସର ଝରକା ନାହିଁ ଓ ଟାୟାର ମଧ୍ୟ ଘୋରି ହୋଇ ଚିକଣ ହୋଇଯାଇଛି, କେଉଁଠାରେ ବି ଫାଟିବ ଜଣା ନାହିଁ । ଏଣୁ ଏପରି ବସରେ ଏତେ ଦୂର ଯିବା ଯୋଗ୍ୟ ନୁହେଁ କି ସୁରକ୍ଷିତ ନୁହେଁ ବୋଲି ତୀର୍ଥ ଯାତ୍ରୀ ମାନେ ଅଭିଯୋଗ ଆଣିଛନ୍ତି ।
📱 Get Argus News App
✨
ସେପଟେ ବସର ଖରାପ ଅବସ୍ଥାକୁ ସ୍ବୀକାର କରିଚନ୍ତି ବ୍ଲକ୍ ଅଧକ୍ଷା, ଏନେଇ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅମୂଲ୍ୟ କୁମାର ସାହୁ ଆର୍ଟିଓଙ୍କୁ ଉପରେ ଦୋଷ ଲଦିଛନ୍ତି । ରାୟଗଡ଼ା ଜିଲ୍ଲା ସଦର ବ୍ଲକ ରୁ ଆଜି ରାତ୍ର ୯ ଘଣ୍ଟି କା ସମୟରେ ୨୮ଟି ପଞ୍ଚାୟତ ସରପଞ୍ଚ ଓ ସମିତି ସଦସ୍ୟ ସମେତ ୫୬୦ ଜଣ ଶ୍ରଦ୍ଧାଳୁ ୧୨ ଟି ବସରେ ପୁରୀ ଅଭିମୁଖେ ଯାତ୍ରା କରିବାର ବ୍ୟବସ୍ଥା କରାଯାଇଥିଲା, କିନ୍ତୁ ବସ ଗୁଡିକ ବଦଳାଇ ଭଲ ବସ ପାଇଁ ଅଡି ବସିଥିଲେ ।
