Fever Outbreak / ଗାଁକୁ ଘାରିଛି ଜ୍ଵର ଚିନ୍ତା; ୨ ଛୁଆଙ୍କ ମୃତ୍ୟୁ, ୨୦ରୁ ଅଧିକ ଆକ୍ରାନ୍ତ
·1 hour ago·2 min read

Key Points
ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ଅଞ୍ଚଳରେ ଜ୍ଵରର ପ୍ରକୋପ ବଢ଼ି ଚାଲିଛି । ଗୋରଖପୁର କୁଚେଇ ପଦର ପଞ୍ଚାୟତ ଯୁବାପଦର ଗାଁରେ ଜ୍ଵରରେ ଗୋଟିଏ ଦିନରେ ୨ ଛୁଆଙ୍କ ମୃତ୍ୟୁ ସମସ୍ତଙ୍କୁ ଆତଙ୍କିତ କରିଛି ।
ରାୟଗଡ଼ା (କଲ୍ୟାଣସିଂହପୁର): ଗାଁରେ ବ୍ୟାପିଛି ଜ୍ଵର । ପିଲାଠୁ ବୁଢ଼ା ସମସ୍ତେ ଜ୍ଵରରେ ଆକ୍ରାନ୍ତ । ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ଅଞ୍ଚଳରେ ଜ୍ଵରର ପ୍ରକୋପ ବଢ଼ି ଚାଲିଛି । ଗୋରଖପୁର କୁଚେଇ ପଦର ପଞ୍ଚାୟତ ଯୁବାପଦର ଗାଁରେ ଜ୍ଵରରେ ଗୋଟିଏ ଦିନରେ ୨ ଛୁଆଙ୍କ ମୃତ୍ୟୁ ସମସ୍ତଙ୍କୁ ଆତଙ୍କିତ କରିଛି ।
ଏବେ ଗାଁରେ ଜ୍ଵରରେ ୨୦ରୁ ଅଧିକ ଜଣ ଆକ୍ରାନ୍ତ ଅଛନ୍ତି । ଶନିବାର ଜ୍ଵରରେ ଥିବାବେଳେ ଦୁଇ ଛୁଆଙ୍କ ମୃତ୍ୟୁ ହୋଇଛି । ଜ୍ବରରେ ପୀଡ଼ିତ ଦୂର୍ଯ୍ୟ ପୂଜାରୀଙ୍କ ପାଞ୍ଚ ବର୍ଷର ପୁଅ ପିଙ୍କୁ ପୂଜାରୀ ଏବଂ ଖଗେଶ୍ବର ମାଝୀଙ୍କ ପୁଅ ୭ ବର୍ଷର ଶିବୁ ମାଝୀ ଆଖି ବୁଜିଛନ୍ତି ।
ଏଥିସହ ପଢ଼ନ୍ତୁ: ପୁରୀ ଆସିଥିଲେ ଜଗା ଦର୍ଶନ ପାଇଁ ଫେରିପାରିଲେନି ଘରକୁ
ପରିବାର ଲୋକେ ଶିବୁକୁ ଚିକିତ୍ସା ପାଇଁ ନିକଟସ୍ଥ ଦଶମନ୍ତପୁର ବ୍ଲକ ଡୁମ୍ବାଗୁଡ଼ା ଗାଁରେ ରହୁଥିବା କ୍ବାକ ନିକଟକୁ ନେଇଥିଲେ । ଶିବୁକୁ ଇଞ୍ଜେକ୍ସନ୍ ଦେଇ ଚିକିତ୍ସା କରିବାର କିଛି ଘଣ୍ଟା ପରେ ତାର ମୃତ୍ୟୁ ହୋଇଥିବା ଗ୍ରାମବାସୀମାନେ କହିଛନ୍ତି । ଗତକାଲି ଅପରାହ୍ଣରେ ଶିବ ମାଝୀଙ୍କ ମୃତ୍ୟୁ ହୋଇଥିଲା । ଏହାର କିଛି ଘଣ୍ଟା ପରେ ରାତିରେ ପିଙ୍କୁ ପୂଜାରୀଙ୍କ ମୃତ୍ୟୁ ହୋଇ ଥିବାର ଜଣା ପଡ଼ିଛି ।
ସ୍କ୍ରବ୍ ଟାଇଫସ୍ ଆତଙ୍କ
ସେପଟେ ମୁନିଗୁଡ଼ା ଅଞ୍ଚଳରେ ଏବେ ପୁଣି ଥରେ ସ୍କ୍ରବ୍ ଟାଇଫସ୍ ରୋଗକୁ ନେଇ ଆତଙ୍କ ଦେଖା ଦେଇଛି । ଜଣେ ଯୁବକ ଏହି ରୋଗରେ ଆକ୍ରାନ୍ତ ହୋଇ ବିଷମକଟକ ଖ୍ରୀଷ୍ଟିଆନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
କିଛିଦିନ ତଳେ ଯୁବକ ଜଣକ ବାହାରକୁ ଶୌଚ ପାଇଁ ଯାଇଥିବା ସମୟରେ ତାଙ୍କୁ ଏକ ବିଷାକ୍ତ କୀଟ କାମୁଡ଼ି ଦେଇଥିଲା । ଏହା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ସହ ଅସୁସ୍ଥତା ଅନୁଭବ କରିଥିଲେ । ପରିବାର ଲୋକେ ବିଳମ୍ବ ନକରି ତୁରନ୍ତ ତାଙ୍କୁ ବିଷମକଟକ ଖ୍ରୀଷ୍ଟିଆନ ମେଡ଼ିକାଲରେ ଭର୍ତ୍ତି କରିଥିଲେ । ବର୍ତ୍ତମାନ ଯୁବକଙ୍କ ସ୍ଵାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ଜଣାପଡ଼ିଛି ।

#Rayagada | Two children died and more than 20 people are reportedly suffering from an unidentified fever in Yuvapadar village under Kucheipadar panchayat in Kashipur block, according to local reports.
— Argus News (@ArgusNews_in) August 23, 2026
The deceased have been identified as Pinku, son of Durjya Pujari, and… pic.twitter.com/GvqOngNFQx
ସ୍କ୍ରବ୍ ଟାଇଫସ୍ ଆତଙ୍କ
ସେପଟେ ମୁନିଗୁଡ଼ା ଅଞ୍ଚଳରେ ଏବେ ପୁଣି ଥରେ ସ୍କ୍ରବ୍ ଟାଇଫସ୍ ରୋଗକୁ ନେଇ ଆତଙ୍କ ଦେଖା ଦେଇଛି । ଜଣେ ଯୁବକ ଏହି ରୋଗରେ ଆକ୍ରାନ୍ତ ହୋଇ ବିଷମକଟକ ଖ୍ରୀଷ୍ଟିଆନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
କିଛିଦିନ ତଳେ ଯୁବକ ଜଣକ ବାହାରକୁ ଶୌଚ ପାଇଁ ଯାଇଥିବା ସମୟରେ ତାଙ୍କୁ ଏକ ବିଷାକ୍ତ କୀଟ କାମୁଡ଼ି ଦେଇଥିଲା । ଏହା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ସହ ଅସୁସ୍ଥତା ଅନୁଭବ କରିଥିଲେ । ପରିବାର ଲୋକେ ବିଳମ୍ବ ନକରି ତୁରନ୍ତ ତାଙ୍କୁ ବିଷମକଟକ ଖ୍ରୀଷ୍ଟିଆନ ମେଡ଼ିକାଲରେ ଭର୍ତ୍ତି କରିଥିଲେ । ବର୍ତ୍ତମାନ ଯୁବକଙ୍କ ସ୍ଵାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ଜଣାପଡ଼ିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories