|
logo
Live

Argus News - ଅନ୍ଧାରରେ ଶରଧା ଶ୍ରୀକ୍ଷେତ୍ରର ଜଗନ୍ନାଥ ମନ୍ଦିର: ଜାଣି ଅଜଣା ଜିଲ୍ଲା ପ୍ରଶାସନ

Odisha

ଅନ୍ଧାରରେ ଶରଧା ଶ୍ରୀକ୍ଷେତ୍ରର ଜଗନ୍ନାଥ ମନ୍ଦିର: ଜାଣି ଅଜଣା ଜିଲ୍ଲା ପ୍ରଶାସନ

Ritu Das
Browse all articles by Ritu Das
·1 year ago·1 min read
ଅନ୍ଧାରରେ ଶରଧା ଶ୍ରୀକ୍ଷେତ୍ରର ଜଗନ୍ନାଥ ମନ୍ଦିର: ଜାଣି ଅଜଣା ଜିଲ୍ଲା ପ୍ରଶାସନ

ଅର୍ଗସ ବ୍ୟୁରୋ: ଦୀର୍ଘ ସାତଦିନ ହେବ ଅନ୍ଧାରରେ ରାୟଗଡା ଜିଲ୍ଲାର ଆରଧ୍ୟ ଦେବତା ପ୍ରଭୁ ଜଗନ୍ନାଥ ଙ୍କ ମନ୍ଦିର। ଜିଲ୍ଲାର ଲକ୍ଷ ଲକ୍ଷ ଓଡ଼ିଆ ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ସହିତ ଖେଳାଯାଉଛି। ଅଧିକାରୀଙ୍କର ଛାଡିନି 25 ବର୍ଷର ବିଜେଡି ଶାସନର ପ୍ରୀତି। ଯାହାକୁ ନେଇ ସାରା ଜିଲ୍ଲାରେ ଚର୍ଚ୍ଚା। କାରଣ ସାତ ଦିନ ପୂର୍ବରୁ ଜଳୁଥିଲା ମନ୍ଦିର ଆଲୋକ। କିନ୍ତୁ ସରକାର ପରିବର୍ତ୍ତନ ହେଉ ହେଉ କିପରି ଆଲୋକ ବନ୍ଦ କରିଦିଆଗଲା। ବିଲ ପୈଠ ନକରିବା ଆଳରେ ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। 

ଜିଲ୍ଲାର ଏହି ଶରଧା ଶ୍ରୀ କ୍ଷେତ୍ର ବହୁ ପ୍ରାଚୀନ। ଦୀର୍ଘ ୪୦୦ ବର୍ଷର ପୁରୁଣା ଐତିହ୍ୟ ସ୍ଥଳ ଏବଂ ଏହା ସହିତ ଯୋଡି ହୋଇ ରହିଛି ଲକ୍ଷ ଲକ୍ଷ ଓଡ଼ିଆଙ୍କ ପବିତ୍ରତା। ତା ପରେ ମଧ୍ୟ ପ୍ରଶାସନିକ ସ୍ତରରେ ଏତେ ବଡ଼ ଅବହେଳା କାହିଁକି। ଯେପରି ଅଵସ୍ଥା ପୁରୀ ଶ୍ରୀ କ୍ଷେତ୍ରର ହୋଇଥିଲା ତାହାର ପୁନରାବୃତ୍ତି କରିଛି ରାୟଗଡା ଜିଲ୍ଲା ପ୍ରଶାସନ। ବିଜେଡି ଗାଦିଚ୍ୟୁତ ହେବା କ୍ଷଣି ଆକ୍ରୋଶମୂଳକ ଭାବେ କରେଣ୍ଟ ସପ୍ଲାୟ କଟାଯାଉଛି।  

ରାୟଗଡା ଜିଲ୍ଲାରେ ଅବସ୍ଥିତ ଏହି ଶରଧା ଶ୍ରୀକ୍ଷେତ୍ର ସମ୍ପୂର୍ଣ ଭାବେ ଦେବତ୍ତୋର ବିଭାଗ ବା ପ୍ରଶାସନ ହାତରେ ଅଛି। ଏବଂ ମନ୍ଦିରରେ ସମସ୍ତ ପରିଚାଳନା ଭାର ମଧ୍ୟ ପ୍ରଶାସନ ଉପରେ ନ୍ୟସ୍ତ। ଅନେକ ସ୍ଥାନରେ ଚଟାଣ ଗୁଡିକ ମଧ୍ୟ ଭାଙ୍ଗିରୁଜି ଗଲାଣି ସେହିପରି ମନ୍ଦିର ପ୍ରାଙ୍ଗଣରେ ଥିବା ଗଛ ନିମନ୍ତେ ଚଟାଣ ଫାଟୁଥିବା ନେଇ ମନ୍ଦିର ଟ୍ରଷ୍ଟ କମିଟିରେ ଥିବା ସ୍ଥାନୀୟ ମେମ୍ବରମାନେ ଏପରି ଘଟଣାକୁ ନେଇ ବାରମ୍ବାର ପ୍ରଶାସନ ନିକଟରେ ଜଣାଉ ଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର  
 

Sponsored
ଅନ୍ଧାରରେ ଶରଧା ଶ୍ରୀକ୍ଷେତ୍ରର ଜଗନ୍ନାଥ ମନ୍ଦିର: ଜାଣି ଅଜଣା ଜିଲ୍ଲା ପ୍ରଶାସନ | Argus News