Life Imprisonment / ୬ ବର୍ଷ ପରେ ୯ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ; ରାୟ ଶୁଣି କୋର୍ଟରୁ ଚମ୍ପଟ୍ ମାରିଲା ଜଣେ ଦୋଷୀ
·1 hour ago·2 min read

Key Points
୨୦୧୯ର ବହୁ ଚର୍ଚ୍ଚିତ ଅପହରଣ ମାମଲା । ୯ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ କୋର୍ଟ । ରାୟ ଶୁଣି କୋର୍ଟ ପରିସରରୁ ଚମ୍ପଟ ମାରିଲା ଜଣେ ଦୋଷୀ ।
ରାୟଗଡ଼ା: ଅପହରଣ ପରେ ହତ୍ୟା ଉଦ୍ୟମ, ଅପ୍ରାକୃତିକ ଯୌନ ସମ୍ପର୍କ ଓ ମାରଣାସ୍ତ୍ର ରଖିବା ଅଭିଯୋଗ । ୯ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ ରାୟଗଡ଼ା ଅତିରିକ୍ତ ଜିଲ୍ଲା ଦୌରା ଜଜ କୋର୍ଟ । ୨୦୧୯ର ବହୁ ଚର୍ଚ୍ଚିତ ବିଭୁତି ଭୂଷଣ ପୂଜାରୀ ମାମଲାରେ କୋର୍ଟ ଦଣ୍ଡ ବିଧାନ କରିଛନ୍ତି ।
ମାମଲାରେ କୋର୍ଟ ଦୁର୍ଦ୍ଦାନ୍ତ ଅପରାଧୀ ହାଡ଼ପା ଶିବା ସହ ୯ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି । ଏଥିସହ ୮ ଦୋଷୀଙ୍କୁ ୨୦ ହଜାର ଟଙ୍କା ଏବଂ ଜଣଙ୍କୁ ୧୦ ହଜାର ଟଙ୍କା ଆର୍ଥିକ ଜରିମାନା କରିଛନ୍ତି । ଜରିମାନା ଅନାଦେୟ ରହିଲେ ଯଥାକ୍ରମେ ଅତିରିକ୍ତ ୬ ଓ ୩ ମାସ ଜେଲ୍ ଭୋଗିବାକୁ ପଡ଼ିବ ।
କୋର୍ଟ ୯ ଅଭିଯୁକ୍ତ ଅଭିଯୁକ୍ତ ହାଡ଼ପା ଶିବା, ଜି. ବାଙ୍ଗାରୁ, ଶୁଣ୍ଢି ସୂରଜ, ଶୁଣ୍ଢି ପ୍ରକାଶ, ମାଝୀ ରାଜା, ମାଝୀ ଜୋସେଫ୍, ଜି. ବେଣୁ, ଜି. ତେଜା ଓ ଜି.ସୁରେନ୍ଦ୍ରକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ।
ଏଥିସହ ପଢ଼ନ୍ତୁ: କୋଟିଆର ୨୧ ଗାଁରେ ଲାଗିଲା BNSSର ୧୬୩ ଧାରା; ୫ରୁ ଅଧିକ ଲୋକ ଏକାଠି ମନା

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଗଞ୍ଜେଇ ନାଁରେ ମାଗିଥିଲେ ୧୦ ଲକ୍ଷ
୨୦୧୯ ମସିହା ନଭେମ୍ବର ୧୮ ତାରିଖରେ ବିଭୁତି ଭୂଷଣ ପୂଜାରୀ ନାମକ ଯୁବକ ବିଶାଖାପାଟଣମରୁ ଟ୍ରେନରୁ ଆସୁଥିଲେ । ଟ୍ରେନ୍ରେ ଆସିବା ସମୟରେ ୯ ଜଣ ବିଭୁତି ଭୂଷଣଙ୍କ ପାଖରେ ଗଞ୍ଜେଇ ଅଛି ବୋଲି କହିବା ସହ ୧୦ଲକ୍ଷ ଟଙ୍କା ବଟି ମାଗିଥିଲେ ।
ପରେ ରାୟଗଡ଼ା ପୂର୍ବ ଷ୍ଟେସନରୁ ଅପହରଣ କରି ନେଇ ନାଗାବଳୀ ନଦୀ ପାଖରେ ରଖିଥିଲେ । ଏନେଇ ବିଭୁତିଙ୍କ ବାପା ପଞ୍ଚାନନ ପୂଜାରୀ ଥାନାରେ ଏତଲା ଦେବା ପରେ ପୋଲିସ ଖୋଜାଖୋଜି କରିଥିଲା । ଖାନତଲାସୀ ବେଳେ ଏହି ଗ୍ୟାଙ୍ଗ ପୋଲିସ ଉପରକୁ ଗୁଳି ଚଳାଇ ଖସିଯିବାକୁ ଚେଷ୍ଟା କରିଥିଲା । ପୋଲିସର ପାଲଟା ଗୁଳି ବାଜିଥିଲା ହାଡ଼ପା ଶିବା ଗୋଡ଼ରେ ।
ଯାହାକୁ ନେଇ ପୋଲିସ ଆଇପିସିର ଧାରା ୩୬୪, ୩୭୭, ୧୨୦ (ବି), ୩୪ (ଏ), ୨୫ (୧-ବି) (ଏ), ୨୭ (୧) ଓ ଆର୍ମ୍ସ ଆକ୍ଟରେ ମାମଲା ରୁଜୁ କରିଥିଲା । ୯ ଜଣଙ୍କ ମଧ୍ୟରୁ ୩ ଜଣ ଗିରଫ ହୋଇ ଜେଲ୍ରେ ଥିବା ବେଳେ ଆଜି ଅନ୍ୟ ଆୁ ୫ ଜଣ କୋର୍ଟରେ ହାଜର ହୋଇଥିଲେ । ତେବେ କୋର୍ଟ ରାୟ ଶୁଣାଇବା ପରେ ଶୁଣ୍ଢି ପ୍ରକାଶ କୋର୍ଟ ପରିସରରୁ ଫେରାର୍ ହୋଇ ଯାଇଛି । ପୋଲିସ ତାକୁ ଖୋଜୁଛି । ୨୫ରୁ ଊର୍ଦ୍ଧ୍ଵ ସାକ୍ଷୀଙ୍କ ବୟାନକୁ ଆଧାର କରି ଏଡିଜେ କୋର୍ଟ ଜଜ ଅଳ୍ପନା ସ୍ୱାଇଁ ରାୟ ଶୁଣାଇନ୍ତି ।