|
logo
Live
Argus News App
GET APP

Argus News - ଆଜି ଖୋଲିବ ଓଭର ବ୍ରିଜ, ଦୀର୍ଘ ୩ ମାସ ଧରି ଏହାର ମରାମତି କାର୍ଯ୍ୟ ଚାଲିଥିଲା

Odisha

Over Bridge / ଆଜି ଖୋଲିବ ଓଭର ବ୍ରିଜ, ଦୀର୍ଘ ୩ ମାସ ଧରି ଏହାର ମରାମତି କାର୍ଯ୍ୟ ଚାଲିଥିଲା

Banajyotshna Ray
Browse all articles by Banajyotshna Ray
·2 weeks ago·1 min read
ଆଜି ଖୋଲିବ ଓଭର ବ୍ରିଜ, ଦୀର୍ଘ ୩ ମାସ ଧରି ଏହାର ମରାମତି କାର୍ଯ୍ୟ ଚାଲିଥିଲା
Over Bridge

Key Points

ଆଜି ଖୋଲିବ ରାୟଗଡା ଓଭର ବ୍ରିଜ
ଦୀର୍ଘ ଦିନ ଧରି ବନ୍ଦ ରହିଥିଲା ରାୟଗଡା ଓଭର ବ୍ରିଜ
ଦୀର୍ଘ ୩ ମାସ ଧରି ଏହାର ମରାମତି କାର୍ଯ୍ୟ ଚାଲିଥିଲା
ଆଜି ଖୋଲିବ ରାୟଗଡା ଓଭର ବ୍ରିଜ। ଦୀର୍ଘ ଦିନ ଧରି ସଙ୍କଟାପନ୍ନ ସ୍ଥିତିରେ ରହିଥିଲା ରାୟଗଡା ଓଭରବ୍ରିଜ । ସରକାର ପରିବର୍ତ୍ତନ ହେବାପରେ ଏହାର ମରାମତି କାମ ଆରମ୍ଭ ହୋଇଥିଲା । ଦୀର୍ଘ ୩ ମାସ ଧରି ଏହାର ମରାମତି କାର୍ଯ୍ୟ ଚାଲିଥିଲା । ଆଜିଠାରୁ ରାୟଗଡା ଫ୍ଲାଇଓଭର ବ୍ରିଜ୍ ରେ ରେ ଗାଡି ଚଳାଚଳ ହେବ । ଏନେଇ ସୂଚନା ଦେଇଛନ୍ତି ରାୟଗଡା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି । ସହରର ମଧ୍ୟ ଭାଗରେ ଥିବା ଏହି ବ୍ରିଜ୍ ରେ କେଵଳ ଦୁଇ ଚକିଆଯାନ ଚଳାଚଳ ହୋଇପାରିବ । ସକାଳ 7 ଟାରୁ ରାତି 9 ମଧ୍ୟରେ ଟ୍ରାଫିକ୍ ଅନୁଯାୟୀ ଦୁଇ ଚକିଆ ଯାନ ଚଳାଚଳ ହେବାକୁ ଥିବା ସମୟରେ ଆସନ୍ତା 10 ଦିନ ପରେ ସମସ୍ତ ଚାରିଚକିଆ ଯାନ ଚଳାଚଳ ହେବ ।

ଏଥିସହ ପଢ଼ନ୍ତୁ: ଲୋକଙ୍କ ସମସ୍ୟା ଶୁଣିବାକୁ ସମୟରେ ଆସିଲେନି ବାବୁ; ଭିତରକୁ ଛାଡ଼ିଲେନି କି ଚେୟାର୍ ଦେଲେନି ଜିଲ୍ଲାପାଳ

ପ୍ରାୟ 30ବର୍ଷ ପୂର୍ବେ ନିର୍ମାଣ ହୋଇଥିବା ଏହି ଫ୍ଲାଇ ଓଭରବ୍ରିଜ୍ ମରାମତି କାରଣରୁ ଗତ ଜାନୁଆରୀ ମାସ 10 ତାରିଖରୁ ବନ୍ଦ ଥିଲା । ଏହି ବ୍ରିଜ୍ ନିର୍ମାଣ କାର୍ଯ୍ୟ ଜାତୀୟ ରାଜପଥ ବିଭାଗ ହାତକୁ ନେଇଥିବା ସମୟରେ ନାଗାବଳୀ ନଦୀ ବ୍ରିଜ ଏବଂ ଫ୍ଲାୟଓଭର ଦୁଇଟି ବ୍ରିଜ ମରାମତି ନିମନ୍ତେ ୩ କୋଟି ୨୫ଲକ୍ଷ ଟଙ୍କାର ବ୍ୟୟବରାଦ କରିଛନ୍ତି ସରକାର। । ଏହି ଓଭରବ୍ରିଜ ହେବାଦ୍ୱାରା ସାଧାରଣ ଲୋକଙ୍କର ଅନେକ ସୁବିଧା ହେବ। ଯାହାୟାତ ସମସ୍ୟା ଦୂର ହେବ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Over Bridge: ଆଜି ଖୋଲିବ ଓଭର ବ୍ରିଜ, ଦୀର୍ଘ ୩ ମାସ ଧରି ଏହାର ମରାମତି କାର୍ଯ୍ୟ ଚାଲିଥିଲା | Argus News