Accused Arrest / ନିଖିଲ ହତ୍ୟାକାଣ୍ଡ ମାମଲାରେ ୩ ଅଭିଯୁକ୍ତକୁ ବିହାରରୁ ବାନ୍ଧିଲା ରାୟଗଡ଼ା ପୋଲିସ
·4 months ago·2 min read

Key Points
ବହୁ ଚର୍ଚ୍ଚିତ ହାଡପା ନିଖିଲ ହତ୍ୟାକାଣ୍ଡ ମାମଲା
୩ ଜଣ ଅଭିଯୁକ୍ତକୁ ବାନ୍ଧିଲା ରାୟଗଡ଼ା ପୋଲିସ
ବିହାର ମଦନପୁର ଅଞ୍ଚଳରୁ ଗିରଫ କଲା ପୋଲିସ
ଉମେଶ ହିଆଲ, ରାଜ ସିମିଲି ଓ ଅକ୍ଷୟ ସାମଲ ଗିରଫ
୩ ଜଣ ଅଭିଯୁକ୍ତକୁ ବାନ୍ଧିଲା ରାୟଗଡ଼ା ପୋଲିସ
ବିହାର ମଦନପୁର ଅଞ୍ଚଳରୁ ଗିରଫ କଲା ପୋଲିସ
ଉମେଶ ହିଆଲ, ରାଜ ସିମିଲି ଓ ଅକ୍ଷୟ ସାମଲ ଗିରଫ
ଭୁବନେଶ୍ବର, ୧୬/୦୫: ରାୟଗଡା ଜିଲ୍ଲାର ବହୁ ଚର୍ଚ୍ଚିତ ନିଖିଲ ହାଡପାକୁ ଗୁଳି କରି ହତ୍ୟାକାଣ୍ଡ ଘଟଣାରେ ପୁଲିସକୁ ମିଳିଛି ସଫଳତା । ଏହି ଗ୍ୟାଙ୍ଗୱାର ଜନିତ ହତ୍ୟାକାଣ୍ଡକୁ ନେଇ ରାୟଗଡା ଜିଲ୍ଲା ହୋଇଥିଲା ଅଶାନ୍ତ । ବିହାରର ଔରଙ୍ଗାବାଦ ଜିଲ୍ଲା ମଦନପୁର ପୋଲିସ ଷ୍ଟେସନ ଅଞ୍ଚଳରୁ ହତ୍ୟା ଘଟଣାର ମୁଖ୍ୟ ତିନି ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ମୁଖ୍ୟ ଅଭିଯୁକ୍ତ ମାନେ ହେଲେ ଉମେଶ ହିଆଲ,ରାଜ ସିମେଲି ଓ ଅକ୍ଷୟ ସାମଲ ଓରଫ ଟିଙ୍କୁଲୁ ।
ହତ୍ୟା ଅପରାଧରେ ଜଡିତ ଏହି ଅଭୁଯୁକ୍ତଙ୍କୁ ଧରିବା ପାଇଁ ତଦନ୍ତ ସମୟରେ ତାଙ୍କ ନିକଟତର ହୋଇଥିଲେ କିନ୍ତୁ ଅପରାଧୀ ମାନେ କୌଣସି ମତେ ଖସିଯାଉଥିଲେ, ଶେଷରେ ବିହାରରୁ ଗିରଫ କରିବାରେ ସଫଳ ହୋଇଥିଲ ପୋଲିସ। । ପୁଲିସ ଅପରାଧୀମାନଙ୍କୁ ବିହାରରୁ ଗିରଫ କରିଥିବାରୁ ତାଙ୍କୁ ଟ୍ରାଞିଟ ରିମାଣ୍ଡରେ ଆଣି ଆଇନ ତଦନ୍ତ କରାଯାଉଛି । ଏନେଇ ଆହୁରି ତଦନ୍ତ କରି ଚଢ଼ାଉ ଜାରି ରହିଛି ଏବଂ ଖୁବ ଶୀଘ୍ର ହତ୍ୟାକାଣ୍ଡରେ ଜଡିତ ଅନ୍ୟ ଅପରାଧୀଙ୍କୁ ଗିରଫ କରାଯିବା ନେଇ ରାୟଗଡ଼ା ପୋଲିସ ସୂଚନା ଦେଇଛି ।
ପଢନ୍ତୁ ଏହି ଖବର: ରାୟଗଡ଼ାରେ ଯୁବକଙ୍କୁ ଅପହରଣ ପରେ ଗୁଳି ଫୁଟାଇ ହତ୍ୟା
ରାୟଗଡା ଆରକ୍ଷୀ ଅଧୀକ୍ଷକ ସ୍ବାଥୀ ଏସ କୁମାରଙ୍କ ନେତୃତ୍ବରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରାମେନ୍ଦ୍ର ପ୍ରସାଦ ପୁଲିସର ଟେକନିକାଲ ଟିମ ସହାୟତାରେ ତଦନ୍ତ କରୁଥିଲେ । ଏହି ଘଟଣାରେ ପୁଲିସ ୬ଟି ଟିମ ଗଠନ କରି ରାଜ୍ୟ ଏବଂ ରାଜ୍ୟ ବାହାରେ ତଦନ୍ତ ଜାରି ରଖିଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଗତ ୯ ତାରିଖ ରାତିରେ ରାୟଗଡା ସହର ଇନ୍ଦିରା ନଗର ୩ୟ ଲାଇନରେ କିଛି ଅଜଣା ଦୁର୍ବୁତ୍ତ ଗୁଳି କରି ରାୟଗଡା ସହର ସ୍ଥିତ ଆମ୍ବେଦକର ସାହିର ଜଣେ ଯୁବକ ନିଖିଲ ହାଡ଼ପାକୁ ଗୋଡାଇ ଗୋଡାଇ ହତ୍ୟା କରିଥିଲେ । ପୂର୍ବ ଶତୃତା ଓ ଜୁଆ ଆଡ୍ଡାରୁ ଲୁଟ ଘଟଣାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଇଛି I ପୂର୍ବରୁ ୨ଗ୍ୟାଙ୍ଗ ମଧ୍ୟରେ ବିଭିନ୍ନ କାରଣରୁ ତିକ୍ତତା ଲାଗିରହିଥିଲା । ସୂଚନାଯୋଗ୍ୟ ଯେ ୯ ତାରିଖ ରାତି ପାଖାପାଖି ରାତି ୧୦ଟା କିଛି ଯୁବକ ଗୋଟିଏ ବୁଲେଟ ଏବଂ ଏକ ଚାରି ଚକିଆ ଗାଡିରେ ନିଖିଲକୁ ପିଛା କରିଥିଲେ । ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହି ସମୟରେ ନିଖିଲି ଦୌଡି ପଳେଇବା ସମୟରେ ଗୁଳି କରି ଅପହରଣ କରିଥିଲେ । ଏବଂ ହତ୍ୟା କରି ନିଖିଲକୁ ସହର ସ୍ଥିତ ତୁ୍ମ୍ବିଗୁଡା ନିକଟସ୍ଥ ନାଗାବଳୀ ନଦୀ ପଠାରେ ମୃତଦେହକୁ ଫିଙ୍ଗିଦେଇଥିଲେ ।
Related Topics
Explore more stories