Odisha News / ଜନ୍ମଦିନରେ ଅନ୍ତିମ ବିଦାୟ; ବୀର ପୁଅକୁ ବାପା ଦେଲେ ମୁଖାଗ୍ନି
·1 hour ago·2 min read

Key Points
ବିଧିର ବିଧାନ ଥିଲା ଭିନ୍ନ । ଜୀବନର ସବୁଠାରୁ ବଡ଼ ଦୁଃଖକୁ ଛାତିରେ ଚାପି... ଜଣେ ବାପା ପୁଅକୁ ନିଜ ହାତରେ ମୁଖାଗ୍ନି ଦେଇଛନ୍ତି । ଯାହା ସମସ୍ତଙ୍କ ଆଖିକୁ ପୁଣି ଓଦା କରି ଦେଇଛି ।
ରାୟଗଡ଼ା: ଆଖିରେ ଲୁହ, ମନରେ କୋହ । ଅମର ରହେ ଭି. ତେଜା ନାରାରେ କମ୍ପୁଛି ଗଗନ ପବନ । ଆସାମ ରାଇଫଲ୍ସରେ ଯବାନ ଭାବେ କାର୍ଯ୍ୟରତ ଭି.ତେଜାଙ୍କ ମୃତଦେହ ମଙ୍ଗଳବାର ସନ୍ଧ୍ୟାରେ ପହଞ୍ଚିବା ପରେ ଆଜି ରାୟଗଡ଼ା ସହର ପରିକ୍ରମା କରାଯାଇ ଅନ୍ତିମ ବିଦାୟ ଦିଆଯାଇଛି ।
ଆସାମ ରାଇଫଲ୍ସରେ ଥିବା ଭି. ତେଜା ନାଗାଲାଣ୍ଡରେ ମୁତୟନ ଥିଲେ । ସୋମବାର ଗୁଳି ବାଜି ଭି. ତେଜା ସହିଦ ହେବା ପରେ ତାଙ୍କ ପୂର୍ବ ଅଙ୍ଗଦାନ ଘୋଷଣା ଅନୁସାରେ ନାଗାଲାଣ୍ଡରେ ଅଙ୍ଗ ସଂରକ୍ଷଣ କରାଯାଇଛି । ଅଙ୍ଗ ସଂରକ୍ଷଣ ପରେ ମରଶରୀରକୁ ହେଲିକପ୍ଟର ଯୋଗେ ବିଶାଖାପାଟଣା ଅଣାଯିବା ପରେ ରାୟଗଡ଼ା ଅଣାଯାଇଛି ।
ଏଥିସହ ପଢ଼ନ୍ତୁ: ମିଳିଥିଲା ୫୦ ଦିନର ଛୁଟି, ଦୀପାବଳିରେ ଆସିଥିଲେ ହୋଇଥାନ୍ତା ବାହାଘର
ଜନ୍ମମାଟିରେ ଜନ୍ମଦିନରେ ରାୟଗଡ଼ାର ବୀର ପୁତ୍ର ଭି. ତେଜାଙ୍କ ଅନ୍ତିମ ସତ୍କାର କରାଯାଇଛି । ଅକ୍ଟୋବର ୭ ତାରିଖ, ଆଜି ଥିଲା ଭି. ତେଜାଙ୍କ ୩୧ତମ ଜନ୍ମଦିନ । ଜନ୍ନଦିନରେ ହିଁ ଜୁଇରେ ଶୋଇ ଯାଇଛନ୍ତି ଭି. ତେଜା ।
ଭି. ତେଜାଙ୍କୁ ଅନ୍ତିମ ସମ୍ମାନ ଜଣାଇବାକୁ ରାୟଗଡ଼ାର ରାସ୍ତାରେ ଜନସମୁଦ୍ର ଦେଖିବାକୁ ମିଳିଥିଲା । ସମସ୍ତଙ୍କ ଆଖି ଛଳଛଳ ଥିବାବେଳେ ଶୁଭୁଥିଲା ଜୟ ଜୟକାର ନାରା । ଭି. ତେଜାଙ୍କ ପାର୍ଥିବ ଶରୀର ଦର୍ଶନ ପାଇଁ ଏକାଠି ହୋଇଥିଲେ ହଜାର ହଜାର ଲୋକ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବିଶାଳ ଶୋଭାଯାତ୍ରାରେ ପାର୍ଥିବ ଶରୀରକୁ ଘରକୁ ଅଣାଯାଇଥିଲା । ସେଠାରେ ପ୍ରଶାସନିକ ଅଧିକାରୀଙ୍କ ସହ ପୋଲିସ ଭି. ତେଜାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରିଥିଲେ । ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ଉପସ୍ଥିତିରେ ରାଷ୍ଟ୍ରୀୟ ସମ୍ମାନ ପ୍ରଦାନ କରାଯାଇଥିଲା ।
ଜନ୍ମ ଦିନରେ ଶେଷ ବିଦାୟ
ମୃତ୍ୟୁ ପୂର୍ବରୁ ଅଙ୍ଗଦାନ ପାଇଁ ଇଚ୍ଛା ପ୍ରକାଶ କରିଥିଲେ ଭି. ତେଜା । ତାଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ପରିବାର ଲୋକଙ୍କ ସମ୍ମତିକ୍ରମେ ନାଗାଲାଣ୍ଡରେ ଅଙ୍ଗ ସଂରକ୍ଷଣ କରାଯାଇଛି । ଜନ୍ମଦିନରେ ହିଁ ଜଳିଛି ଯବାନଙ୍କ ଜୁଇ ।
ଯେଉଁ ଦିନ ତେଜା ଦୁନିଆକୁ ଆସିଥିଲେ, ସେହି ଦିନ ହିଁ ତାଙ୍କୁ ଶେଷ ବିଦାୟ ଦିଆ ଯାଇଛି । ସହର ପରିକ୍ରମା ପରେ ସିରିକଣା ନିକଟସ୍ଥ ଶ୍ମଶାନରେ ସମ୍ପନ୍ନ ହୋଇଛି ଶେଷକୃତ୍ୟ ।
ବାପା ଦେଲେ ମୁଖାଗ୍ନି
ଭି. ତେଜାଙ୍କ ଶେଷଯାତ୍ରାରେ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଥିଲା । ସାଧାରଣତଃ ବାପାଙ୍କ ଶେଷଯାତ୍ରାରେ ପୁଅ କାନ୍ଧ ଦେଇଥାଏ । ହେଲେ ବିଧିର ବିଧାନ ଥିଲା ଭିନ୍ନ । ଜୀବନର ସବୁଠାରୁ ବଡ଼ ଦୁଃଖକୁ ଛାତିରେ ଚାପି... ଜଣେ ବାପା ପୁଅକୁ ନିଜ ହାତରେ ମୁଖାଗ୍ନି ଦେଇଛନ୍ତି । ଯାହା ସମସ୍ତଙ୍କ ଆଖିକୁ ପୁଣି ଓଦା କରି ଦେଇଛି ।

Related Topics
Explore more stories