Odisha News / ମିଳିଥିଲା ୫୦ ଦିନର ଛୁଟି, ଦୀପାବଳିରେ ଆସିଥିଲେ ହୋଇଥାନ୍ତା ବାହାଘର
·1 hour ago·2 min read

Key Points
ନାଗାଲାଣ୍ଡରେ ସହିଦ ହୋଇଛନ୍ତି ଓଡ଼ିଆ ଯୁବକ । ସହିଦ ଓଡ଼ିଆ ଯବାନ ହେଉଛନ୍ତି ଭି. ତେଜା, ତାଙ୍କ ଘର ରାୟଗଡ଼ାରେ । ଭି. ତେଜାଙ୍କ ମୃତ୍ୟୁ ଖବର ପାଇ ଦୁଃଖରେ ଭାଙ୍ଗି ପଡ଼ିଛି ପରିବାର ।
ରାୟଗଡ଼ା: ଜନ୍ମଦିନର ଦିନକ ପୂର୍ବରୁ ମୃତ୍ୟୁ । ଗୁଳି ବାଜି ଟଳି ପଡ଼ିଲେ ଯବାନ । ନାଗାଲାଣ୍ଡରେ ସହିଦ ହୋଇଛନ୍ତି ଓଡ଼ିଆ ଯୁବକ । ସହିଦ ଓଡ଼ିଆ ଯବାନ ହେଉଛନ୍ତି ଭି. ତେଜା, ତାଙ୍କ ଘର ରାୟଗଡ଼ାରେ । ଭି. ତେଜାଙ୍କ ମୃତ୍ୟୁ ଖବର ପାଇ ଦୁଃଖରେ ଭାଙ୍ଗି ପଡ଼ିଛି ପରିବାର ।
ଆସାମ ରାଇଫଲ୍ସରେ ଯବାନ ଭାବେ କାର୍ଯ୍ୟରତ ଥିଲେ ଭି. ତେଜା । ସୋମବାର ଡ୍ୟୁଟିରେ ଥିବାବେଳେ ଭି. ତେଜାଙ୍କ ଦେହରେ ଗୁଳି ବାଜିଥିଲା । ତାଙ୍କୁ ତୁରନ୍ତ ମେଡିକାଲ୍ ନିଆଯାଇଥିବା ବେଳେ ମୃତ ଘୋଷଣା କରିଥିଲେ ଡାକ୍ତର ।
ଏଥିସହ ପଢ଼ନ୍ତୁ: ଗିରଫ ହେଲେ ବେତନଟି ଆର ଆଣ୍ଡ ବି ସବଡିଭିଜନର ଏଜକୁଟିଭ ଇଂଜିନିୟର
ତେବେ ଭି. ତେଜାଙ୍କ ଦେହରେ କେଉଁ ପରିସ୍ଥିତିରେ ଗୁଳି ବାଜିଲା ସେନେଇ ଆସାମ ରାଇଫଲ୍ସ ପକ୍ଷରୁ କୁହାଯାଇ ନାହିଁ । ୨୦୨୨ରେ ଆସାମ ରାଇଫଲ୍ସରେ ଯୋଗ ଦେଇଥିଲେ ଭି. ତେଜା । ଏବେ ସେ ସହିଦ ହେବା ଖବର ସମସ୍ତଙ୍କୁ ଚକିତ କରିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଲୁହରେ ଭିଜୁଛି ଜନ୍ମଦିନର ଖୁସି
ଆସନ୍ତାକାଲି ତେଜା ତାଙ୍କର ୩୧ତମ ଜନ୍ମଦିନ ପାଳିଥାନ୍ତେ । ତାର ଠିକ୍ ଦିନକ ପୂର୍ବରୁ ସେ ଗୁଳିମାଡ଼ରେ ଟଳି ପଡ଼ିଛନ୍ତି । ପରିବାର ଲୋକଙ୍କ କହିବା ଅନୁସାରେ, ଭି. ତେଜାଙ୍କ ବାହାଘର ସ୍ଥିର ହୋଇ ସାରିଥିଲା । ଡିସେମ୍ବର ୧୦ ତାରିଖରେ ବିବାହ ହୋଇଥାନ୍ତା ।
୨ ମାସ ପରେ ହୋଇଥାନ୍ତା ବାହାଘର
ଭି. ତେଜାଙ୍କ ଭାଇ କହିଛନ୍ତି, "୨ ମାସ ପରେ ଭାଇର ବାହାଘର ହୋଇଥାନ୍ତା । ଭଦ୍ରକରେ ବିବାହ ପାଇଁ ପରିବାର ପକ୍ଷରୁ ସମସ୍ତ ପ୍ରସ୍ତୁତି ଚାଲିଥିଲା । ନିର୍ବନ୍ଧ ସରିଥିଲା । ବାହାଘର ପାଇଁ ଭାଇକୁ ୫୦ ଦିନର ଛୁଟି ବି ମିଳିଥିଲା । ହେଲେ ସବୁ ସରିଗଲା ।"
ଏଥିସହ ପଢ଼ନ୍ତୁ: SCB ମେଡିକାଲରେ ଅଘଟଣ: ପାଣି ଟାଙ୍କିରୁ ଡେଇଁ ଯୁବକ ଗୁରୁତର
ଦେଶ ମାତୃକାର ସେବାରେ ଥିବା ବେଳେ ଭି. ତେଜାଙ୍କ ମୃତ୍ଯୁ ହୋଇଛି । ୨ ବର୍ଷ ତଳେ ଭି. ତେଜା ଅଙ୍ଗଦାନ ପାଇଁ ଘୋଷଣା କରିଥିଲେ । ଏବେ ନାଗାଲାଣ୍ଡରେ ଭି. ତେଜାଙ୍କ ମୃତ୍ୟୁ ପରେ ତାଙ୍କ ଅଙ୍ଗ ସଂରକ୍ଷଣ ପାଇଁ ଆବଶ୍ୟକୀୟ ପ୍ରକ୍ରିୟା ସରିଛି ।
ହେଲିକପ୍ଟର ଯୋଗେ ଆଜି ଭି. ତେଜାଙ୍କ ମୃତଦେହ ବିଶାଖାପାଟଣା ଆସିବ । ସେଠାରୁ ଆମ୍ବୁଲାନ୍ସ ଯୋଗେ ମରଶରୀରକୁ ରାୟଗଡ଼ା ଅଣାଯିବ ବୋଲି ଜଣାପଡ଼ିଛି । ଭି. ତେଜାଙ୍କ ମୃତ୍ୟୁରେ ପରିବାର ସହ ଅଞ୍ଚଳବାସୀ ଭାଙ୍ଗି ପଡ଼ିବା ସହ ଦେଶ ମାତୃକାର ସେବା ଓ ଅଙ୍ଗଦାନ କରିଥିବାରୁ ଗର୍ବ ବି ଅନୁଭବ କରୁଛନ୍ତି ।

Related Topics
Explore more stories