Videos
|
Odisha

RBI Data Centre / ଆରବିଆଇ ଡାଟା ସେଣ୍ଟର କ’ଣ ? ପ୍ରଧାନମନ୍ତ୍ରୀ ମୋଦି କରିବେ ଉଦଘାଟନ

Debashree Debasmita Sahoo
Browse all articles by Debashree Debasmita Sahoo
·2 hours ago·2 min read
ଆରବିଆଇ ଡାଟା ସେଣ୍ଟର କ’ଣ ? ପ୍ରଧାନମନ୍ତ୍ରୀ ମୋଦି କରିବେ ଉଦଘାଟନ
RBI Data Centre

Key Points

ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ଆରବିଆଇ ଡାଟା ସେଣ୍ଟରର କରିବେ ଉଦଘାଟନ
ଭୁବନେଶ୍ୱର ଉପକଣ୍ଠ ଜଟଣୀରେ ଅବସ୍ଥିତ
ଭୁବନେଶ୍ଵର: ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତା ଅକ୍ଟୋବର ୨୫ ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱରରେ ପହଞ୍ଚିବା ପରେ, ସେଠାରୁ ହେଲିକପ୍ଟର ଯୋଗେ ଜଟଣୀ ଯାଇ ଲୋକାର୍ପଣ କରିବେ ଭାରତୀୟ ରିଜର୍ଭ ବ୍ୟାଙ୍କର ଅତ୍ୟାଧୁନିକ ଡାଟା ସେଣ୍ଟର । ସମସ୍ତଙ୍କ ମନରେ ପ୍ରଶ୍ନ ଆସୁଛି କଣ ଏହି ଡାଟା ସେଣ୍ଟର । ଏହି ମେଗା ପ୍ରକଳ୍ପ ଦ୍ୱାରା ଓଡ଼ିଶାର ଆଇଟି ଓ ଡିଜିଟାଲ୍ ଭିତ୍ତିଭୂମି କେତେ ସୁଦୃଢ଼ ହେବ ଆସନ୍ତୁ ଜାଣିବା ।

  • ଓଡ଼ିଶାରେ ବଡ଼ ଡିଜିଟାଲ୍ ଭିତ୍ତିଭୂମି
ଭୁବନେଶ୍ୱର ଉପକଣ୍ଠ ଜଟଣୀରେ ଗଢ଼ିଉଠିଛି ଡାଟାର ନୂଆ ‘ପାୱାର୍ ସେଣ୍ଟର’। ନାଁ ଯେତିକି ବଡ଼, ଏହାର କାମ ମଧ୍ୟ ସେତିକି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହା ହେଉଛି ଭାରତୀୟ ରିଜର୍ଭ ବ୍ୟାଙ୍କର ଗୁରୁତ୍ୱପୂର୍ଣ୍ଣ ଡିଜିଟାଲ୍ ତଥ୍ୟ ଓ କମ୍ପ୍ୟୁଟର ସିଷ୍ଟମ୍‌କୁ ସୁରକ୍ଷିତ ରଖିବାର ଏକ ଅତ୍ୟାଧୁନିକ ହାଇଟେକ୍ ଭିତ୍ତିଭୂମି । ଏହି ସେଣ୍ଟର ଦ୍ୱାରା ଦେଶର କରେନ୍ସି ମ୍ୟାନେଜମେଣ୍ଟ, ପେମେଣ୍ଟ ଓ ସେଟଲମେଣ୍ଟ ସିଷ୍ଟମ୍ ସହ ବିଭିନ୍ନ ଡିଜିଟାଲ୍ ଅପରେସନ୍‌କୁ ସିଧାସଳଖ ସପୋର୍ଟ ମିଳିବ । ଏହି ଅତ୍ୟାଧୁନିକ ଡାଟା ସେଣ୍ଟରର ଉଦ୍‌ଘାଟନ ପାଇଁ ଆସନ୍ତା ଅକ୍ଟୋବର ୨୫ରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଦିନ ସଂଧ୍ୟାରେ ପିଏମ୍ ଭୁବନେଶ୍ୱରରେ ପହଞ୍ଚିବା ପରେ ଏହି ମେଗା ଡାଟା ସେଣ୍ଟରକୁ ଦେଶ ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ।

  • ବ୍ୟାଙ୍କିଂ ସେବାର ସୁରକ୍ଷିତ ‘ଡିଜିଟାଲ୍ ଷ୍ଟ୍ରଙ୍ଗରୁମ୍’
ସାମ୍ପ୍ରତିକ ପରିସ୍ଥିତିରେ ଡାଟା ଯେତେ ମୂଲ୍ୟବାନ, ଏହାର ସୁରକ୍ଷା ସେତିକି ଜରୁରୀ । ସାଇବର ଆକ୍ରମଣ, ବୈଷୟିକ ବିଭ୍ରାଟ୍ କିମ୍ବା ପ୍ରାକୃତିକ ବିପର୍ଯ୍ୟୟ ଭଳି ଯେକୌଣସି ଜରୁରୀ ପରିସ୍ଥିତିରେ ବି ବ୍ୟାଙ୍କିଂ ସେବା ଯେପରି ବାଧାପ୍ରାପ୍ତ ନହୁଏ, ଏହି ଡାଟା ସେଣ୍ଟର ତାହା ସୁନିଶ୍ଚିତ କରିବ । ଅର୍ଥାତ୍ ଦେଶର ଡିଜିଟାଲ୍ ଫାଇନାନ୍ସିଆଲ୍ ସିଷ୍ଟମ୍ ପାଇଁ ଏହା ଏକ ଶକ୍ତ ଓ ସୁରକ୍ଷିତ ବ୍ୟାକଅପ୍ ଭିତ୍ତିଭୂମି ଭାବେ କାର୍ଯ୍ୟ କରିବ ।

ପଢନ୍ତୁ ଏହି ଖବର: ଅକ୍ଟୋବରରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ଜାଣନ୍ତୁ କେଉଁଠି କ’ଣ କାର୍ଯ୍ୟକ୍ରମ ରହିଛି ?

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
  • ଜଟଣୀରେ କାହିଁକି ଏହି ପ୍ରକଳ୍ପ?
ଭୁବନେଶ୍ବର ଉପକଣ୍ଠ ଜଟଣୀସ୍ଥିତ ଇନ୍‌ଫୋ ଭ୍ୟାଲି-୨ ଅଞ୍ଚଳରେ ପ୍ରାୟ ୧୮.୫୫ ଏକର ଜମିରେ ନିର୍ମାଣ ହୋଇଥିବା ଏହି କେନ୍ଦ୍ର କେବଳ ଆରବିଆଇ ନୁହେଁ, ଓଡ଼ିଶାର ଡିଜିଟାଲ୍ ଇନ୍‌ଫ୍ରା ପାଇଁ ମଧ୍ୟ ଏକ ବଡ଼ ମାଇଲ୍‌ଖୁଣ୍ଟ । ଏହା ଦ୍ୱାରା ରାଜ୍ୟରେ ଆଇଟି ଓ ଡିଜିଟାଲ୍ ସେକ୍ଟରରେ ନୂଆ ପରିଚୟ ସୃଷ୍ଟି ହେବା ସହ ସ୍ପେସିଆଲାଇଜ୍‌ଡ ଟେକ୍ନୋଲୋଜି ସେବା ଓ ନୂଆ ଭିତ୍ତିଭୂମି ବିକାଶର ବ୍ୟାପକ ସମ୍ଭାବନା ସୃଷ୍ଟି ହେବ। ୨୦୨୩ ମାର୍ଚ୍ଚ ୨୨ରେ ଏହାର ଶିଳାନ୍ୟାସ ହୋଇଥିଲା । ଓଡ଼ିଶାକୁ ଡାଟା ସେଣ୍ଟର, ଆଇଟି ଓ ଡିଜିଟାଲ ଭିତ୍ତିଭୂମିର ଏକ ପ୍ରମୁଖ କେନ୍ଦ୍ର ଭାବେ ଗଢ଼ି ତୋଳିବାରେ ସାହାଯ୍ୟ କରିବ ଏହି କେନ୍ଦ୍ର । ଆରବିଆଇର ଏହି ଅତ୍ୟାଧୁନିକ ଡାଟା ସେଣ୍ଟର ସ୍ଥାପନ ଦ୍ୱାରା ଦେଶର ଡିଜିଟାଲ୍ ଫାଇନାନ୍ସିଆଲ୍ ମାନଚିତ୍ରରେ ଓଡ଼ିଶା ନିଜର ଏକ ସ୍ୱତନ୍ତ୍ର ଓ ମଜଭୁତ ପଦଚିହ୍ନ ଛାଡ଼ିବାକୁ ଯାଉଛି ।