Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମହାପ୍ରଭୁଙ୍କ ଦର୍ଶନ ସାନିଧ୍ୟ ନେଲେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ

Odisha

ମହାପ୍ରଭୁଙ୍କ ଦର୍ଶନ ସାନିଧ୍ୟ ନେଲେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ

Ritu Das
Browse all articles by Ritu Das
·1 year ago·1 min read
ମହାପ୍ରଭୁଙ୍କ ଦର୍ଶନ ସାନିଧ୍ୟ ନେଲେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ

ଅର୍ଗସ ବ୍ୟୁରୋ: ମହାପ୍ରଭୁଙ୍କ ଦର୍ଶନ ସାନିଧ୍ୟ ନେଲେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ଚାରିଦିନିଆ ଓଡିଶା ଗସ୍ତ ଅବସରରେ ଆଜି ସେ ମହାପ୍ରଭୁଙ୍କ ଦର୍ଶନ ସାନିଧ୍ୟ ନେଇ ଖୁବ୍ ଭାବବିହ୍ଵଳ ହୋଇଛନ୍ତି। ଶ୍ରୀମନ୍ଦିର ପ୍ରଶାସନ,ଜିଲ୍ଲା ପ୍ରଶାସନ ଓ ସେବାୟତଙ୍କ ତରଫରୁ ତାଙ୍କୁ ସିଂହଦ୍ୱାର ଠାରେ ଖଣ୍ଡୁଆ ଦେଇ ସ୍ବାଗତ କରାଯାଇଥିଲା। 

ପ୍ରାୟ ଅଧଘଣ୍ଟା ଶ୍ରୀମନ୍ଦିରରେ ବିତେଇବା ସହ ବିମଳା, ଲକ୍ଷ୍ମୀ ଓ ପାର୍ଶ୍ଵ ଦେବାଦେବୀଙ୍କୁ ସେ ଦର୍ଶନ କରିଥିଲେ । ୨୦୨୧ ରେ ପ୍ରଥମ ଓଡ଼ିଆ ଭାବରେ ଆର୍ ବି ଆଇ ଦାୟିତ୍ଵ ନେବାପରେ ସେ ଦର୍ଶନ ପାଇଁ ଆସିଥିଲେ। ମହାପ୍ରଭୁଙ୍କ ପାଖରେ ରାଜ୍ୟ ତଥା ଦେଶର ମଙ୍ଗଳ କାମନା କରିଛି ବୋଲି ସେ ପ୍ରତିକ୍ରିୟା ରେ କହିଛନ୍ତି। ମନ୍ ଓ ମସ୍ତିଷ୍କରେ ସବୁବେଳେ ମହାପ୍ରଭୁ ରହିଛନ୍ତି ଓ ତାଙ୍କୁ ପ୍ରତ୍ୟେକ ଦିନ ସକାଳେ ସଞ୍ଜବେଳେ ପ୍ରାର୍ଥନା କରିଥାଏ ବୋଲି ସେ ଖୁବ୍ ଭାବବିହ୍ୱଳ ହୋଇ କହିଛନ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
RBI Governor | Argus News