Videos
|
Odisha

ଇଂଲଣ୍ଡରୁ ଏକ ଲକ୍ଷ କିଲୋଗ୍ରାମରୁ ଅଧିକ ସୁନା ଫେରାଇ ଆଣିଛି RBI

Swayangprajna Mishra
Browse all articles by Swayangprajna Mishra
·2 years ago
ଇଂଲଣ୍ଡରୁ ଏକ ଲକ୍ଷ କିଲୋଗ୍ରାମରୁ ଅଧିକ ସୁନା ଫେରାଇ ଆଣିଛି RBI

ଅର୍ଗସ ବ୍ୟୁରୋ : ଇଂଲଣ୍ଡରୁ ୧୦୦ ଟନ୍ ଅର୍ଥାତ ଏକ ଲକ୍ଷ କିଲୋଗ୍ରାମରୁ ଅଧିକ ସୁନା ଫେରାଇ ଆଣିଛି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI)। ବ୍ୟାଙ୍କ ଅଫ୍‌ ଇଂଲଣ୍ଡରେ ଗଚ୍ଛିତ ରଖିଥିବା ସୁନା ମଧ୍ୟରୁ ଆରବିଆଇ ପୁଣି ଥରେ ୧୦୦ ଟନ୍ ସୁନା ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଛି। ଆଗାମୀ ଦିନରେ ଏସବୁ ସୁନା ଭାରତକୁ ଫେରିବ। 

ଅଧିକ ପଢନ୍ତୁ : 6.5% ରେ ସ୍ଥିର ରହିଲା ରେପୋ ରେଟ୍

ସରକାରୀ ସୂତ୍ରରୁ ପ୍ରକାଶ ତଥ୍ୟ ଅନୁସାରେ, ମାର୍ଚ୍ଚ ଶେଷ ସୁଦ୍ଧା ଆରବିଆଇ ପାଖରେ ୮୨୨.୧ ଟନ୍ ସୁନା ରହିଛି, ସେଥିମଧ୍ୟରୁ ୪୧୩.୮ ଟନ୍ ବିଦେଶରେ ଅଛି। ବର୍ତ୍ତମାନ ଏହି ସୁନା ଧୀରେ ଧୀରେ ଭାରତକୁ ଅଣାଯାଉଛି। ଆରବିଆଇ ନିକଟ ଅତୀତରେ କ୍ରୟ କରିଥିବା ସୁନା ମଧ୍ୟରୁ କେବଳ ଗତ ଆର୍ଥିକ ବର୍ଷରେ ୨୭.୫ ଟନ୍ ସୁନା ଭଣ୍ଡାରରେ ସାମିଲ ହୋଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: