Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦିନେ ଅଧାରୁ ପାଠ ଛାଡିଥିଲେ, ଏବେ ସେ ଡାକ୍ତର ହେବେ...ସତରେ ଅସମ୍ଭବ କିଛି ବି ନୁହେଁ

Smruti Parija
Browse all articles by Smruti Parija
·1 year ago·3 min read
ଦିନେ ଅଧାରୁ ପାଠ ଛାଡିଥିଲେ, ଏବେ ସେ ଡାକ୍ତର ହେବେ...ସତରେ ଅସମ୍ଭବ କିଛି ବି ନୁହେଁ

ଅର୍ଗସ ବ୍ୟୁରୋ:  ଦୁନିଆରେ ଅସମ୍ଭବ କିଛି ବି ନୁହେଁ । ଅଦମ୍ୟ ଇଚ୍ଛା ଶକ୍ତି ଓ ଚେଷ୍ଟା କଲେ ସବୁ କିଛି ସମ୍ଭବ । ଆଉ ଯଦି ଜୀବନରେ କିଛି କରିବାକୁ ପ୍ରକୃତରେ ଇଚ୍ଛା ଥାଏ...ତେବେ ଉପାୟ ଆପେ ଆପେ ଆସେ । ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବ୍ରହ୍ମପୁରରେ । 

ଦିନେ ସେ ଠେଲା ଗାଡିରେ ବରା, ପିଆଜି ବିକି ଗୁଜୁରାଣ ମେଣ୍ଟାଉଥିଲେ । ଏବେ ସେ ହେବାକୁ ଯାଉଛନ୍ତି ଗାଁର ପ୍ରଥମ ଡାକ୍ତର । ବିକାଶ ସାହୁଙ୍କର ସଂଘର୍ଷମୟ କାହାଣୀ ବିଷୟରେ ଆସନ୍ତୁ ଜାଣିବା...

18 ବର୍ଷୀୟ ବିକାଶ ସାହୁ । ଘର ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଉସ୍ତପଦା ପଞ୍ଚାୟତର କେ ରାଣିପଡା ଗାଁ । ବାପା ସୁରଟରେ ଶ୍ରମିକ ଭାବରେ କାମ କରୁଥିଲେ । ହେଲେ ହଠାତ୍ ତାଙ୍କ ଦେହାନ୍ତ ହୋଇଗଲା । ପୁରା ପରିବାରର ଭବିଷ୍ୟତ ଯେମିତି ଅନ୍ଧାର ଭିତରକୁ ଠେଲି ହୋଇଗଲା । ଶେଷରେ ବିକାଶ ଘର ଚଳାଇବା ପାଇଁ ସାନ ଭାଇ ସହ ମିଶି ବରା ପିଆଜି ବିକ୍ରି କରୁବାକୁ ବାଧ୍ୟ ହେଲେ ।

ହେଲେ ଏହାରି ଭିତରେ ସମୟ କାଢି ସେ ନିଜ ସ୍ୱପ୍ନ ପୁରା କରିବାକୁ ପାଠ ପଢନ୍ତି । ଆଉ ଯାହାର ଫଳ ଏବେ ଏତେ ମିଠା ଯେ ପୁରା ଗାଁ ତାଙ୍କ ପାଇଁ ଗର୍ବ କରୁଛି ।  ସେ NEET & JEE MAINS 2024  ପରୀକ୍ଷା କ୍ରାକ୍ କରିଛନ୍ତି । 

ବ୍ରହ୍ମପୁର ଏମକେସିଜି ମେଡିକାଲରେ MBBS ରେ ନାମ ଲେଖାଇଛନ୍ତି । ଆଉ ଗାଁର ପ୍ରଥମ ଡାକ୍ତର ହେବାକୁ ଯାଉଛନ୍ତି । 

ସ୍ୱଳ୍ପ ଦୃଷ୍ଟିଶକ୍ତିରେ ପୀଡିତ ବିକାଶ, ସେଥିପାଇଁ ସେ (PWD) ବର୍ଗର ।  ଏହାସହ ପୁରା ଘରର ବୋଝ ତାଙ୍କ ଉପରେ । ବିଧବା ମାଆ, ଦୁଇ ଭଉଣୀ ଓ ସାନ ଭାଇ । ଏତେ ଦାୟିତ୍ୱ ସମ୍ଭାଳୁ ସମ୍ଭାଳୁ ପାଠ ପଢାରେ ବାଧା ସୃଷ୍ଟି ହେବାରୁ ସେ ଯୁକ୍ତ ଦୁଇରେ ଅଧାରୁ ପାଠ ଛାଡିଦେଇଥିଲେ ।  ହେଲେ ସେତିକି ବେଳେ 'ବିପଦର ବନ୍ଧୁ' ନାମକ ଏକ ସଂସ୍ଥା ତାଙ୍କୁ ସାହାଯ୍ୟର ହାତ ବଢାଇଥିଲା । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବିକାଶ ଜଣେ ମେଧାବୀ ଛାତ୍ର ହୋଇଥିବାରୁ ଯୁକ୍ତ ଦୁଇରେ ତାଙ୍କର ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିଥିଲା ଏହି ସଂସ୍ଥା । ଖାଲି ସେତିକି ନୁହେଁ ତାଙ୍କ ଦୁଇ ଭଉଣୀଙ୍କ ବାହାଘରରେ ମଧ୍ୟ ଗ୍ରାମବାସୀଙ୍କ ସହାୟତା ନେଇ ଖୁବ ସାହାଯ୍ୟ କରିଥିଲା । 

ଏହି ସଂସ୍ଥା ବିପଦର ବନ୍ଧୁ ର ଜଣେ ସଦସ୍ୟ ଚିନ୍ମୟ ଦଳାଇଙ୍କ କହିବାନୁଯାୟୀ ବିକାଶଙ୍କୁ ଖଲିକୋଟ୍ଟ ଉଚ୍ଚଶିକ୍ଷା ସ୍କୁଲରେ ଆଡମିଶନ କରିଥିଲୁ । ଏହାପରେ ସେ ଆର କେ ହସଟେଲରେ ରହୁଥିଲେ । ତାଙ୍କର ପଠା ପଢି ଓ ମେଡିସିନ୍ ସମସ୍ତ ଖର୍ଚ୍ଚ ବହନ କରୁଥିଲା ସଂସ୍ଥା । ଆର୍ଯ୍ୟଭଟ୍ଟ ଲର୍ଣ୍ଣିଂ ଫୋରମ୍ ର ଡାଇରେକ୍ଟର ସୁଧୀର ରାଉତ ବିକାଶଙ୍କୁ JEE & NEET ର ମାଗଣା କୋଚିଂ ଦେବା ପାଇଁ ରାଜି ହୋଇଥିଲେ । ଫଳରେ ବିକାଶ ମନ ଲଗାଇ ପାଠ ପଢି ଯୁକ୍ତ ଦୁଇରେ 600 ମାର୍କରୁ 455 ରଖି ପାସ୍ ହୋଇଥିଲେ । JEEରେ 212 ରାଙ୍କ୍ , OUAT ରେ 200 ରାଙ୍କ୍ , ଏବଂ NEET ରେ 533 ରାଙ୍କ୍ ରଖିଥିଲେ । 

'ବିପଦର ବନ୍ଧୁ’ ସଦସ୍ୟମାନେ ବିକାଶଙ୍କ MKCG ରେ ଆଡମିଶନ ପାଇଁ 50,000 ଟଙ୍କା ସଂଗ୍ରହ କରିଛନ୍ତି ଏବଂ ଭବିଷ୍ୟତରେ ମଧ୍ୟ ତାଙ୍କୁ ସାହାଯ୍ୟ କରିବାକୁ ପ୍ରସ୍ତୁତ ଅଛନ୍ତି ।
ସେହିପରି ଆର୍ଯ୍ୟଭଟ୍ଟ ଲର୍ଣ୍ଣିଂ ଫୋରମ୍ ର ଡାଇରେକ୍ଟର ସୁଧୀର ରାଉତ କହିଛନ୍ତି ଯେ ଆର୍ଯ୍ୟଭଟ୍ଟ ଲର୍ଣ୍ଣିଂ ଫୋରମ୍ ଗରିବ ଏବଂ ଦକ୍ଷ ଛାତ୍ରମାନଙ୍କୁ ମାଗଣାରେ ପ୍ରୋତ୍ସାହିତ କରେ ଏବଂ ମାର୍ଗଦର୍ଶନ କରେ ।

“ଆମ ସମାଜରେ ଅନେକ ଗରିବ ପ୍ରତିଭାବାନ ଛାତ୍ର ଆର୍ଥିକ ପ୍ରତିବନ୍ଧକ ହେତୁ ବିପଥଗାମୀ ହୁଅନ୍ତି । ଏହା ହେବା ଉଚିତ୍ ନୁହେଁ । ବିକାଶ ବହୁତ ଦକ୍ଷ ଏବଂ ପରିଶ୍ରମୀ । ତାଙ୍କୁ ଆମ ପାଖକୁ ଆଣିଥିବାରୁ ମୁଁ 'ବିପଦର ବନ୍ଧୁ' କୁ ଧନ୍ୟବାଦ ଦେବି" । 

ଏହି ଖବରଟି ଯେତିକି ହୃଦୟସ୍ପର୍ଶୀ ସେତିକି ପ୍ରେରଣା ଦାୟୀ ମଧ୍ୟ । କାରଣ କିଛି କରିବା ପାଇଁ ଇଚ୍ଛା ଥିଲେ ଆମକୁ କେହି ନା କେହି ମିଳିଯାଆନ୍ତି । ଯେଉଁମାନେ ସାହାଯ୍ୟର ହାତ ବଢାନ୍ତି ...ଯାହା ଆମ ଚଲାପଥକୁ ଟିକେ ସହଜ କରିଦିଏ ।  
 

ଆହୁରି ପଢନ୍ତୁ ଓଡିଶା ଖବର...

Sponsored
read-inspiring-story-of-berhampur-boy-bikash-sahu | Argus News