ସକାଳର ତାଜା ଖବର ପଢ଼ନ୍ତୁ ସଂକ୍ଷେପରେ...

ଅର୍ଗସ ବ୍ୟୁରୋ: ଆଉ ଚଳିବନି ମମତାଙ୍କ ମନମାନୀ.....ଆଜିଠୁ ନାଫେଡ ମାଧ୍ୟମରେ ଆଳୁ ଓଡ଼ିଶାରେ ପହଞ୍ଚିଯିବ.... ଆଳୁ କେଜି ପିଛା ୩୦ ଟଙ୍କାରେ ଯୋଗାଇଦେବେ ରାଜ୍ୟ ସରକାର
2-ପୁରୀରେ ଆଜିଠୁ ରଥଭଙ୍ଗା କାମ....ଶ୍ରୀମନ୍ଦିର ପ୍ରଶାସନର ଚିଠି ପାଇବା ପରେ ଭୋଇ ସଦ୍ଦାରଙ୍କ ନେତୃତ୍ୱରେ ଆରମ୍ଭ ହେଲା କାମ
3-ପୋଲିସ- ଗୋ-ମାଫିଆ ମୁହାଁମୁହିଁ.....କେନ୍ଦୁଝର ପଣ୍ଡାପଡ଼ା ଥାନା ପିଠାଗୋଳାରେ ଆଜି ସକାଳୁ ଗୋରୁ ଗାଡ଼ିକୁ ଅଟକାଇବାକୁ ଯାଇ ପୋଲିସ ଏବଂ ଗୋଚାଲାଣକାରୀଙ୍କ ମଧ୍ୟ ଖଣ୍ଡଯୁଦ୍ଧ ହୋଇଥିଲା।
4-ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ପାଇଁ ମୁକୁଳା ଭଦ୍ରକ ଉପକୂଳ...ଜିଲ୍ଲାର 3ଟି ମେରାଇନ୍ ଥାନାରେ ନାହାନ୍ତି ଆବଶ୍ୟକ କର୍ମଚାରୀ...ହୋଇପାରୁନି ପାଟ୍ରୋଲିଂ... ଧାମରା ନିକଟ କଲାମ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର ପ୍ରତି ବି ହୋଇପାରେ ବିପଦ...ଉପକୂଳ ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ
5- ବିଜେପି ପାଳୁଛି ହର୍ ଘର୍ ତ୍ରିରଙ୍ଗା.....ଏହି ଅଭିଯାନରେ ଆଜିଠୁ ଆସନ୍ତା 14 ତାରିଖ ଯାଏଁ ତ୍ରିରଙ୍ଗା ଯାତ୍ରା.....ଦେଶର ସବୁ ବିଧାନସଭା ମଣ୍ଡଳୀରେ ଅନୁଷ୍ଠିତ ହେବ ଏହି ତ୍ରିରଙ୍ଗା ରାଲି... ଜାତୀୟ ପତାକା ସହ ସେଲଫି ନେଇ ଅପଲୋଡ଼ କରିବାକୁ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି
6- ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ନଟବର ସିଂହଙ୍କ ଦେହାନ୍ତ ହୋଇଯାଇଛି.....ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା.......ଗୁରୁଗ୍ରାମ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ବେଳେ ତାଙ୍କର ଦେହାନ୍ତ ହୋଇଛି
7- କୋଲକାତାରେ ମହିଳା ପିଜି ଡାକ୍ତରଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗ.....ବିଭିନ୍ନ ଡାକ୍ତରଖାନା ବାହାରେ ଆରମ୍ଭ ହୋଇଛି ବିକ୍ଷୋଭ....ଅପରାଧୀକୁ ଦଣ୍ଡ ଦିଆଯାଉ ଓ ମୃତ ଡାକ୍ତରଙ୍କ ପରିବାରକୁ ନ୍ୟାୟ ମିଳୁ ବୋଲି ପ୍ରତିବାଦ ଜୋର ଧରିଛି
8- ହରିୟାଣା ସରକାରଙ୍କ ବଡ ଘୋଷଣା....ମନୁ ଭାକର ହେବେ ‘ବେଟି ବଚାଓ ବେଟି ପଢାଓ ଅଭିଯାନ’ ର ବ୍ରାଣ୍ଡ ଆମ୍ବାସଡର
9- ଭାରତୀୟ ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗାଟଙ୍କ ମାମଲାରେ ଶୁଣାଣିରେ ବିଳମ୍ବ....ଯୁଗ୍ମ ଭାବେ ଭିନେଶ ରୌପ୍ୟ ପଦକ ପାଇବେ କି ନାହିଁ କୋର୍ଟ ଅଫ୍ ଆର୍ବିଟ୍ରେସନ ଫର୍ ସ୍ପୋର୍ଟ୍ସ ପକ୍ଷରୁ ୧୩ ତାରିଖରେ ହେବ ସ୍ପଷ୍ଟ
10- ଆଜି ପ୍ୟାରିସ୍ ଅଲିମ୍ପିକ୍ସର ଉଦଯାପନୀ ସମାରୋହ...ଅନ୍ତିମ ଦିବସ ମିଳିତ ପରେଡରେ ତ୍ରିରଙ୍ଗା ଧରିବେ ପଦକ ବିଜେତା ହକି ଟିମର ଗୋଲକିପର ପି.ଆର. ଶ୍ରୀଜେସ ଓ ଡବଲ ମେଡାଲିଷ୍ଟ ମନୁ ଭାକର...ଭାରତୀୟ ଅଲିମ୍ପିକ୍ସ ଆସୋସିଏସନ ପକ୍ଷରୁ କରାଯାଇଛି ଘୋଷଣା।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର