Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଚୁଟ୍‌କିରେ ପଢ଼ନ୍ତୁ ତାଜା ଖବର

Odisha

ଚୁଟ୍‌କିରେ ପଢ଼ନ୍ତୁ ତାଜା ଖବର

Ritu Das
Browse all articles by Ritu Das
·1 year ago·2 min read
ଚୁଟ୍‌କିରେ ପଢ଼ନ୍ତୁ ତାଜା ଖବର

ଅର୍ଗସ ବ୍ୟୁରୋ: ମାଲକାନଗିରି ମୋଟୁରୁ ମୂଲ୍ୟବାନ ଧଳା ପଥର ଜବତ… ଦୁଇଟି ହାଇଓ୍ବା, ଗୋଟିଏ ଜେସିବି ସହ 6 ଜଣଙ୍କୁ ଗିରଫ କଲା ବନ ବିଭାଗ… ୧ କୋଟିରୁ ଅଧିକ ହେବ ଜବତ ଧଳା ପଥରର ମୂଲ୍ୟ… ପୁସୁଗୁଡାରୁ ବିଜୟୱାଡା ଚାଲାଣ ବେଳେ ଜବତ କଲା ବନବିଭାଗ..
2- କଟକ ସହରରେ ଲଜ୍ଜା... କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ... ଛାତ୍ରୀଙ୍କ ବୟଫ୍ରେଣ୍ଡ୍ ଓ ତା ସାଙ୍ଗ ମାନେ ମିଶି ଅଶ୍ଲୀଳ ଭିଡିଓ କରିବା ସହ କରିଆସୁଥିଲେ ବ୍ଲାକମେଲ...ଥାନାରେ ଅଭିଯୋଗ ପରେ ଛାତ୍ରୀଙ୍କ ବୟଫ୍ରେଣ୍ଡଙ୍କ ସମେତ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ
3- ବିରଳ ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ଚିନ୍ତା... ଅସ୍ତରଙ୍ଗ ଦେବୀନାସି ଠାରୁ କେଳୁଣୀ ମୁହାଣ ମଧ୍ୟରେ ଅଣ୍ଡା ଦାନ ପାଇଁ କଇଁଛଙ୍କ ଭିଡ଼...ବେଆଇନ ଟ୍ରଲର ଚଳାଚଳ ଯୋଗୁଁ କଇଁଛଙ୍କ ଅକାଳରେ ହେଉଛି ମୃତ୍ୟୁ…. ଗଭୀର ସମୁଦ୍ରରେ ଅଲିଭ ରିଡଲେ କଇଁଛଙ୍କ ହୋଇଛି ସମାଗମ
4- ବ୍ରହ୍ମପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ତାରାତାରିଣୀଙ୍କ ମହାସ୍ନାନ… ଗତ ୬ ତାରିଖରେ ମନ୍ଦିରରୁ ଲୁଟ୍ ପରେ ମାଆଙ୍କୁ କରାଯିବ ମହାସ୍ନାନ… ମାଆଙ୍କୁ ସ୍ପର୍ଶ କରି ମୁକୁଟ ଓ ଅଳଙ୍କାର ଲୁଟିଥିଲେ ଦୁର୍ବୃତ୍ତ… ବିଭିନ୍ନ ରୀତିନୀତିରେ ପୂଜାର୍ଚ୍ଚନା କରାଯିବା ପରେ ଭକ୍ତଙ୍କୁ ଦର୍ଶନ ଦେବେ ମାଆ ତାରାତାରିଣୀ.
5- ଘନଉଛି ପାଞ୍ଜି ଗଣନା ବିବାଦ... ପଞ୍ଜିକାରମାନଙ୍କ ଦ୍ଵିମତକୁ ନେଇ ଦ୍ଵନ୍ଦରେ ଲୋକେ ...କିଛି ବର୍ଷ ହେବ ବିଭିନ୍ନ ପଞ୍ଜିକାରେ ରହୁନି ତାଳ ମେଳ...ପଞ୍ଜିକାରଙ୍କୁ ପାଣ୍ଡୁଲିପି ପୈଠ କରିବାକୁ ଆହ୍ବାନ କରିଛି ଶ୍ରୀମନ୍ଦିର ପ୍ରଶାସନ... ପାଣ୍ଡୁଲିପି ସମୀକ୍ଷା ପରେ ହେବ ସମନ୍ବୟ ବୈଠକ...
6- ଦେଶରେ ବିହାରୀ ସଂପ୍ରଦାୟଙ୍କ ମହାନ୍ ପର୍ବ ଛଟ୍ ପର୍ବ ପାଳିତ...  ବିଭିନ୍ନ ଜଳାଶୟ ଏବଂ ନଦୀ ତୁଠରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରିଛନ୍ତି ଭକ୍ତ... ଦୀପ ଓ ଧୂପ ଦେଇ ସୂର୍ଯ୍ୟଙ୍କୁ ଆରାଧନା...ପରିବାରରେ ସୁଖ,ଶାନ୍ତି,ସମୃଦ୍ଧି ବଜାୟ ରଖିବା ପାଇଁ ପ୍ରାର୍ଥନା
7- ଗୁରୁବାର ସନ୍ଧ୍ୟାରେ ଜମ୍ମୁ-କଶ୍ମୀରର କିସ୍ତୱାର୍‌ ଜିଲ୍ଲାରେ ଦୁଇ ଗ୍ରାମ ପ୍ରତିରକ୍ଷା ଗୋଷ୍ଠୀ (ଭିଡିଜି) ସଦସ୍ୟଙ୍କୁ ଆତଙ୍କବାଦୀମାନେ ପହରଣ କରି ହତ୍ୟା କରିଛନ୍ତି। ଲସ୍କର-ଏ-ତୋଏବା ଆତଙ୍କବାଦୀ ସଂଗଠନର "କାଶ୍ମୀର ଟାଇଗର" ନାମକ ସଂଗଠନ ଏହି ଆକ୍ରମଣ ପାଇଁ ଦାୟୀ ବୋଲି କୁହାଯାଉଛି
8- ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କ ଆଜି ଜନ୍ମଦିନ.....ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି....୯୭ବର୍ଷରେ ପାଦ ଥାପିଲେ ଲାଲକୃଷ୍ଣ ଆଡଭାନୀ 
9- ସଲମାନ ଖାନଙ୍କୁ ପୁଣି ହତ୍ୟା ଧମକ। ଅଭିନେତା ସଲମାନ ଖାନଙ୍କୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ପକ୍ଷରୁ ପୁଣି ଥରେ ହତ୍ୟା ଧମକ ଦିଆଯାଇଛି। ମୁମ୍ବାଇ ଟ୍ରାଫିକ୍ କଣ୍ଟ୍ରୋଲ ରୁମକୁ ପୁଣି ଥରେ ଏହି ଧମକପୂର୍ଣ୍ଣ ମେସେଜ ଆସିଛି......ମାସେ ଭିତରେ ସଲମାନଙ୍କୁ ହତ୍ୟା କରାଯିବ...ସାହସ ଅଛି ତ ବଞ୍ଚାଅ ବୋଲି ଉକ୍ତ ମେସେଜରେ ଉଲ୍ଲେଖ ଅଛି 
10- ଆଜି ସାଉଥଆଫ୍ରିକା-ଟିମ ଇଣ୍ଡିଆ ମହାଲଢ଼େଇ....ବିଜୟ ଛାପ ଛାଡ଼ିବା ଲକ୍ଷ୍ୟରେ ସୂର୍ଯ୍ୟ ସେନା.....ଡର୍ବନରେ ଚାରି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବ ଭାରତ.... ଯୁବବାହିନୀଙ୍କ ଉପରେ ସମସ୍ତଙ୍କ ନଜର

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Read the | Argus News