Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଚୁଟକିରେ ପଢ଼ନ୍ତୁ ଦେଶ ଦୁନିଆର ତାଜା ଖବର

Ritu Das
Browse all articles by Ritu Das
·1 year ago·2 min read
ଚୁଟକିରେ ପଢ଼ନ୍ତୁ ଦେଶ ଦୁନିଆର ତାଜା ଖବର

ଅର୍ଗସ ବ୍ୟୁରୋ: ଦଶହରାରେ ସୁଭଦ୍ରା ଭେଟି......ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ବଡ଼ ଘୋଷଣା । ଅକ୍ଟୋବର ୯ରେ ଖାତାକୁ ଆସିବ ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା.....ବାରିପଦାରେ ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଦାନ କରିବେ ଟଙ୍କା । ୪୦ଲକ୍ଷରୁ ଅଧିକ ମହିଳା ପାଇବେ ସୁଭଦ୍ରା ଟଙ୍କା । ସେପ୍ଟେମ୍ବର ୭ ପର୍ଯ୍ୟନ୍ତ ଆବେଦନ କରିଥିବା ମହିଳା ପାଇବେ ଟଙ୍କା 
2.ପ୍ରଧାନମନ୍ତ୍ରୀଙ୍କ 'ମନ୍ କି ବାତ୍' କାର୍ଯ୍ୟକ୍ରମ......ଦେଶବାସୀଙ୍କ ସହ କଥା ହେଉଛନ୍ତି ମୋଦି । ୧୧୪ତମ ଅଧ୍ୟାୟରେ ବିଭିନ୍ନ ପ୍ରସଙ୍ଗରେ ଚର୍ଚ୍ଚା.....ଦେଶବ୍ୟାପୀ ଚାଲିଥିବା ସ୍ବଚ୍ଛତା ଅଭିଯାନ ଉପରେ ଗୁରୁତ୍ବାରୋପ କରିଛନ୍ତି ମୋଦି..... ଆସନ୍ତା ଅକ୍ଟୋବର ୨ ତାରିଖରେ ସ୍ବଚ୍ଛ ଭାରତ ଅଭିଯାନକୁ ୧୦ ବର୍ଷ ପୁରୁଛି ବୋଲି କହିଛନ୍ତି ମୋଦି.....ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍ କି ବାତ୍ ରେ ମୟୂରଭଞ୍ଜ ଜିଲ୍ଲାର ରାମଜିତ୍ ଟୁଡୁଙ୍କୁ ପ୍ରଶଂସା କରିଛନ୍ତି
3. ଯାଜପୁରର ବଡ଼ଚଣାରେ ବିଜେପିର ସଦସ୍ୟତା ଅଭିଯାନରେ ବିଜେଡିକୁ କଡ଼ା ସମାଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ......24 ବର୍ଷର ବିଜେଡି ସରକାର ମାଁଙ୍କ ସମ୍ମାନ କଥା କହୁଥିଲେ କିନ୍ତୁ  ମହିଳାଙ୍କ ଉପରେ ଅତ୍ୟାଚାର ହେଉଥିଲା, ଯାଜପୁର ସ୍ମିତାରାଣୀ ହତ୍ୟାକାଣ୍ଡର ତଦନ୍ତ ହେବ ଦୋଷୀଙ୍କୁ ଛଡ଼ା ଯିବ ନାହିଁ.....ଅପରାଧୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ
4. ଭରତପୁର ଥାନାରେ ସେନା ଅଧିକାରୀ ଓ ବାନ୍ଧବୀଙ୍କୁ ନିର୍ଯାତନା ମାମଲା,  ଆଜି ଗୁଜରାଟ ଗାନ୍ଧିନଗର ଯିବ କ୍ରାଇମବ୍ରାଞ୍ଚ ଟିମ୍. ନିଲମ୍ବିତ ଥାନା ଅଧିକାରୀଙ୍କ ସମେତ 5 ନିଲମ୍ବିତ ପୋଲିସ କର୍ମଚାରୀ ଯିବେ ଗୁଜରାଟ...ଦୀନକୃଷ୍ଣ ମିଶ୍ରଙ୍କର ଲାଏ ଡିଟେକ୍ସନ, ବ୍ରେନ ମ୍ୟାପିଂ, ନାର୍କୋ ଟେଷ୍ଟ ସହ ନିଲମ୍ବିତ ପୋଲିସ କର୍ମଚାରୀଙ୍କର ହେବ ପଲିଗ୍ରାଫ ଟେଷ୍ଟ
5. ସୋସିଆଲ ମିଡିଆରେ ବିବାଦୀୟ ମନ୍ତବ୍ୟକୁ ନେଇ ଭଦ୍ରକରେ ହୋଇଥିବା ଉତ୍ତେଜନା ଘଟଣା। ଭଦ୍ରକରେ ଲାଗି ରହିଥିବା ଉତ୍ତେଜନାକୁ କାବୁ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି.....ପୁରୁଣା ବଜାର ଏବଂ ଧାମନଗର ଏନଏସସି ଓ ଆଖପାଖ ଅଞ୍ଚଳରେ 163 ଧାରା ବଳବତ୍ତର ରହିଛି....ପରିସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ ଭଦ୍ରକ ସହରରେ 12 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିଛି
୬- ତାମିଲନାଡୁର ଏମ.କେ ଷ୍ଟାଲିନଙ୍କ ମନ୍ତ୍ରୀମଣ୍ଡଳରେ ଅଦଳବଦଳ ହୋଇଛି। ଷ୍ଟାଲିନଙ୍କ ପୁଅ ଉଦୟନିଧି ଷ୍ଟାଲିନଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ଦିଆଯାଇଛି। ଏଥିସହ ସେଣ୍ଟିଲ ବାଲାଜୀଙ୍କୁ ପୁଣି ମନ୍ତ୍ରୀ କରାଯାଇଛି
୭- ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ବେଳେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ବିଗିଡ଼ିଯାଇଥିଲା....ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ଜଣାପଡ଼ିଛି
୮- ଦିଲ୍ଲୀରେ ମଦ ମାଫିଆଙ୍କ ଆତଙ୍କରାଜ....ପୋଲିସ କନଷ୍ଟେବଳଙ୍କ ଉପରେ ଗାଡ଼ି ଚଢାଇ ହତ୍ୟା କଲେ ମଦ ମାଫିଆ.... ମଦ ଗାଡ଼ି ଅଟକାଇବାରୁ ଗାଡି ଚଢାଇ ଫେରାର ହୋଇଯାଇଛନ୍ତି ମାଫିଆ.... କାରକୁ ଜବତ କରି ତଦନ୍ତ କରୁଛି ଦିଲ୍ଲୀ ପୋଲିସ 
୯- ଦୁବାଇର ଆବୁ ଧାବିରେ ଆୟୋଜିତ ଆଇଫା ଉତ୍ସବ ୨୦୨୪ରେ ଶାହରୁଖଙ୍କୁ ଶ୍ରେଷ୍ଠ ଅଭିନେତା ଓ ଶ୍ରେଷ୍ଠ ସିନେମା ଅଭିନେତ୍ରୀ ଭାବେ ରାଣୀ ମୁଖାର୍ଜୀଙ୍କ ସମ୍ମାନୀତ କରାଯାଇଛି 
୧୦- ଆସନ୍ତା ୬ ତାରିଖରେ ଆଉ ଏକ ଲଘୁଚାପ କ୍ଷେତ୍ର ସମ୍ଭାବନା.....ଅକ୍ଟୋବର ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସ୍ପଷ୍ଟ କରିଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Read the | Argus News