RECA Land Issue / ୩୭ ବର୍ଷର ଜମି ସମସ୍ୟାର ହେବ ସ୍ଥାୟୀ ସମାଧାନ, ଏକାଠି ହେଲେ ଓଡ଼ିଶାର ସାଂସଦ
·5 months ago·2 min read

Key Points
RECAର ଦୀର୍ଘ ୩୭ ବର୍ଷର ଜମି ସମସ୍ୟାର ସ୍ଥାୟୀ ସମାଧାନ
ଏକାଠି ହେଲେ ଓଡ଼ିଶାର ସାଂସଦ
କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ନେତୃତ୍ୱରେ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟି ଆଲୋଚନା

ଖଡ଼ଗପୁର ସ୍ଥିତ ‘ରେଲୱେ ଏମ୍ପ୍ଲୋଇ କଲଚରାଲ ଆସୋସିଏସନ’ (RECA) ର ଦୀର୍ଘ ୩୭ ବର୍ଷର ଜମି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଓଡ଼ିଶାର ସାଂସଦମାନେ ଏକଜୁଟ ହୋଇଛନ୍ତି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟି ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ।
ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ଏହି ବୈଠକରେ ଓଡ଼ିଶାର ସାଂସଦମାନେ ରେଳ ମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଖଡ଼ଗପୁରର ନ୍ୟୁ ସେଟେଲମେଣ୍ଟ ଅଞ୍ଚଳରେ ଥିବା ୫୯୧୫ ବର୍ଗ ମିଟର ରେଳ ଜମିକୁ RECA ନାମରେ ନିୟମିତ (Regularize) କରିବା ପାଇଁ ଦାବି ଜଣାଇଛନ୍ତି । ଜମି ଆବଣ୍ଟନରେ ଅହେତୁକ ବିଳମ୍ବ ଯୋଗୁଁ ସଂଘର ବିକାଶମୂଳକ କାର୍ଯ୍ୟ ଏବଂ ସାମାଜିକ କଲ୍ୟାଣ ପ୍ରକଳ୍ପଗୁଡ଼ିକ ବାଧାପ୍ରାପ୍ତ ହେଉଛି । ତେଣୁ ଏହାକୁ ଏକ 'ସ୍ୱତନ୍ତ୍ର ମାମଲା' ଭାବେ ବିଚାର କରି ତୁରନ୍ତ ଜମି ହସ୍ତାନ୍ତର ପାଇଁ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ାଯାଇଛି ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ RECA ର ସାମାଜିକ ପ୍ରାସଙ୍ଗିକତା ଉପରେ ଗୁରୁତ୍ୱାରୋପ କରି କହିଛନ୍ତି:"RECA କେବଳ ଏକ ଅନୁଷ୍ଠାନ ନୁହେଁ ବରଂ ଏହା ଖଡ଼ଗପୁର ଭଳି ବହୁଭାଷୀ ସହରରେ ଜାତୀୟ ସଂହତି ଏବଂ ସାମାଜିକ ସଦଭାବନା ରକ୍ଷା କରିବାରେ ଏକ ପ୍ରମୁଖ ଭୂମିକା ନିଭାଇ ଆସୁଛି । ଏହାର ସ୍ଥାୟୀ ସମାଧାନ ହେଲେ ବିଭିନ୍ନ ପ୍ରାନ୍ତର ରେଳ କର୍ମଚାରୀମାନେ ଉପକୃତ ହେବେ ଏବଂ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ଆହୁରି ବ୍ୟାପକ ହୋଇପାରିବ ।
ତିନି ଦଶନ୍ଧିର ପୃଷ୍ଠଭୂମି ଉପରେ ନଜର ପକାନ୍ତୁ...
୧୯୮୯ RECA ଦ୍ୱାରା ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟର ଶୁଭାରମ୍ଭ
୧୯୯୯ (ମାର୍ଚ୍ଚ ୮) ଓଡ଼ିଶାର ତତ୍କାଳୀନ ସାଂସଦମାନେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ
୧୯୯୯ (ମାର୍ଚ୍ଚ ୧୫) ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତ ଡାକ୍ତର ଦେବେନ୍ଦ୍ର ପ୍ରଧାନ ରେଳ ମନ୍ତ୍ରଣାଳୟକୁ ଅନୁରୋଧ କରିଥିଲେ
ବର୍ତ୍ତମାନ ସେଠାରେ ସ୍କୁଲ, ମନ୍ଦିର ଓ ଅନ୍ୟାନ୍ୟ ଭିତ୍ତିଭୂମି ରହିଛି, ଯାହାକୁ DRM/KGP ମଧ୍ୟ ଅନୁମୋଦନ କରିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ନଜର ପକାନ୍ତୁ RECAର ଗୁରୁତ୍ବ ଉପରେ
ଶ୍ରୀ ଜଗନ୍ନାଥ ମନ୍ଦିର ମାଧ୍ୟମରେ ଓଡ଼ିଆ ସଂସ୍କୃତିର ପ୍ରଚାର। ଜମି ଉପରେ ବିଦ୍ୟାଳୟ ଏବଂ ଜନହିତକର ପ୍ରକଳ୍ପ ପରିଚାଳିତ। ରେଳ କର୍ମଚାରୀଙ୍କ ମଧ୍ୟରେ ସାଂସ୍କୃତିକ ସମନ୍ୱୟ ରକ୍ଷା। ଏହି ସମସ୍ୟାର ସମାଧାନ ହେଲେ ଏହା ଖଡ଼ଗପୁରରେ ରହୁଥିବା ହଜାର ହଜାର ଓଡ଼ିଆ ତଥା ଅନ୍ୟାନ୍ୟ ରେଳ କର୍ମଚାରୀଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି ହେବ ।

Related Topics
Explore more stories