Traffic Update / ୬୫ ହଜାର ୬୪୯ ଅମାନିଆ ଗାଡି ଚାଳକ ହରାଇଛନ୍ତି ଡ୍ରାଇଭିଙ୍ଗ ଲାଇସେନ୍ସ
·3 months ago·2 min read

Key Points
ଅମାନିଆ ଗାଡି ଚାଳକ ସାବଧାନ
ଅମାନିଆ ହେଲେ କଟିବ ଲାଇସେନ୍ସ
୬୫ ହଜାର ୬୪୯ ଅମାନିଆ ଗାଡି ଚାଳକ ହରାଇଛନ୍ତି ଡ୍ରାଇଭିଂ ଲାଇସେନ୍ସ
ଗତ ୨ ବର୍ଷରେ ହରାଇଛନ୍ତି ଡ୍ରାଇଭିଂ ଲାଇସେନ୍ସ
ଗତ ୨ ବର୍ଷରେ ୨୧୬ କୋଟି ୭୧ ହଜାର ୭୫୬ ଟଙ୍କା ଫାଇନ ଆଦାୟ
ଗୃହରେ ପରିବହନ ମନ୍ତ୍ରୀ ବିଭୂତି ଜେନାଙ୍କ ଲିଖିତ ଉତ୍ତର

ଭୁବନେଶ୍ବର ୨୬/୩ :ଅମାନିଆ ଗାଡି ଚାଳକ ସାବଧାନ! କଟିବ ଲାଇସେନ୍ସ। ଗତ ଦୁଇ ବର୍ଷରେ ୬୫ ହଜାର ୬୪୯ ଅମାନିଆ ଗାଡି ଚାଳକ ହରାଇଛନ୍ତି ଡ୍ରାଇଭିଙ୍ଗ ଲାଇସେନ୍ସ. ଜରିମାନା ବି ମୋଟା ଆକାରରେ ଆଦାୟ ହୋଇଛି. ହଜାର କି ଲକ୍ଷ ନୁହେଁ, କୋଟି କୋଟି ଟଙ୍କାର ଜରିମାନା ଆଦାୟ କରିଛନ୍ତି ସରକାର. ଗତ ଦୁଇ ବର୍ଷ ମଧ୍ୟରେ ୨୧୬ କୋଟି ୭୧ ହଜାର ୭୫୬ ଟଙ୍କା ଫାଇନ ଆଦାୟ କରାଯିବା ସହ ୬୫ ହଜାର ୬୪୯ ଅମାନିଆ ଗାଡି ଚାଳକ ହରାଇଛନ୍ତି ଡ୍ରାଇଭିଙ୍ଗ ଲାଇସେନ୍ସ ବିଧାନସଭାରେ ସୁଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୁତି ଭୁଷଣ ଜେନା।
ମାର୍ଚ୍ଚ ୨୧ରୁ ରାଜ୍ୟରେ ଆରମ୍ଭ ହୋଇଛି ଧରପଗଡ ଅଭିଯାନ୍ । ପରିବହନ ବିଭାଗ ଓ ପୋଲିସ ଦ୍ୱାରା ୧୦ ଦିନିଆ ସ୍ୱତନ୍ତ୍ର ଟ୍ରାଫିକ ଯାଞ୍ଚ ଅଭିଯାନ ଆରମ୍ଭ ହୋଇଛି । ଯେଉଁଥିରେ ମଦ୍ୟପାନ, ବିନା ହେଲମେଟ୍ ଓ ସିଟ୍ ବେଲ୍ଟ, ଦ୍ରୁତ ଗତିରେ ଗାଡ଼ି ଚଳାଉଥିବା ଅମାନିଆଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ସାରା ରାଜ୍ୟରେ ଏହି ଯାଞ୍ଚ ତୀବ୍ରତର କରାଯାଇଛି। ରାଜ୍ୟବ୍ୟାପି ସଡ଼କ ସୁରକ୍ଷାକୁ ନେଇ ପରିବହନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ ଜାରି ରହିଛି । ଅମାନିଆ ଓ ନିୟମ ଉଲ୍ଲଂଘନ କରୁଥିବା ଗାଡ଼ି ଚାଳକଙ୍କ ବିରୋଧରେ ଇ-ଚାଲାଣ ଜାରି ହେଉଛି।
ମାର୍ଚ୍ଚ ୨୧ ଏବଂ ୨୨ ଦୁଇ ଦିନରେ ବୈଧ ଡ୍ରାଇଭିଂ ଲାଇସେନ୍ସ ନଥାଇ ଗାଡ଼ି ଚଲାଉଥିବା ମୋଟ ୩ ହଜାର ୧୫୩ଟି ଗାଡ଼ି ଚିହ୍ନଟ ହୋଇଛି ।ସେହିଭଳି ବିନା ହେଲମେଟରେ ଗାଡ଼ି ଚାଳନା ପାଇଁ ୩ ହଜାର ୧୫୭, ଦ୍ରୁତଗତି ପାଇଁ ୧ ହଜାର ୫୫୮, ଭୁଲ୍ ପାର୍ଶ୍ୱରେ ଗାଡ଼ି ଚଳାଇବା ପାଇଁ ୧୮୮ ଗାଡ଼ି ବିରୋଧରେ ଇ-ଚାଲାଣ କଟାଯାଇଛି । ସେହିପରି ଦୁଇ ଚକିଆରେ ଦୁଇରୁ ଅଧିକ ଯାତ୍ରା ପାଇଁ ୨୮୨ ଟି ଗାଡ଼ି ବିରୋଧରେ ଇ-ଚାଲାଣ ଜାରି ହୋଇଛି । ଏଥିସହ ମାଲବାହୀ ଗାଡ଼ିରେ ଯାତ୍ରୀ ପରିବହନ କରିଥିବା ଗାଡ଼ି ବିରୋଧରେ ମଧ୍ୟ ଜରିମାନା ଜାରି ହୋଇଥିବା ପରବିହନ ବିଭାଗ ପକ୍ଷରୁ କୁହାଯାଇଛି । ମାର୍ଚ୍ଚ ୨୧ରୁ ୩୧ ଯାଏଁ ଚାଲିଛି ସ୍ୱତନ୍ତ୍ର ଅଭିଯାନ । ଜିଲ୍ଲା ପ୍ରଶାସନ ଓ ପୋଲିସ ସହଭାଗିତାରେ ଏହି ଅଭିଯାନ କରାଯାଉଛି। ଆଞ୍ଚଳିକ ପରିବହନ ଅଧିକାରୀ ଓ ତାଙ୍କ ଟିମ୍ କରୁଛନ୍ତି ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ । ଦୁର୍ଘଟଣାପ୍ରବଣ ସ୍ଥାନ, ରାଜପଥ, ପ୍ରମୁଖ ଛକ, ଖଣି ଓ ଶିଳ୍ପାଞ୍ଚଳକୁ ଦିଆଯାଉଛି ଗୁରୁତ୍ୱ । ପୋଲିସ ସହଭାଗିତାରେ ଦ୍ରୁତଗତି, ନିଶାସକ୍ତ ଗାଡ଼ି ଚାଳନା ବିରୋଧରେ ହେଉଛି କଡ଼ାକଡ଼ି ଯାଞ୍ଚ।
ହେଲମେଟ ଯାଞ୍ଚ, ଭୁଲ୍ ଦିଗରେ ଗାଡ଼ି ଚଲାଇବା, ନାବାଳକ ଗାଡ଼ି ଚାଳନା କଲେ ହେଉଛି କାର୍ଯ୍ୟାନୁଷ୍ଠାନ । ମାଲବାହୀ ଗାଡ଼ିରେ ଯାତ୍ରୀ ପରିବହନ, ବୈଧ ଡ୍ରାଇଭିଂ ଲାଇସେନ୍ସ ବିନା ଗାଡ଼ି ଚାଳନାର କଡ଼ାକଡ଼ି ଯାଞ୍ଚ ଚାଲିଛି । ବିଭିନ୍ନ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଉଛି। । ହେଲମେଟ୍, ସିଟବେଲ୍ଟ, ଦ୍ରୁତଗତିର ଭୟାବହତା ନେଇ ଲୋକଙ୍କୁ ବୁଝାଯାଉଛି।
ପଢନ୍ତୁ ଏହି ଖବର: ଡ୍ରାଇଭିଂ ଲାଇସେନ୍ସ ପାଇଁ ନୂଆ ବ୍ୟବସ୍ଥା ଆଣୁଛନ୍ତି ସରକାର; ଏଣିକି ଚାଲାଣ ନୁହେଁ, କଟିବ 'ନମ୍ବର'...

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories