Videos
|
Odisha

ବେପରୁଆ ଗାଡି ଚଳାଇ ୩ରୁ ଉର୍ଦ୍ଧ ଗୁରୁତର

Arpita Mohanty
Browse all articles by Arpita Mohanty
·1 year ago·1 min read
ବେପରୁଆ ଗାଡି ଚଳାଇ ୩ରୁ ଉର୍ଦ୍ଧ ଗୁରୁତର

ଅର୍ଗସ ବ୍ୟୁରୋ: ଟ୍ରାକ୍ଟର ଡ୍ରାଇଭରଙ୍କ ବେପରୁଆ ଗାଡ଼ି ଚାଳନା ପାଇଁ ୩ ଜଣ ଗୁରୁତର ହେବା ସହିତ  ୧୦ରୁ ଉର୍ଦ୍ଧ ଦୁର୍ଘଟଣା ଘଟିଛି। ଘଟଣାଟି କେନ୍ଦ୍ରାପଡ଼ା ଜ଼ିଲ୍ଲା ଅଳିରୁ ଚାନ୍ଦବାଲି ରାସ୍ତା ମଧ୍ୟରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ ଡ୍ରାଇଭର ଜଣକ କେନ୍ଦ୍ରାପଡ଼ା ଜ଼ିଲ୍ଲା ଇନ୍ଦୁପୁରରୁ ଟ୍ରାକ୍ଟର ନେଇ ଚାନ୍ଦବାଲି ଆସୁଥିଲା। ଅଳି ନିକଟରେ ଏକ ଦୁର୍ଘଟଣା ଘଟାଇଥିଲା କିନ୍ତୁ ଅଳି ଥାନା ଅଟକାଇବାରୁ ସେ ନରହି ଦ୍ରୁତ ଗତିରେ ଗାଡି ଚଳାଇଥିଲେ ପୁଣି ରାଜକନିକା ଥାନା ନିକଟରେ ଅଟକାଇ ମଧ୍ୟ ସିଏ ରହି ନଥିଲେ ଏବଂ ପରେ ଚାନ୍ଦବାଲି ଥାନା ଅଟକାଇବାରୁ ଲୁହା ବେରିକେଟ ଭାଙ୍ଗି ଚାନ୍ଦବାଲି ବଜାର ମଧ୍ୟକୁ ପଶିଥିଲା  l 

ଚାନ୍ଦବାଲି ବଜାର ମଧ୍ୟରେ ଭିଡ଼ ଥିବାରୁ ଏକ ପିକଅପ୍ ଭ୍ୟାନକୁ ଧକ୍କା ଦେଇ ଅଟକି ଥିଲା  l ଆସିବା ରାସ୍ତାରେ କାଉଡିଆ ଭକ୍ତ ମାନଙ୍କୁ ମଧ୍ୟ ଦୁର୍ଘଟଣା ଘଟାଇ ଥିବା ସୂଚନା ମିଳୁଛି l ଘଟଣା ସ୍ଥଳରେ ଚାନ୍ଦବାଲି ପୋଲିସ, ଅଳି ପୋଲିସ, ରାଜକନିକା ପୋଲିସ ଡ୍ରାଇଭରକୁ କାବୁ କରିଥିଲେ। ତେବେ ଡ୍ରାଇଭର ଜଣକ ହେଉଛନ୍ତି ରମାକାନ୍ତ ପଳାଇ ସେ ଚାନ୍ଦବାଲି ବ୍ଲକ ଜଳେଶ୍ୱରପୁରର ବୋଲି ଜଣାପଡିଛି l 

ଅଧିକ ପଢନ୍ତୁ ଓଡ଼ିଶା ଖବର
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Reckless driving more than 3 serious | Argus News