ଅସହ୍ୟ ତାତି , ୧୫ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି
·2 years ago·1 min read

ଅର୍ଗସ ବ୍ୟୁରୋ : ଅସହ୍ୟ ତାତିରୁ ମିଳୁନି ନିସ୍ତାର। ଉପକୂଳରୁ ଠାରୁ ଆରମ୍ଭ କରି ଉପାନ୍ତ ଯାଏ ସବୁଠି ହେଉଛି ଅଗ୍ନିବର୍ଷା। ସକାଳ ୮ଟାରୁ ଘରୁ ବାହାରିବା ମୁସ୍କିଲ। ଏହିକ୍ରମରେ ରବିବାର ୧୨ଟି ସହରରେ ଦିନ ତାପମାତ୍ରା ୪୩ ଡିଗ୍ରୀ ବା ତା’ ଠାରୁ ଉପରେ ରେକର୍ଡ କରାଯାଇଛି। ସେହିପରି ୨୭ ସହରର ତାପାମତ୍ରା ୪୦ ଡିଗ୍ରୀ ଉପରେ ରହିଛି। ରବିବାର ସବୁଠୁ ଉତ୍ତପ୍ତ ସ୍ଥାନ ପାଲଟିଛି ଅନୁଗୋଳ। ଏଠାରେ ପାରଦ ୪୪.୩ ଡିଗ୍ରୀ ରେକର୍ଡ କରାଯାଇଛି।
ଅଧିକ ପଢନ୍ତୁ : ଏପ୍ରିଲ ସରିବାକୁ ବସିଲାଣି, ତାତିରେ ଫୁଟୁଛି ଏହି ସହର
ଗ୍ରୀଷ୍ମପ୍ରବାହ ଆହୁରି ଅସମ୍ଭାଳ ହେବ। ୨୯ ଓ ୩୦ ତାରିଖ ପାଇଁ ସିଭିୟର ହିଟୱେଭ ନେଇ ୧୫ ଜିଲ୍ଲାକୁ ରେଡ୍ ଓ ୧୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। କିଛି ସ୍ଥାନରେ ପାରଦ ୪୫ ଡିଗ୍ରୀ ଛୁଇଁଯିବାର ମଧ୍ୟ ଆଶଙ୍କା ରହିଛି। ସେହିପରି ଅସମ୍ଭାଳ ତାତି ଓ ଗୁଳୁଗୁଳିରୁ ୧ ତାରିଖ ଯାଏ ଆଶ୍ୱସ୍ତି ମିଳିବାର ସମ୍ଭାବନା ନାହିଁ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: