Videos
|
Odisha

କାଳବୈଶାଖୀ ବର୍ଷା ପରେ ହଟିଲା ରେଡ ଆଲର୍ଟ

Manini Pattanayak
Browse all articles by Manini Pattanayak
·2 years ago·2 min read
କାଳବୈଶାଖୀ ବର୍ଷା ପରେ ହଟିଲା ରେଡ ଆଲର୍ଟ

ଭୁବନେଶ୍ୱର: ରାଜ୍ୟରେ କାଳବୈଶାଖୀ ବର୍ଷା ପରେ ହଟିଲା ରେଡ ଆଲର୍ଟ। ହେଲେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଆହୁରି ୫ ଦିନ ଅର୍ଥାତ ୬ ତାରିଖ ଯାଇ ଗ୍ରୀଷ୍ମ ପ୍ରବାହ ଜାରି  ସହ  ତାତିରୁ ନାହିଁ ନିସ୍ତାର। ଆଜି ରାଜ୍ୟରେ ୪୫ ଡିଗ୍ରୀ  ତାପମାତ୍ରା ଛୁଇଁବାର ସମ୍ଭାବନା ଥିବା ବେଳେ ଆଜି ଓ  ଆସନ୍ତାକାଲି ପାଇଁ ୱାରେଞ୍ଜ ଆଲର୍ଟ ଜାରିକରଯାଇଛି। ତେବେ କ୍ରମାଗତ ଭାବେ ୧୭ ଦିନ ଧରି  ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଆଉ ରହିବନି ଭୀଷଣ ଗ୍ରୀଷ୍ମ ପ୍ରବାହର ସତର୍କତା ।  

ସେପଟେ ୮ ତାରିଖ ଯାଏ ରାଜ୍ୟରେ କାଳବୈଶାଖୀ  ବର୍ଷାର ସମ୍ଭାବନା ଦେଇଛି ପାଣିପାଗ ବିଭାଗ। ଆସନ୍ତା ୨୪ ଘଂଟାରେ ଗ୍ରୀଷ୍ମ ପ୍ରବାହକୁ ନେଇ ସମ୍ବଲପୁର  ସୋନପୁର  ନୂଆପଡା ସୁନ୍ଦରଗଡ  ମୟୁରଭଞ୍ଜ  କେନ୍ଦୁଝର ବୌଧ ବଲାଙ୍ଗୀର ଝାରସୁଗୁଡା ଅନୁଗୁଳ  ଦେଓଗଡ  ଜିଲ୍ଲାରେ ଅରେଞ୍ଜ ଆଲର୍ଟ ଜାରି କରିଛି  ପାଣିପାଗ ବିଭାଗ। ଏହାସହ ଉପକୂଳ ଓଡ଼ିଶା ରେ ଉଷ୍ମ  ଓ ଆଦ୍ର ସ୍ଥିତି ଲାଗିରହିବା ସହ ୪  ତାରିଖବେଳକୁ ଗ୍ରୀଷ୍ମ  ପ୍ରବାହ ହଟିଯିବ ବୋଲି  ପୂର୍ବାନୁମାନ କରିଛି ପାଣିପାଗ। ଆସନ୍ତା  ୨୪ ଘଣ୍ଟାରେ ଉତ୍ତର  ଓ ଦକ୍ଷିଣ  ଓଡିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲା ଯେପରିକି ଖୋର୍ଦ୍ଧା ପୁରୀ ନୟାଗଡ ରାୟଗଡା ଗଂଜାମ ଗଜପତିରେ ବିଜୁଳି  ଘଡଘଡି  ସହ ବର୍ଷା  ଓ ଝଡତୋଫାନ ହେବାର  ସମ୍ଭାବନା ରହିଛି। ଏହି ସମୟରେ ୪୦ ରୁ ୫୦ କିମି  ପବନ  ବହିବାର ସମ୍ଭାବନା ରହିଛି।

ସେହିପରି ୪ ତାରିଖ ପରେ କେବଳ ଆଭ୍ୟନ୍ତରୀଣ ଓଡିଶାରରେ ହିଁ ହିଟ ୱେବ ଗ୍ରୀଷ୍ମ  ପ୍ରବାହ ସ୍ଥିତି ରହିବ। ବିଶେଷ କରି ବଲାଙ୍ଗୀର  ସୋନପୁର ନୂଆପଡା ମୟୁରଭଂଜ ସୁନ୍ଦରଗଡ କଳାହାଣ୍ଡି ଅନୁଗୁଳ ଏହିସବୁ ଜିଲ୍ଲାରେ ରହିବ ଗ୍ରୀଷ୍ମ  ପ୍ରବାହ। ପରେ ୬ ତାତିଖ ପରଠାରୁ  ପାଗରେ ପରିବର୍ତନ  ଆସିବା  ସହ ୩ ରୁ ୫ ଡିଗ୍ରୀ  ତାପମାତ୍ରା କମିବ ଓ ତାତି ରୁ ଅସ୍ବସ୍ତି ମିଳିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଗତ ୨୪ ଘଂଟାରେ  ୨୪ ସହରରେ ବର୍ଷା ରେକର୍ଡ ହୋଇଥିବା ବେଳେ ସର୍ବାଧିକ ୪୯.୦ ବର୍ଷା ଖୋର୍ଦ୍ଧା ର ବେଗୁନିଆରେ ରେକର୍ଡ ହୋଇଛି ।ସେହିପରି  ୨୮  ସହର ରେ ତାପମାତ୍ରା ୪୦ ଡିଗ୍ରୀ  କିମ୍ବା ଅଧିକ ରେକର୍ଡ ହୋଇଛି । ୧୫  ସହର ରେ ଦିନ ତାପମାତ୍ରା ୪୩ ଡିଗ୍ରୀ କିମ୍ବା ଅଧିକ ରେକର୍ଡ ହୋଇଥିବା ବେଳେ ୪୫ ଡିଗ୍ରୀ  ସହ ତାଳଚେର ରାଜ୍ୟର ଉତ୍ତପ୍ତ ସହର ଥିଲା। 

ଅଧିକ ପଢନ୍ତୁ  ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Red alert lifted after heavy rains | Argus News